ଜୟପୁର,୧୧/୧୧: ରାଜସ୍ଥାନର ଦୌସାରେ ଜଣେ ପୁଲିସ୍ ସବ୍-ଇନ୍ସପେକ୍ଟର ଜଣେ ୪ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବାର ଘଟଣା ସାମ୍ନାକୁ ଆସିଛି । ଲାଲସୋଟ ବିଧାନସଭା ଆସନର ରାହୁବାସ ଗାଁରେ ଏହି ଅଘଟଣ ଘଟିଛି ।
ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ଦୌସା ଏସ୍ପି ବନ୍ଦିତା ରାଣା ସବ୍-ଇନସପେକ୍ଟର ଭୂପେନ୍ଦ୍ର ସିଂହଙ୍କୁ ରାହୁବାସ ଗାଁକୁ ଡ୍ୟୁଟି ଲାଗି ପଠାଇଥିଲେ । ସେଠାରେ ଭୂପେନ୍ଦ୍ର ଅନ୍ୟ ଜଣେ ପୁଲିସକର୍ମୀଙ୍କ ଦ୍ୱାରା ଭଡା ନିଆଯାଇଥିବା ଏକ ରୁମ୍ ବ୍ୟବହାର କରୁଥିଲେ । ୪ ବର୍ଷୀୟ ଝିଅଟି ଖେଳୁଖେଳୁ ସେହି କୋଠରୀ ପାଖରୁ ଆସିବା ପରେ ଭୂପେନ୍ଦ୍ର ତାଙ୍କୁ କୋଠରୀକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକେ ଥାନା ଘେରାଉ କରି ପୁଲିସ ବିରୋଧରେ ନାରାବାଜି କରିଥିଲେ । ଝିଅର ପରିଜନଙ୍କ ଅଭିଯୋଗକ୍ରମେ ଭୂପେନ୍ଦ୍ରଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ଅଭିଯୁକ୍ତ ଏସ୍ଆଇଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୁଲିସ।