ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ପହିଲାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି

ଗୋପାଳପୁର, ୧୮/୦୨: ନୂଆ ରୂପରେ ସଜେଇ ହେଉଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ।  ଝଲସୁଛି କୋଠା । ପାଚେରି ସବୁ ରଙ୍ଗିନ୍‌ମୟ ହୋଇଛି । କାନ୍ଥବାଡ଼ରେ ବିଭିନ୍ନ ଚିତ୍ର ଆକର୍ଷଣୀୟ ହୋଇଛି । ବିଶ୍ୱବିଦ୍ୟାଳୟ ପରିସର ପୂରା ଚକାଚକ୍‌ । ଆସନ୍ତା ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ବିୟୁ)ର ୨୫ତମ ସମାବର୍ତ୍ତନ ଉତ୍ସବ ପାଇଁ ଏହି ସାଜସଜ୍ଜା ଚାଲିଛି । ଏହି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିୟୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ । 

ଉତ୍ସବରେ ରାଷ୍ଟ୍ରପତିଙ୍କ ପ୍ରାୟ ଏକ ଘଣ୍ଟା କାର୍ଯ୍ୟକ୍ରମ ରହିଥିବା ରାଷ୍ଟ୍ରପତି ଭବନରୁ ଅନୁମୋଦନ ଚିଠି ବିଶ୍ୱବିଦ୍ୟାଳୟରେ ପହଞ୍ଚିିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଦେଶର ସାମ୍ବିଧାନିକ ମୁଖ୍ୟ ତଥା ରାଷ୍ଟ୍ରପତିଙ୍କ ଯୋଗଦାନର ଏହା ଦ୍ୱିତୀୟ ଅବସର ହେବ । ପୂର୍ବରୁ ୧୯୭୨ ମସିହାରେ ସମାବର୍ତ୍ତନ ଉତ୍ସବରେ ଚତୁର୍ଥ ରାଷ୍ଟ୍ରପତି ଭିଭି ଗିରି ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ । ସେହିପରି ଦେଶର ୭ମ ଉପରାଷ୍ଟ୍ରପତି ଥିବା ବେଳେ ଆର୍‌ ଭେଙ୍କଟରମଣ ବିଶ୍ୱବିଦ୍ୟାଳୟ ଗସ୍ତରେ ଆସିଥିଲେ ।  

ପ୍ରକାଶଥାଉ କି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବ୍ରୁୟାରୀ ୨୯ରେ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଯିବାର କାର୍ଯ୍ୟସୂଚୀ ରହିଛି । ତା’ ପରଦିନ ଅର୍ଥାତ୍‌ ମାର୍ଚ୍ଚ ୧ରେ ସେ ବ୍ରହ୍ମପୁର ଆସିବେ ବୋଲି ସୂଚନା ମିଳିଛି । ରାଷ୍ଟ୍ରପତି ହେବା ପରେ ଶ୍ରୀମତୀ ମୁର୍ମୁଙ୍କ ଏହା ହେବ ପ୍ରଥମ ବ୍ରହ୍ମପୁର ଗସ୍ତ । ପୂର୍ବତନ ରାଷ୍ଟ୍ରପତି ଡ ଏପିଜେ ଅବଦୁଲ କାଲାମ ୨୦୦୬ ମସିହାରେ ବ୍ରହ୍ମପୁର ଗସ୍ତ କରିଥିଲେ । ସେତେବେଳେ ସେ ସିଟି ହାଇସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  

ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବା ନିଶ୍ଚିତ ହୋଇଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ କର୍ମଚାରୀମାନେ ଉତ୍ସାହିତ ଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ୪୩ ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‌ଡି ପ୍ରଦାନ କରାଯିବା ସହ ପ୍ରତ୍ୟେକ ବିଭାଗର ଟପ୍ପର୍‌ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ, ୩ ଜଣଙ୍କୁ ଡିଲିଟ୍‌ ଉପାଧି, ଜଣଙ୍କୁ ଡିଏସ୍‌ସି ଉପାଧି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । 

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବିଶ୍ୱବିଦ୍ୟାଳୟ ପରିସରକୁ ସୁସଜ୍ଜିତ କରାଯାଉଛି । ରାସ୍ତାଘାଟ ମରାମତି, ବିଭିନ୍ନ କୋଠା ଓ ପାଚେରିରେ ରଙ୍ଗଲିପା ସହ ଚିତ୍ରାଙ୍କନ କରାଯାଉଛି । ଗସ୍ତ କିଭଳି ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ଶିକ୍ଷକ, ଅଣଶିକ୍ଷକ ଅଧିକାରୀ ଓ କର୍ମଚାରୀଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଛି ।

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.