ମସ୍କୋ, ୦୧/୦୯: ୨୦୨୨ ଫେବୃଆରୀ ୨୪ରୁ ୟୁକ୍ରନରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗିରହିଛି । ବହୁ ବଡ଼ ରୋଗରେ ପୁଟିନ ପୀଡ଼ିତ ଥିବା କଥା ବିଭିନ୍ନ ଗଣମାଧ୍ୟରେ ଖବର ପ୍ରକାଶ ପାଏ । ହେଲେ ଏନେଇ ରୁଷ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ପୁଟିନଙ୍କ ଭାବଭଙ୍ଗୀରୁ ଅନୁମାନ କରାଯାଏ ଯେ, ଭ୍ଲାଦିମିର ପୁଟିଙ୍କ ସ୍ବାସ୍ଥ୍ୟବସ୍ଥା ଜମା ଭଲ ନାହିଁ । ଇତିମଧ୍ୟରେ ପୁଣି ଥରେ ପୁଟିନଙ୍କ ସ୍ବାସ୍ଥବସ୍ଥା ଗୁରୁତର ଥିବା କଥା ଚର୍ଚ୍ଚା ହେଉଛି ।
ଆମେରିକାର ଦାବି, ୟୁକ୍ରେନ୍ରେ ଯୁଦ୍ଧ ଲଢ଼ିବାକୁ ଉତ୍ତର କୋରିଆକୁ ଯୁଦ୍ଧାସ୍ତ୍ର ମାଗୁଛି ରୁଷିଆ
ଯାହାକୁ ନେଇ ପୁଟିନଙ୍କ ସ୍ବାସ୍ଥ୍ୟ ସଂପର୍କରେ ଜାଣିବାକୁ ୟୁକ୍ରେନ ମଧ୍ୟ ତତ୍ପରତା ପ୍ରକାଶ କରିଛି । ଭାଇରାଲ ହୋଇଥିବା ଏକ ଟେଲିଗ୍ରାମ ପୋଷ୍ଟକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୟୁକେ ସ୍ଥିତ ‘ଏକ୍ସପ୍ରେସ’ ରିପୋର୍ଟରୁ ଜଣାପଡ଼ିଛି ଯେ, ଜେଡ୍-ବ୍ଲଗର ନାମକ ଏକ ଟେଲିଗ୍ରାମ ଆକାଉଣ୍ଟରୁ ପୁଟିନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କିତ ଏକ ପୋଷ୍ଟ କରାଯାଇଛି । ପୁଟିନଙ୍କ ଏକ ଫଟୋ ସହ ୟୁଜର ଲେଖିଛନ୍ତି, ‘ଭଗବାନ, ଆପଣ ଆମକୁ ଛାଡ଼ି ଯାଇପାରିବେ ନାହିଁ । ଭାଗବାନଙ୍କ ନିକଟରେ ପ୍ରାର୍ଥନା ଆପଣ ଜୀବିତ ଏବଂ ସୁସ୍ଥ ଥାଆନ୍ତୁ।’ ସେପଟେ ଏହି ପୋଷ୍ଟକୁ ଭିତ୍ତି କରି ୟୁକ୍ରେନର ଜଣେ ମନ୍ତ୍ରୀଙ୍କ ପରାମର୍ଶଦାତା ଏଣ୍ଟୋନ୍ ଗେରାଶେଙ୍କୁ ‘ଏକ୍ସ’ (ଟ୍ବିଟର)ରେ ଲେଖିଛନ୍ତି, ‘କଣ ଚାଲିଛି ?’ ତାଙ୍କର ଏହି ପୋଷ୍ଟରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି ୟୁଜର୍ସ ।
An interesting post on the Telegram channel of "Z-blogger" Pozdnyakov:
— Anton Gerashchenko (@Gerashchenko_en) August 28, 2023
"God, don't you leave us 🙏🙏🙏
Pray to God you are alive and healthy 🙏"
What is going on? pic.twitter.com/w1mlbuQyfx
ତେବେ ପୁଟିନଙ୍କ ଖରାପ ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଇଛି । ପର୍କିନସନ୍ ପାଖରୁ କ୍ୟାନସର ଭଳି ରୋଗରେ ପୁଟିନ ପୀଡ଼ିତ ଥିବା ନେଇ ଦାବି କରିଆସିଛନ୍ତି ତାଙ୍କ ବିରୋଧୀ ।
You can also read: ଏହା ପ୍ରଥମ ନୁହେଁ…୧୯୪୭ରୁ ୨୦୧୭ ମଧ୍ୟରେ ଅନେକ ଥର ହୋଇଛି ସଂସଦର ସ୍ବତନ୍ତ୍ର ଅଧିବେଶନ