ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

ସ୍ଲାପିଂ ଥେରାପି.. ଚାପୁଡ଼ା ମାରି ମଧୁମେହ-ରକ୍ତଚାପର ହେଉଛି ଚିକିତ୍ସା

Published By : Prameya | December 2, 2023 11:43 AM

ନୂଆଦିଲ୍ଲୀ ୦୨/୧୨: ମଧୁମେହ, ରକ୍ତଚାପର ଚିକିତ୍ସା ପାଇଁ ଅନେକ ପ୍ରକାର ଔଷଧ ମିଳୁଛି । କିନ୍ତୁ ଜାଣନ୍ତି? ବିଶ୍ୱର କିଛି ସ୍ଥାନରେ ଚାପୁଡ଼ା ମାରି ଏହି ଘାତକ ରୋଗର ଚିକିତ୍ସା କରାଯାଏ ।  ହଁ, ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । 

ବିଶେଷଜ୍ଞଙ୍କ  ଅନୁସାରେ, ଏହା ଅନ୍ଧବିଶ୍ୱାସ ନୁହେଁ । ଏହା ପଛରେ  ଚିକିତ୍ସା ବିଜ୍ଞାନ ରହିଛି । ଏହାକୁ ସ୍ଲାପିଂ ଥେରାପି କୁହାଯାଏ ।  ଚୀନ୍‌, କୋରିଆ ସମେତ ଅନେକ ଦେଶରେ ଏହି ଥେରାପି ଲାଗି କର୍ମଶାଳା ଆୟୋଜିତ ହୁଏ ଏବଂ ରୋଗୀଙ୍କୁ ଚାପୁଡ଼ା ମାରି ଚିକିତ୍ସା କରାଯାଏ । ଇଂଲଣ୍ଡ ବାସିନ୍ଦାଙ୍କ ପାଇଁ ଏହା ସାଧାରଣ କଥା । ଏହି  ଥେରାପିରେ ରୋଗୀଙ୍କୁ ବାରମ୍ବାର ଚାପୁଡ଼ା ମାରି ଚିକିତ୍ସା  କରାଯାଏ । ରୋଗୀ ନିଜେ ମଧ୍ୟ ନିଜକୁ ବାରମ୍ବାର ଚାପୁଡ଼ା ମାରିପାରିବେ । 

ତେବେ ଏ ବିଷୟରେ ଚିକିତ୍ସକମାନେ  କହନ୍ତି, ସ୍ଲାପିଂ ଥେରାପି ଚୀନ୍‌ ଓ କୋରିଆରେ ଆରମ୍ଭ  ହୋଇଥିଲା । କେବଳ କୌଣସି ପ୍ରକାର ରୋଗରେ ପୀଡ଼ିତ  ବ୍ୟକ୍ତିଙ୍କୁ ହିଁ ଏହି କର୍ମଶାଳାରେ ସାମିଲ କରାଯାଏ । ରୋଗୀ  ନିଜ ଶରୀରର ବିଭିନ୍ନ ଅଙ୍ଗ, ବିଶେଷ କରି ଖଞ୍ଜା ଓ ମୁଣ୍ଡରେ ଜୋର ଜୋରରେ ଚାପୁଡ଼ା ମାରନ୍ତି । ତ୍ୱଚା ଲାଲ୍‌  ପଡ଼ିବା ଓ କଷ୍ଟ ଲାଗିବା ଯାଏ ଚାପୁଡ଼ା ଜାରି ରହେ ।

କିଛି ଲୋକ ଚଉକି, ଚଟାଣ, କିମ୍ବା କାନ୍ଥ ସାମ୍ନାରେ ଶୋଇ  ଶରୀରକୁ ପ୍ରସାରିତ କରନ୍ତି । ବିଶ୍ୱାସ ରହିଛି, ଚାପୁଡ଼ା  ମାରିବା ଦ୍ୱାରା ରକ୍ତ ବାହିକାଗୁଡ଼ିକ ଫାଟେ ଏବଂ ରକ୍ତରେ  ଥିବା ବିଷାକ୍ତ ପଦାର୍ଥ ଶରୀରରୁ ବାହାରକୁ ଚାଲିଯାଏ ।  ମଧୁମେହ ଓ ରକ୍ତଚାପ ଭଳି ସମସ୍ୟାର ମଧ୍ୟ ସମାଧାନ  ହୁଏ । ଔଷଧରେ ଠିକ୍‌ ହେଉନଥିବା ଅନେକ ଅସାଧ୍ୟ  ରୋଗକୁ ଏହି ଥେରାପି ଜରିଆରେ ଠିକ୍‌ କରାଯାଇପାରେ । 

ବିଶେଷଜ୍ଞଙ୍କ ଅନୁସାରେ, ଶରୀରର ଯେଉଁ ସ୍ଥାନରେ  ରକ୍ତ ଜମାଟ ବାନ୍ଧିଥାଏ, ସେଠାରେ ଜୋର୍‌ରେ ଚାପୁଡ଼ା  ମରାଯାଏ । ଅନେକ ସମୟରେ ରୋଗୀ ଜୋର ଜୋର  ଚିତ୍କାର କରନ୍ତି । ତଥାପି ଚାପୁଡ଼ା ମାରୁଥିବା ବ୍ୟକ୍ତି ଅଟକି  ନଥାନ୍ତି । ଲୋକେ କାନ୍ଦିଲେ ବି ଚାପୁଡ଼ା ବନ୍ଦ ହୁଏନା । 

ଅଧିକାଂଶ ଲୋକ କହନ୍ତି, ଏହା ଯୋଗୁ ସେମାନେ ସୁସ୍ଥ  ହୋଇଛନ୍ତି । ସେଥିପାଇଁ ଏହି ଥେରାପି ଖୁବ୍‌ ଲୋକପ୍ରିୟ  ହୋଇଛି । କର୍ମଶାଳାର ଟିକେଟ୍‌ ଚାହୁଁ ଚାହୁଁ ବିକ୍ରି  ହୋଇଯାଏ । ଚୀନ୍‌, ହଂକଂ, ତାଇୱାନ୍‌, ମାଲେସିୟା ଓ  ସିଙ୍ଗାପୁରରେ ଏହି କର୍ମଶାଳା ବେଶ ଲୋକପ୍ରିୟତା  ପାଇଛି । ଏଠାରେ ଥଣ୍ଡା, ଶରୀର ଯନ୍ତ୍ରଣା, ଅଲ୍‌ଝାଇମର,  ଷ୍ଟ୍ରୋକ୍‌, ପକ୍ଷାଘାତ, କିଡ୍‌ନୀ ବିଫଳତା,ଏମିତିକି କର୍କଟ ଓ ଅଟିଜମ୍‌ର ଚିକିତ୍ସା କରାଯାଉଥିବା ଦାବି ହୁଏ । ଡାକ୍ତରଙ୍କ  କହିବା ଅନୁସାରେ, ଚାପୁଡ଼ା ମରାଯାଇଥିବା ସ୍ଥାନରେ  ରଙ୍ଗବେରଙ୍ଗ ଚିହ୍ନ, ଗଣ୍ଠି ଓ ଫୁଲା ଦେଖି ଭୟଭୀତ ହେବା  ଆବଶ୍ୟକ ନାହିଁ । ଏହା ଭଲ ଉପଚାରର ପ୍ରତିକ୍ରିୟା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.