ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏସ୍‌ଆର୍‌ ଜୁଏଲର୍ସରୁ ସଶସ୍ତ୍ର ଡକାୟତି: ମାଲିକଙ୍କ ସହ ୩ ଆହତ, ଚମ୍ପଟ୍ ମାରିଲେ ଲୁଟେରା

ପୁରୀ,୨୪/୦୨: ବିଳମ୍ବିତ ରାତିରେ କୁମ୍ଭାରପଡ଼ା ଥାନା ଅଧୀନ ରେଡକ୍ରସ ରୋଡରେ ସଶସ୍ତ୍ର ଡକାୟତି ହୋଇଛି । ଗୁଳି ଓ ଛୁରା ମାଡ଼ କରି ଏସ୍‌ଆର ଜୁଏଲର୍ସରୁ  ଟଙ୍କା ଓ ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ । ଶୁକ୍ରବାର ରାତିରେ ଏହି ଅଘଟଣ ଘଟିଥିବା  ବେଳେ ତିନିଜଣ ରକ୍ତାକ୍ତ ହୋଇଛନ୍ତି । ଜଣେ ଯୁବତୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆହତ ୩ଜଣ ହେଲେ ଜୁଏଲର୍ସ ମାଲିକ ଶଙ୍କରଲାଲ୍‌ ପଞ୍ଚ୍‌, ତାଙ୍କ ପୁଅ ବିକାଶ କୁମାର ପଞ୍ଚ ଓ ଅନ୍ୟ ଜଣେ  କର୍ମଚାରୀ ପ୍ରତୀକ ଦାସ । 

ରାତି ପ୍ରାୟ ୯ଟା  ୪୫ । ଜୁଏଲର୍ସକୁ ବନ୍ଦ କରୁଥିଲେ କର୍ମଚାରୀ । ହଠାତ୍‌ ୪ ଜଣ ଯୁବକ ସଟର ଟେକି ଜୁଏଲର୍ସ ଭିତରେ ପଶିଯାଇଥିଲେ । ଲଗାତାର ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ କର୍ମଚାରୀଙ୍କୁ ଛୁରା ମାଡ଼ କରିଥିଲେ । ଛୁରାମାଡ଼ରେ ରକ୍ତାକ୍ତ ହୋଇଥିବା କର୍ମଚାରୀମାନେ ଆହତ ଅବସ୍ଥାରେ ଜୁଏଲର୍ସର ଗୋଟିଏ କୋଣରେ ଛିଡ଼ା ହୋଇଥିଲେ । ଜଣେ ଦୁର୍ବୃତ୍ତ ତାଙ୍କୁ ଜଗି ରହିଥିଲା । ଅନ୍ୟ ତିନିଜଣ ପ୍ରାୟ ୩୫ ହଜାର ଟଙ୍କା କ୍ୟାସ ବକ୍ସରୁ ଲୁଟି ନେଇଥିଲେ ।  ଏହାପରେ ପ୍ରାୟ ୫୦ ହଜାର ଟଙ୍କାର ରୁପା ଅଳଙ୍କାର ଏବଂ ପ୍ରାୟ ୩୦ ହଜାର ଟଙ୍କାର ଇମିଟେସନ ଲୁଟ  କରିଥିଲେ ବୋଲି ଶଙ୍କର କହିଛନ୍ତି । ତେବେ ସେମାନେ  କେଉଁ ଦିଗରୁ ଆସିଲେ ଓ ଲୁଟ୍‌ ପରେ କେଉଁ ଦିଗକୁ  ଖସିଗଲେ ତାହା ସିସିଟିଭିରେ ରେକର୍ଡ ହୋଇଛି ।  ସିସିଟିଭି ଯାଞ୍ଚ ପରେ ସମସ୍ତ ତଥ୍ୟ ଜଣାପଡ଼ିବ ଓ  ହିସାବ କରିବା ପରେ ଜୁଏଲର୍ସରୁ କେତେ ଲୁଟ୍‌  ହୋଇଛି ଜଣାପଡ଼ିବ ବୋଲି ମାଲିକ ଶଙ୍କର କହିଛନ୍ତି । 

 ଅନ୍ୟପଟେ ଏସ୍‌ପି ପିନାକ୍‌ ମିଶ୍ର ସହରର ତିନିଟି  ପ୍ରବେଶ ପଥକୁ ବ୍ଲକିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ ଓ କୁମ୍ଭାରପଡ଼ା ଥାନା  ଆଇଆଇସି ଜୟଦୀପ ମହାନ୍ତିଙ୍କ ସହ ତିନିଟି ପୁଲିସ  ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି । ବିଳମ୍ବିତ ରାତି ସୁଦ୍ଧା କୌଣସି ଦୁର୍ବୃତ୍ତଙ୍କ ପତ୍ତା ମିଳିନାହିଁ । ତେବେ  ମନ୍ଦିରରୁ ମୂର୍ତ୍ତି ଚୋରି, ସହରରେ ଏକାଧିକ ଲୁଟ୍‌ପାଟ୍‌  ଘଟଣା ପରେ ଜୁଏଲର୍ସରେ ଗୁଳି ଓ ଛୁରାମାଡ଼ କରି  ଲୁଟ୍‌ ଘଟଣା ସହରକୁ ଅସୁରକ୍ଷିତ କରି ପକାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.