ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ରାମାୟଣ ଉପରୁ ବଲିୁଡ୍‌ର ଛାଡୁନି ମନ, ନୀତେଶ ତିୱାରିଙ୍କ ପରେ ଏବେ ଏହି ପୌରାଣିକ କାହାଣୀ କରିବେ ରୋହିତ

ନୂଆଦିଲ୍ଲୀ ୧୩/୧୧ : ଦକ୍ଷିଣୀ ସୁପରଷ୍ଟାର୍‌ ପ୍ରଭାସ ଓ କୃତି ସାନନ୍‌ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଥିଲା ରାମାୟଣ ଉପରେ ଆଧାରିତ। ଫିଲ୍ମଟି ତିଆରି ହେବାରେ ଯେତେ ଟଙ୍କା ଖର୍ଚ୍ଚ ହୋଇଥିଲା ସେହି ଅନୁସାରେ ବକ୍ସ ଅଫିସ୍‌ କଲେକ୍ସନ୍‌ ଥିଲା ଖୁବ୍‌ ନୈରାଶ୍ୟଜନକ। ଏମିତି ଏକ ବିଗ୍‌ ବଜେଟ୍‌ ମୁଭି ଦର୍ଶକଙ୍କୁ ପସନ୍ଦ ହୋଇନଥିବା ବେଳେ ରାମାୟଣ ଉପରୁ ବଲିୁଡ୍‌ର ମନ ଛାଡୁନି। ଏବେ ପୁଣି ନୀତେଶ ତିୱାରି ‘ରାମାୟଣ’ ତିଆରିରେ ବ୍ୟସ୍ତ। ଏହି ଫିଲ୍ମରେ ରଣବୀର କପୁର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଏବେ ଖବର ମିଳିଛି ରୋହିତ ସେଟ୍ଟି ବି ରାମାୟଣରେ ମଜ୍ଜି ଯାଇଛନ୍ତି। ଅର୍ଥାତ ସେ ମଧ୍ୟ ଏହି ପୌରାଣିକ କାହାଣୀ ଅବଲମ୍ବନରେ ସିନେମା ତିଆରି କରିବେ ବୋଲି ମୈଦାନକୁ ଓହ୍ଲାଇଛନ୍ତି।

ଏତେ ଦିନ ଧରି ଚୋର-ପୁଲିସ ଖେଳରେ ମାତିଥିଲେ ରୋହିତ। ବଲିଉଡ୍‌ର ‘କପ୍‌ ୟୁନିଭର୍ସ’ର ସ୍ରଷ୍ଟା ବୋଲି ଯଦି କାହାକୁ କୁହାଯାଏ ତେବେ ସେ ହେଉଛନ୍ତି ରୋହିତ ସେଟ୍ଟି। ତେବେ ରୋହିତ ଏଥର ନିଜର ଚିରାଚରିତ ଶୈଳୀରୁ ଟିକେ ଭିନ୍ନ ଦିଗରେ ଯିବାକୁ ଇଚ୍ଛା କରିଛନ୍ତି। ସେଥିପାଇଁ ରାମୟଣ ଆଡକୁ ଢଳିଛନ୍ତି। ଯଦିଓ ନିଜର ପରିଚିତ ପରିସର ବାହାରକୁ ଯିବାକୁ ଚାହାନ୍ତି ନାହିଁ। ସେହି ଢାଞ୍ଚାରେ ସେ ରାମାୟଣର ଗଳ୍ପ ବୁଣିବାକୁ ଚେଷ୍ଟା କରୁଛନ୍ତି। ଫିଲ୍ମର ନାଁ ‘ସିଂହମ ୩’। ଶୁଣିବାକୁ ମିଳୁଛି ରାମଙ୍କ ଆଦର୍ଶରେ ଅନୁପ୍ରାଣିତ ଏକ ଚରିତ୍ରରେ ଦେଖାଯିବେ ଅଜୟ ଦେବଗନ। ଲକ୍ଷ୍ମଣଙ୍କ ବ୍ୟକ୍ତିତ୍ୱ ଅନୁସାରେ ଅଭିନୟ କରିବେ ଅକ୍ଷୟ କୁମାର। ହନୁମାନଙ୍କ ଗୁଣ ସହିତ ମେଳ ଖାଉଥିବ ରଣବୀର ସିଂହଙ୍କ ଚରିତ୍ର। କେବଳ ଏତିକି ନୁହେଁ, ଏକଥା ବି ଶୁଣିବାକୁ ମିଳିଛି ‘ସିଂହମ ୩’ ରେ କରିନା କପୁର ଖାନଙ୍କ ଚରିତ୍ରଟିକୁ ଦେବୀ ସୀତାଙ୍କ ବ୍ୟକ୍ତିତ୍ୱ ସହ ମେଳ ଖାଉଥିବାର ଦେଖିବାକୁ ମିଳିବ।

Copyright © 2022 - Summa Real Media Private Limited. All Rights Reserved.