ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଟାଭାଟି ଉପରେ ରାଜସ୍ୱ ବିଭାଗର ଚଢ଼ାଉ, ୨୦ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ

ଫିରିଙ୍ଗିଆ, ୦୨/୦୨: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ ଅଧୀନରେ ଥିବା ଗୋଛାପଡ଼ା ଓ ବାଲାନ୍ଦାପଡ଼ା ଅଞ୍ଚଳରେ ରେଡ୍ କରିଛି ରାଜସ୍ୱ ବିଭାଗ । ଅଞ୍ଚଳରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ୍ ଇଟାଭାଟି ଗୁଡ଼ିକରେ ଚଢ଼ାଉ କରି ଜରିମାନା ଆଦାୟ କରା ଯାଇଛି ।

ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଗୋଛାପଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାସାହି, ପିଡ଼ିଆପାଙ୍ଗା ଓ ନେଡିପଦର ଗାଁରେ ଅଚାନକ ଭାବରେ ଚଢ଼ାଉ କରିଥିଲେ ଗୋଛାପଡ଼ା ରାଜସ୍ୱ ନିରୀକ୍ଷକ ସନ୍ଧ୍ୟାରାଣୀ ସାହୁ ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ମିଥୁନ ଦିଗାଲ ।

ରାଜସ୍ୱ ବିଭାଗର ସୂଚନା ଅନୁସାରେ, ନେଡିପଦର ଗାଁର ତ୍ରୀନାଥ ଦିଗାଲ ଓ ପିଡିଆପାଙ୍ଗା ଗାଁର ସୁନାସିର ବାଘଙ୍କ ବେଆଇଆନ ଇଟାଭାଟିରେ ଚଢ଼ାଉ କରାଯାଇଛି । ଉଭୟଙ୍କ ଠାରୁ ୨୦ ହଜାର ୮୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ରାଜସ୍ୱ ବିଭାଗ ତରଫରୁ ସୂଚନା ଦିଆ ଯାଇଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.