ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ବିଳମ୍ବରେ ପହଞ୍ଚିବାରୁ ଦେଇ ପାରିଲେନି ପରୀକ୍ଷା, ଜୀବନ ହାରିବା ପୂର୍ବରୁ ବାପମାଆଙ୍କୁ ଲେଖିଲେ ଚିଠି

Photo Courtesy: freepressjournal

ହାଇଦ୍ରାବାଦ, ୨୯/୦୨: ଏବେ ଚାଲିଛି ପରୀକ୍ଷା ଋତୁ । ପରୀକ୍ଷା ପାଇଁ ପିଲା ଚାପରେ ଥିବା ବେଳେ ତେଲଙ୍ଗାନାରେ ଜୀବନ ହାରି ଦେଇଛନ୍ତି ଜଣେ ଛାତ୍ର । ଆଦିଲବାଦ ଜିଲ୍ଲାର ଜଣେ ଛାତ୍ର ପରୀକ୍ଷା ଦେଇ ନ ପାରି ନଥିଲେ । ଯାହା ତାଙ୍କୁ ବେଶ୍ ବାଧିଥିଲା । ଆଉ ଏହା ପରେ ସେ ଚରମ ନିଷ୍ପତ୍ତି ନେଇଛନ୍ତି ।

ସତନାଲା ବନ୍ଧ ଉପରୁ ଡେଇଁ ଜୀବନ ହାରି ଦେଇଛନ୍ତି ଛାତ୍ର ଜଣଙ୍କ । ସେଠାରୁ ଛାତ୍ର ଜଣଙ୍କର ସୁଇସାଇଡ୍ ନୋଟ୍ ମିଳିଛି । ସୁଇସାଇଡ୍ ନୋଟ୍ ସହ ହାତଘଣ୍ଟା, ପର୍ସ ଓ ଅନ୍ୟ ସାମଗ୍ରୀ ମଧ୍ୟ ମିଳିଛି । ପର୍ସରେ ବାପାଙ୍କ ସହ ଛାତ୍ର ଜଣଙ୍କର ପଟୋ ରହିଛି । ସୁଇସାଇଡ୍ ନୋଟରେ ଛାତ୍ର ଜଣଙ୍କ ଭାବୁକ ହୋଇ ବାପାଙ୍କୁ ଲେଖିଛନ୍ତି, ମୁଁ ଦୁଃଖିତ ।

ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କର ନାମ ହେଉଛି ଟେକୁମ୍ ଶିବ କୁମାର । ଗୁରୁବାର ମଧ୍ୟାହ୍ନରେ ଛାତ୍ର ଜଣଙ୍କର ମୃତଦେହ ସନତାଲା ବନ୍ଧରୁ ଉଦ୍ଧାର କରାଯାଇଛି । ତେଲୁଗୁ ଭାଷାରେ ଲିଖିତ ଯାଇଥିବା ସୁଇସାଇଡ୍ ନୋଟରେ ଲେଖା ଯାଇଛି, ବାପା ମୋତେ କ୍ଷମା କରି ଦିଅନ୍ତୁ । ମୁଁ ଏଥିରୁ ବାହାରି ପାରୁ ନାହିଁ । ଆପଣ ମୋ ପାଇଁ ବହୁତ କିଛି କରିଛନ୍ତି । କିନ୍ତୁ ମୁଁ ଆପଣଙ୍କ ଲାଗି କିଛି କରି ପାରୁନାହିଁ । ମୁଁ ପ୍ରଥମଥର ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛି । ମୋତେ ବହୁତ ଖରାପ ଲାଗିଛି ।

ଏବେ ତେଲଙ୍ଗାନା ରାଜ୍ୟ ଶିକ୍ଷା ବୋର୍ଡ ଅଧିନରେ ପ୍ରାୟ ୧୦ ଲକ୍ଷ ଛାତ୍ରଛାତ୍ରୀ ଇଣ୍ଟରମିଡିଏଟ୍ ପରୀକ୍ଷା ଦେଉଛନ୍ତି । ଶିବ କୁମାରଙ୍କ ଆତ୍ମହତ୍ୟା ତେଲଙ୍ଗାନା ବୋର୍ଡର କଡ଼ା ନିୟମକୁ ଚର୍ଚ୍ଚାକୁ ନେଇ ଆସିଛି । ନିୟମ ଅନୁସାରେ, କୌଣସି ବି ପରୀକ୍ଷାର୍ଥୀ ଗୋଟିଏ ମିନିଟ୍ ବିଳମ୍ବରେ ପହଞ୍ଚିଲେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.