ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ମହାପ୍ରଭୁଙ୍କ ପଦ୍ମମୁଖ ବେଶ ନୀତି, ରତ୍ନସିଂହାସନରେ ଖେଳିବେ ହଂସରାଳି

ପୁରୀ,୧୦/୦୨: ଆଜି ଶ୍ରୀବିଗ୍ରହଙ୍କ ପଦ୍ମମୁଖ ବେଶ ଅନୁଷ୍ଠିତ ହେବ । ରତ୍ନସିଂହାସନ ପାଲଟିବ ସଦ୍ୟ ପଦ୍ମ ପ୍ରସ୍ଫୁଟିତ ପୁଷ୍କରିଣୀ । ସେଥିରେ ହଂସରାଳି ଖେଳୁଥିବେ । ବିଶାଳ ପଦ୍ମର କେଶର  ଭାଗରେ ଶୋଭାପାଉଥିବ ଦାରୁବ୍ରହ୍ମଙ୍କ ଶ୍ରୀମୁଖ । ପଦ୍ମ ବେଶରେ ଥାଇ ଶ୍ରୀବିଗ୍ରହଙ୍କ ପହୁଡ଼ ନୀତି  ଅନୁଷ୍ଠିତ ହେବ । 

ରବିବାର ସକାଳେ ବେଶରେ ଥାଇ ଠାକୁରଙ୍କ ମଙ୍ଗଳାଳତି ବଢିବ । ଖିରି ଅମାଲୁ  ଭୋଗ ଲାଗିବ । ଭକ୍ତମାନେ ଠାକୁରଙ୍କ ପଦ୍ମମୁଖ ବେଶ ଦର୍ଶନ ସହ ଆନନ୍ଦବଜାରରୁ ଖିରି ଅମାଲୁ  ଭୋଗ ପାଇ ଧନ୍ୟ ହେବେ । 

ମାଘମାସ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାର ଦିନ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ଦୟଣାମାଳି ସେବକ  ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଠାକୁରଙ୍କ ବେଶ ପ୍ରସ୍ତୁତ ହୋଇଛି । ପରମ୍ପରା ଅନୁସାରେ ଦୋଳମଣ୍ଡପ ସାହିସ୍ଥିତ ବଡ଼ଛତା ମଠରୁ ଏହି ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆସିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.