ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆପ୍‌ ନେତା ସଂଜୟ ସିଂହଙ୍କୁ ପୁଣି କୋର୍ଟରୁ ମିଳିଲା ଅନୁମତି, ରାଜ୍ୟସଭା ସାଂସଦ ଭାବେ ନେବେ ଶପଥ

Image Courtesy: thehindu

ନୂଆଦିଲ୍ଲୀ: ପୋଲିସ ହେପାଜତରେ ସଂସଦ ଯାଇ ରାଜ୍ୟସଭା ସାଂସଦ ଭାବରେ ଶପଥ ନେବାକୁ ଆପ୍‌ ନେତା ସଂଜୟ ସିଂହଙ୍କୁ ପୁଣି ଥରେ ଅନୁମତି ଦେଇଛନ୍ତି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ଫେବୃଆରୀ ୮ କିମ୍ବା ୯ ତାରିଖରେ ସଂସଦ ଯିବାକୁ ସଂଜୟଙ୍କୁ ଅନୁମତି ମିଳିଛି । ଏହା ସହ ସଂଜୟ ସିଂହଙ୍କ ଓକିଲଙ୍କୁ ସମ୍ବନ୍ଧିତ ଦସ୍ତାବିଜରେ ତାଙ୍କର ଦସ୍ତଖତ ନେବାକୁ ତିହାର ଜେଲ୍‌ରେ ଆପ ନେତାଙ୍କୁ ସାକ୍ଷାତ ଲାଗି ମଧ୍ୟ ଅନୁମତି ଦେଇଛନ୍ତି କୋର୍ଟ । 

 ଏହା ପୂର୍ବରୁ ଫେବୃଆରୀ ୩ରେ ରାଜ୍ୟସଭା ଯାଇ ସାଂସଦ ଭାବରେ ଶପଥ ନେବାକୁ ସଂଜୟ ସିଂହଙ୍କୁ ଅନୁମତି ଦେଇଥିଲେ କୋର୍ଟ । ଏହା ପରେ ଫେବୃଆରୀ ୫ରେ ରାଜ୍ୟସଭାରେ ପହଞ୍ଚିଥିଲେ ସୁଦ୍ଧା ସଂଜୟ ସିଂହଙ୍କୁ ଶପଥ କରାଇ ଦେଇନଥିଲେ ସଭାପତି ଜଗଦୀପ ଧନଖଡ଼ । ମାମଲା ବିଶେଷାଧିକାର କମିଟିରେ ଥିବା ଦର୍ଶାଇ ସଂଜୟଙ୍କୁ ଶପଥ ନେବାକୁ ଦିଆଯାଇ ନଥିଲା । ରାଉଜ ଆଭେନ୍ୟୁ କୋର୍ଟର ସ୍ବତନ୍ତ୍ର ଜଜ୍‌ ଏମକେ ରାମଗୋପାଳ ପୁଣି ଥରେ ସଂଜୟ ସିଂହଙ୍କ ଆବେଦନକୁ ସ୍ବୀକାର କରିବା ସହ ଶପଥ ନେବାକୁ ଅନୁମତି ଦେଇଛନ୍ତି  ।

ଫେବୃଆରୀ ୮ କିମ୍ବା ୯ ତାରିଖରେ ଶପଥ ନେବା ଲାଗି ସଂଜୟ ସିଂହଙ୍କୁ ସୁରକ୍ଷା ବଳୟରେ ରାଜ୍ୟସଭା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହ ଜେଲ ଅଧୀକ୍ଷକଙ୍କୁ ରାଜ୍ୟସଭା ସଚିବାଳୟ ସହ ସଂପର୍କ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆଜି ଶୁଣାଣି ସମୟରେ ସଂଜୟ ସିଂହଙ୍କ ପକ୍ଷରୁ ଓକିଲ ରଜତ ଭରଦ୍ବାଜ ଏବଂ ମହମ୍ମଦ ଇରଶାଦ କୋର୍ଟରେ ଉପସ୍ଥିତ ଥିଲେ । ସେପଟେ ଇଡି ପକ୍ଷରୁ ନବୀନ କୁମାର ମଟ୍ଟା ଉପସ୍ଥିତ ଥିଲେ ।

 

  • delhi
  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.