ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରି ବୋର୍ଡ ମାଟ୍ରିକ୍ ପରୀକ୍ଷା ବନ୍ଦକୁ ବିରୋଧ, ବଦାଙ୍ଗୀ ହାଇସ୍କୁଲରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ରଛାତ୍ରୀ

ଭଞ୍ଜନଗର, ୩୧/୦୧ : ପ୍ରି ବୋର୍ଡ ମାଟ୍ରିକ୍ ପରୀକ୍ଷା ବନ୍ଦକୁ ବିରୋଧ। ବଦାଙ୍ଗୀ ସରକାରୀ ନୋଡାଲ ହାଇସ୍କୁଲ ଆଗରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ। ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କଲେ ଛାତ୍ରଛାତ୍ରୀ। 

ସୂଚନାନୁଯାୟୀ, ବଦାଙ୍ଗୀ ସରକାରୀ ନୋଡାଲ ହାଇସ୍କୁଲରେ ଏବେ ମାତ୍ର ୨ ଜଣ ଶିକ୍ଷକ ଓ ୨ ଜଣ ପିଅନ ସହ ଜଣେ ଅତିଥି ଶିକ୍ଷକ କାର୍ଯ୍ୟ କରୁଛନ୍ତି। ଆଜି ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଓ ଅନ୍ୟ ଜଣେ ସହଯୋଗୀ ଶିକ୍ଷକ ବ୍ରହ୍ମପୁର ଚାଲି ଯାଇଥିବା କୁହାଯାଉଛି। ଏପଟେ ପୂର୍ବରୁ ବୁଧବାର ବିଦ୍ୟାଳୟରେ ପ୍ରି ବୋର୍ଡ ମାଟ୍ରିକ ପରୀକ୍ଷା ହେବ ବୋଲି ଛାତ୍ରଛାତ୍ରୀଙ୍କୁ ନୋଟିସ ଦିଆଯାଇଥିଲା। ଏଣୁ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଆସିଥିଲେ। ହେଲେ ଶିକ୍ଷକ ଆସିନଥିବା କାରଣରୁ ଉକ୍ଷିପ୍ତ ହୋଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅତିଥି ଶିକ୍ଷକ ପହଞ୍ଚି ଥିଲେ ମଧ୍ୟ ପିଲାଏ ବିଦ୍ୟାଳୟ ବାହାରେ ବସି ରହିଥିବାରୁ ଏକ ପ୍ରକାର ଅପ୍ରୀତିକର ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.