ନୂଆଦିଲ୍ଲୀ ୧୪/୯: ଚୀନ୍ ତାଇୱାନରେ କବଜା କରି ତାକୁ ନିଜ ସହିତ ମିଶାଇବା ପାଇଁ ଏକ ବ୍ଲୁପ୍ରିଣ୍ଟ୍ ଜାରି କରିଛି । ଏଥିପାଇଁ ସେ ତଟୀୟ କ୍ଷେତ୍ର ଫୁଜିୟାନ ଏବଂ ତାଇୱାନ ମଧ୍ୟରେ ଦୂରତା କମ୍ କରିବାକୁ ଚାହୁଁଛି । ଚୀନର କମ୍ୟୁନିଷ୍ଟ ପାର୍ଟିର ସେଣ୍ଟ୍ରାଲ କମିଟି ଏବଂ ଷ୍ଟେଟ୍ କାଉନସିଲ୍ ତାଇୱାନ ଉପରେ କବଜା ଏବଂ ପରେ ସେଠାରେ ନିଜ କ୍ଷମତା ଜାହିର କରିବା ପାଇଁ ଫୁଜିୟାନକୁ ପ୍ରାକ୍ଟିସ୍ ଜୋନ୍ କରିଛି ।
ବେଜିଂ ତରଫରୁ ପ୍ଲାନ୍ ଜାରି କରିବାର ଠିକ୍ ପୂର୍ବରୁ ଏକ ଚୀନ୍ ଏୟାରକ୍ରାଫ୍ଟ ଏବଂ ପ୍ରାୟ ୨୫ରୁ ଅଧିକ ୱାରସିପ୍ ତାଇୱାନ ପାଖରେ ନଜର ଆସିଥିଲା । ଏହା ବ୍ୟତୀତ ଗୁରୁବାର ମଧ୍ୟ ଚୀନ୍ ତାଇୱାନର ଏୟାର ଡିଫେନ୍ସ ଜୋନରେ ନିଜ ୱାରସିପ୍ ଏବଂ ଏୟାରକ୍ରାଫ୍ଟ ପଠାଇ ଶକ୍ତି ପ୍ରଦର୍ଶନ କରିଛି ।ତାଇୱାନର ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଗତ ୨୪ ଘଣ୍ଟାରେ ଚୀନ ଏୟାରଫୋର୍ସର ୪୦ ଏୟାରକ୍ରାଫ୍ଟ ତାଇୱାନର ଦକ୍ଷିଣଭାଗରେ ପ୍ରବେଶ କରିଥିଲେ । ଅର୍ଥାତ୍ ୩ ଦିନରେ ପ୍ରାୟ ୮୪ ଯୁଦ୍ଧ ବିମାନ ଏବଂ ୩୩ରୁ ଅଧିକ ଯୁଦ୍ଧ ଜାହାଜ ତାଇୱାନର ଦକ୍ଷିଣ ଭାଗରେ ନଜର ଆସିଥିବା ତାଇୱାନ ସୂଚନା ଦେଇଛି ।
ସୂଚନା ଅନୁସାରେ ଚୀନ୍ ଫୁଜିୟାନରେ ତାଇୱାନ ଲୋକଙ୍କ ପାଇଁ ଘର ଏବଂ ବିଜନେସ୍ ସେଟଲ କରିବାର ବ୍ୟବସ୍ଥା କରିବ । ଚୀନ୍ ଏହି ବ୍ଲୁପ୍ରିଣ୍ଟ ଏମିତି ସମୟରେ ଜାରି କରିଛି ଯେବେ ତାଇୱାନରେ ଆଗାମୀ ବର୍ଷ ଜାନୁୟାରୀରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ପ୍ରକୃତରେ ଚୀନ୍ ଗୋଟେ ପଟେ ନିଜ ୱାରସିପ୍ ଏବଂ ଏୟାରକ୍ରାଫ୍ଟ ପଠାଇ ତାଇୱାନକୁ ଡରାଇବାକୁ ଚାହୁଁଛି, ଅନ୍ୟ ପଟେ ବିଜନେସ୍ ଏବଂ ସେଟଲମେଣ୍ଟ ଅବସର ଦେଇ ତାଇୱାନ ଚୀନରେ ମିଶିବାକୁ ଚାହୁଁଥିବା ଲୋକମାନଙ୍କୁ ଆମନ୍ତ୍ରିତ କରୁଛି ।
ଚୀନ୍ ବ୍ଲୁପ୍ରିଣ୍ଟରେ ଫୁଜିୟାନ ଆସୁଥିବା ତାଇୱାନର ଲୋକଙ୍କ ପାଇଁ ଚାକିରୀ ଏବଂ ବିଜଜେସର ଉତ୍ତମ ବିକଳ୍ପ ଦେବା ଦାବି କରିଛି । ଏହା ସହିତ ସେ ଇଣ୍ଡଷ୍ଟ୍ରିଆଲ୍ ଏବଂ କ୍ୟାପିଟାଲ କୋ-ଅପରେସନ ବଢାଇବା କଥା ମଧ୍ୟ କହିଛି । ଚୀନ୍ ତାଇୱାନର କମ୍ପାନୀମାନଙ୍କୁ ନିଜ ଷ୍ଟକ୍ ଏକ୍ସଚେଞ୍ଜରେ ସାମିଲ ହେବା ପାଇଁ ମଧ୍ୟ ପ୍ରୋତ୍ସାହିତ କରୁଛି । ତାଇୱାନର କମ୍ପାନୀକୁ ଚୀନରେ ନିଜ ରେଡିଓ ଏବଂ ଟିଭି ପ୍ରଡକ୍ସନ କମ୍ପାନୀ ଆରମ୍ବ କରିବାର ସୁଯୋଗ ଦିଆଯିବ । ପ୍ରାୟ ୧ ମାସ ପୂର୍ବରୁ ଚାଇନା ସେନା ପିପୁଲ୍ସ ଲିବରେସନ ଆର୍ମି(PLA)ର ସୈନିକ ତାଇୱାନ ଉପରେ ଆକ୍ରମଣ ପାଇଁ ଟ୍ରେନିଂ କରୁଥିବା ନଜର ଆସୁଥିଲେ । PLAର ୯୬ ବର୍ଷ ପୁରା ହେବା ପରେ ଚୀନ ଷ୍ଟେଟ୍ ମିଡିଆ ସିସିଟିଭି ରେ ଏକ ଡକ୍ୟୁମେଣ୍ଟରୀ ଜାରି କରିଥିଲା । ଏହାର ନାଁ ଝୁ ମେଙ୍ଗ ବା ଚେସିଂ ଡ୍ରିମ୍ସ ଥିଲା ।
ତାଇୱାନର ଏୟାର ଡିଫେନ୍ସ ଜୋନ୍ ତାର ଏୟାରସ୍ପେଶରୁ ବହୁତ ବଡ ଏବଂ ଅନେକ ସ୍ଥାନରେ ଏହା ଚୀନର ଏୟାର ଡିଫେନ୍ସ ଜୋନରେ ଓଭରଲ୍ୟାପ୍ କରିଯାଏ । ଏହା ବ୍ୟତୀତ କେବଳ ଏୟାରସ୍ପେଶ୍ ହିଁ ନୁହେଁ, ବରଂ କେଉଠି ଏଥିରେ ମ୍ୟାନଲ୍ଯାଣ୍ଡ ମଧ୍ୟ ସାମିଲ । ଏକ୍ସପର୍ଟ୍ସଙ୍କ କହିବାନୁସାରେ ତାଇୱାନର ଡିଫେନ୍ସ ଜୋନରେ ଚୀନର ବଢୁଥିବା କାରନାମା ତାର ଗ୍ରେ ଜୋନ ରଣନୀତିର ଅଂଶ, ଯାହା ଫଳରେ ସେ ଆଇଲ୍ୟାଣ୍ଡରେ କ୍ଷମତା ବଜାୟ ରଖିବାକୁ ଚାହୁଁଛି ।