ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଗଣଧାରଣା, ସୁରକ୍ଷା ଓ ସଂରକ୍ଷଣ ଦାବି

କୋଣାର୍କ, ୧୭।୧୧ : କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଗଣଧାରଣା। ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ, ପ୍ରତି ଶନିବାର ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୀର୍ଘ ୨୭ ବର୍ଷ ଧରି ସୁରକ୍ଷା ସମିତି ଏହି ଆନ୍ଦୋଳନ କରିଆସୁଛି। 

ଶୁକ୍ରବାର ପୂର୍ବାହ୍ନରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ସମିତି ସଦସ୍ୟ, ଯୁବଗୋଷ୍ଠୀ ପ୍ରମୁଖ ସାମିଲ ହୋଇ ଗଣଧାରଣାରେ ବସି ରହିଥିଲେ। ସୁରକ୍ଷା ସମିତି ଆବାହକ ଭାଗିରଥି ସ୍ବାଇଁଙ୍କ ସଭାପତିତ୍ବରେ ଏହି ଗଣଧାରଣାରେ ସମ୍ପାଦକ ରାମକୃଷ୍ଣ ମହାନ୍ତି, ରଘୁନାଥ ମହାପାତ୍ର, ବାବା ଶକ୍ତିଦେବ ଶତପଥୀ, ରଶ୍ମି ରଞ୍ଜନ ବିଂଶ୍ବାଳ, ନିରଂଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତି ଶନିବାର ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, ବ୍ୟବସାୟୀଙ୍କୁ ଥଇଥାନ, ଜମିଜମା ସମସ୍ୟାର ସମାଧାନ, ସୂର୍ଯ୍ୟ ମନ୍ଦିର ସଂରକ୍ଷଣରେ ଅବହେଳା ପ୍ରଦର୍ଶନ ହେଉଥିବା ସଂପର୍କରେ ଏକ ଦାବିପତ୍ର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଏଏସଆଇ ଡ଼ିଜିଙ୍କ ଉଦ୍ଦେଶ୍ୟରେ ଗୋପ ତହସିଲଦାର, ଏଏସଆଇ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଏସଆଇ ବିରୁଦ୍ଧରେ ଗଣ ଆନ୍ଦୋଳନ ଜାରି ରହିବ ବୋଲି ସମିତି ଚେତାବନୀ ଦେଇଛି। ଏହି କାର୍ଯ୍ୟକ୍ରମକୁ ପ୍ରିୟ ରଞ୍ଜନ ରଥ, ବିରଞ୍ଚି ନାରାୟଣ ରଥ ପ୍ରମୁଖ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.