ଗୋଛାପଡା, ୨।୯ ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଉଚ୍ଚ ମାଧ୍ୟମିକ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଦୁଇ ଦିନିଆ ଆନ୍ତଃ ଜିଲ୍ଲା ଫୂଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଛି l ଏଥିରେ ସୁଜିତ ଏଫସି କ୍ଲବ ଚମ୍ପିୟାନ ହୋଇଛି।
ଉଦଯାପନୀ ଖେଳ ରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତ, ବରିଷ୍ଠ ପୋଲିସ ଅଧିକାରୀ ତଥା କଣ୍ଠ ଶିଳ୍ପୀ ଜଳନ୍ଧର ବେହେରା, ଖଜୁରୀ ପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପାତ୍ର, ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ମଲିକ, ଜିଲ୍ଲା ପରିଷଦ ସଭ୍ୟ ନୀଳ ଗିରି ଦିଗାଲl ଯୋଗ ଦେଇଥିଲେ l
ସର୍ବ ମୋଟ ୮ ଟି ଟିମ ଭାଗ ନେଇଥିବା ବେଳେ ଫାଇନାଲ ତଥା ୨ ଦିନିଆ ସୁଜିତ ମେମୋରିଆଲ ଟୁର୍ନାମେଣ୍ଟରେ ସୁଜିତ ଏଫସି ଏବଂ ଜେଡି କ୍ଲବ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ସୁଜିତ ଏଫସି ଜେଡି କ୍ଲବକୁ ୧-୦ ଗୋଲରେ ହରାଇ ବିଜୟ ଲାଭ କରିଥିଲା l
ଖେଳକୁ ରେଫରୀ ସୁନୀଲ କୁମାର ବେହେରା, ବିଶ୍ୱରଞ୍ଜନ କହଁର, ସରୋଜ ମହାରଣା, ପ୍ରଫୁଲ୍ଲ କହଁର, ତଣ୍ଡେଶ୍ୱର କହଁର, ରୋହିତ ନାୟକ, ପରିଚାଳନା କରିଥିଲେ l ସୁଜିତ ଏଫସି କ୍ଲବ ର ସଭାପତି ଭବାନୀ ଶଙ୍କର ସାହୁ, ସମ୍ପାଦକ ଭବାନୀ ଶଙ୍କର ବେହେରା, କୋଷାଧକ୍ଷ ବିଭୁଦତ ମୁଖି, ତନ୍ମୟ ଗୌଡ଼, ଜିତୁ ମୁଖି, ରାଜେଶ ଦିଗାଲ,ଙ୍କ ସହ ସୁଜିତ ଏଫସି କ୍ଲବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ ଅତିଥିମାନେ ଫାଇନାଲ ଖେଳର ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରା ଯାଇଥିଲା l