ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସନ୍ଦେଶଖାଲି ଗସ୍ତ ବେଳେ ଶିଖ୍ ପୋଲିସ ଅଧିକାରୀଙ୍କୁ ବିଜେପିର ‘ଖଲିସ୍ତାନୀ’ ମନ୍ତବ୍ୟ, ତେଜିଲା ରାଜନୀତି

କୋଲକାତା, ୨୧/୦୨: ପଶ୍ଚିମବଙ୍ଗରେ ସନ୍ଦେଶଖାଲି ମାମଲାକୁ ନେଇ ରାଜନୀତି ଥମୁନି । ଟିଏମସି ନେତାଙ୍କ ଦ୍ୱାରା ମହିଳା ଶୋଷିତ ହେଉଥିବା ଅଭିଯୋଗ ପରେ ନୂଆ ମନ୍ତବ୍ୟ ବିବାଦ ନିଆଁରେ ଘିଅ ଢାଳିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଭିଡିଓ ସେୟାର୍ କରିଛନ୍ତି, ଯେଉଁଥିରେ ଜଣେ ପଗଡ଼ି ପିନ୍ଧିଥିବା ପୋଲିସ ଅଧିକାରୀଙ୍କୁ କେହି ଖଲିସ୍ତାନୀ ବୋଲି ଡାକୁଛନ୍ତି ।

ଉକ୍ତ ଭିଡିଓଟି ବିଜେପି କାର୍ଯ୍ୟକର୍ତ୍ତା ସନ୍ଦେଶଖାଲି ଯାଉଥିବା ସମୟର । ବିଜେପି କାର୍ଯ୍ୟକର୍ତ୍ତା ସନ୍ଦେସଖାଲି ଯିବା ସମୟରେ ଜଣେ ବିଜେପି ନେତା ପଗଡ଼ି ପିନ୍ଧିଥିବା ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ କହିଥିବା କୁହା ଯାଉଛି । ତେବେ ଏହାକୁ ଅସ୍ୱୀକାର କରିଛନ୍ତି ବିଜେପି ନେତା ।

ସୋସିଆଲ୍ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି । କହିଛନ୍ତି, ଏଭଳି ମନ୍ତବ୍ୟ ଦେଇ ଶିଖ୍ ସମ୍ପ୍ରଦାୟକୁ ଅପମାନିତ କରିଛି ବିଜେପି । ତେବେ ଭାଇରାଲ୍ ଭିଡିଓରେ ଖଲିସ୍ତାନୀ ଶବ୍ଦ ଶୁଭା ଯାଉ ନାହିଁ । ତେବେ ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି, ମୁଁ ପଗଡ଼ି ପିନ୍ଧି ଥିବାରୁ ମୋତେ ସେଭଳି କୁହା ଯାଇଛି । ମୁଁ ପଗଡ଼ି ପିନ୍ଧି ନଥିଲେ, ହୁଏତ ଖଲିସ୍ତାନୀ ସମ୍ବୋଧନ କରି ନଥାନ୍ତେ । ତୁମେ ପୋଲିସକୁ କିଛି କହିପାର କିନ୍ତୁ ମୋ ଧର୍ମ, ସମ୍ପ୍ରଦାୟକୁ ନୁହେଁ ।

ତେବେ ବିଜେପି ନେତା ଅଗ୍ନିମିତ୍ର ପାଉଲଙ୍କ କହିବା କଥା, ସନ୍ଦେଶଖାଲି ମାମଲାରୁ ସମସ୍ତଙ୍କ ନଜର ହଟାଇବା ଲାଗି ମମତା ଏଭଳି କରୁଛନ୍ତି । ବିଗତ ୨ ସପ୍ତାହ ହେଲା ସନ୍ଦେଶଖାଲି ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି । ଏକାଧିକ ମହିଳାଙ୍କ ଅଭିଯୋଗ ଅନୁସାରେ, ଟିଏମସି ନେତା ଶାହଜହାନ ଶେଖ ଏବଂ ତାଙ୍କ ସମର୍ଥକ ଜମି ଅକ୍ତିଆର୍ କରି ନେବା ସହ ଅସଦାଚରଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.