ବଲାଙ୍ଗିର, ୧୧/୧୧ : ଆସନ୍ତା ୧୫ ତାରିଖରେ ହେବାକୁ ଥିବା କୋସଲ ମହାବନ୍ଦ ଆନ୍ଦୋଳନ ୧୮ ତାରିଖକୁ ଘୁଞ୍ଚିିଛି। ଏନେଇ ଶୁକ୍ରବାର କୋସଲ ରାଏଜ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବରଗଡ଼ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ବରିଷ୍ଠ କୋସଲବାଦୀ ନେତା ପ୍ରମୋଦ ମିଶ୍ର ଏକ ସାମ୍ୱାଦିକ ସମ୍ମିଳନୀ ଡକାଇ ଏହି ଆନ୍ଦୋଳନକୁ ସମର୍ଥନ କରିବା ସହ ସମସ୍ତେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ୧୮ ତାରିଖରେ ସମଗ୍ର ପଶ୍ଚିମ ଓଡ଼ିଶା ବନ୍ଦ କରିବାରେ ସାଥ ଦେବାକୁ ସେ ସମସ୍ତ ନେତା ମନ୍ତ୍ରୀ ତଥା ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ତେବେ ଏହା କୌଣସି ଅଭିନେତାଙ୍କ ପାଇଁ ନୁହେଁ ବରଂ ସ୍ୱତନ୍ତ୍ର କୋସଲ ପ୍ରଦେଶ ଗଠନ ପାଇଁ କରାଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।