ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ଭଞ୍ଜବିହାର ଗସ୍ତ କରିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ସମାବର୍ତ୍ତନ ଉତ୍ସବରେ ଦେବେ ଉଦ୍‌ବୋଧନ

ଗୋପାଳପୁର, ୦୧/୦୩: ଶୁକ୍ରବାର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆସିବେ । ରାଷ୍ଟ୍ରପତି ମୁର୍ମୁ ବାୟୁସେନା ବିମାନ ଯୋଗେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରରେ ଶୁକ୍ରବାର ସକାଳ ପ୍ରାୟ ୧୦ଟା ୧୫ରେ  ଅବତରଣ କରିବେ । ସେଠାରୁ କଡ଼ା ସୁରକ୍ଷାରେ ରାବିଙ୍ଗ ରୁମ୍‌ରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ବାହାରି ସଭାସ୍ଥଳକୁ ଯିବା କାର୍ଯ୍ୟକ୍ରମ ରହିଛି। ବିଜୁପଟ୍ଟନାୟକ ଅଡିଟୋରିୟମ୍‌ରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ପ୍ରାୟ ୫୦ ମିନିଟ୍‌ର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ସ୍ୱର୍ଣ୍ଣ ପଦକ ପାଇବାକୁ ଥିବା ୩୫ ଜଣଙ୍କ ମଧ୍ୟରୁ ୧୦ ଜଣକୁ ପଦକ ପ୍ରଦାନ  କରିବେ । 

ସେହିପରି ଇତିହାସ ବିଭାଗ ଅବସରପ୍ରାପ୍ତ ପ୍ରଫେସର ହରିହର ପଣ୍ଡା, ବ୍ରହ୍ମପୁର ଖଲ୍ଲିକୋଟ କଲେଜର ଓଡ଼ିଆ ବିଭାଗର ସହକାରୀ ପ୍ରାଧ୍ୟାପିକା ଡ ଉଷାରାଣୀ ରଥ, ହାଇଦ୍ରାବାଦର ତେଲୁଗୁ ବିଭାଗର ଡ ଜି ଥୀରୁପଥମାଙ୍କୁ ଡିଲିଟ୍‌ ଏବଂ ଆନ୍ଧ୍ର  ପ୍ରଦେଶ ଗୁଣ୍ଟୁର ବାୟୋ ଟେକ୍‌ନଲୋଜି ବିଭାଗର ହରିକ୍ରିଷ୍ଣା ରାମ ପ୍ରସାଦ ସାରିପଲ୍ଲୀଙ୍କୁ ଡିଏସ୍‌ସି ଉପାଧି ପ୍ରଦାନ  କରାଯିବ । ଏହାସହ ଛାତ୍ରଛାତ୍ରୀଙ୍କୁ  ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ  ରହିଛି । 

ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର  ଏସ୍‌ପି. ଡା.ସର୍‌ବଣା ବିବେକ ଏମ୍‌ଙ୍କ  ସହ ବହୁ ପଦାଧିକାରୀ ସଭାସ୍ଥଳ ଅନୁଧ୍ୟାନ କରିଛନ୍ତି । ରଙ୍ଗେଇଲୁଣ୍ଡା  ବିମାନ ପଡ଼ିଆଠାରୁ ରାଷ୍ଟ୍ରପତିଙ୍କୁ  ସୁରକ୍ଷାରେ ସଭା ସ୍ଥଳକୁ ନେବା  ବ୍ୟବସ୍ଥାର ପ୍ରାକ୍‌ ଅଭ୍ୟାସ କରିଥିଲେ। ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍‌ ପ୍ରକାରେ  ସୀମିତ ଲୋକଙ୍କୁ ସଭାସ୍ଥଳରେ ଯୋଗ  ଦେବାକୁ ଅନୁମତି ରହିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ  ଓ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ସମ୍ମିଳନୀ କକ୍ଷ ଏବଂ ସିନେଟ  ହଲ୍‌ରେ ଏଲ୍‌ସିଡି ମାଧ୍ୟମରେ ସିଧା ପ୍ରସାରଣ କରାଯିବା ସହ  ମୋବାଇଲ୍‌ରେ ମଧ୍ୟ ଦେଖିବା ପାଇଁ ଆପ୍‌ ସୁବିଧା କରାଯାଇଥିବା  କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମସ୍ଥଳରେ 

ଗୁରୁବାର ସୁରକ୍ଷା  ଯାଞ୍ଚ୍‌ କରାଯାଇଥିଲା । ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ  ପଙ୍କଜ ତଦାରଖ କରିଛନ୍ତି । ବିମାନବନ୍ଦରଠାରୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ କାରକେଡ୍‌ ରିହର୍ସାଲ୍‌ କରିଛି ପୁଲିସ । ସମସ୍ତ  କାର୍ଯ୍ୟକ୍ରମରେ ଡଗ୍‌ ସ୍କ୍ୱାଡ୍‌ ଓ ବୋମା ସନ୍ଧାନକାରୀ ଦଳ  ସହାୟତାରେ ସୁରକ୍ଷା ଯାଞ୍ଚ୍‌ କରାଯାଇଛି । ‘ବ୍ଲୁ ବୁକ୍‌’ ଏସ୍‌ଓପି  ନିୟମ ଅନୁସାରେ ହିଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଆୟୋଜନ  ହୋଇଛି । ଦୁଇ ଦିନ ହେଲା ଜିଲ୍ଲା ପୁଲିସ ପକ୍ଷରୁ ରିହର୍ସାଲ୍‌  କରାଯାଇଥିବା ବେଳେ ବାହାର ଜିଲ୍ଲାରୁ ମଧ୍ୟ ଅଫିସରଙ୍କୁ  ସୁରକ୍ଷାରେ ନିୟୋଜିତ କରାଯାଇଥିବା କହିଛନ୍ତି ଏସ୍‌ପି ଡା.ସର୍‌ବଣା ବିବେକ ଏମ୍‌ । କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ  ରାଜ୍ୟ ପୁଲିସ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌କୁ ଘେରି ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.