ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ଟ୍ରାନ୍ସଜେଣ୍ଡରଙ୍କୁ ଥଇଥାନ ଓ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ପ୍ରଶାସନର ପ୍ରୟାସ

 ପୁରୀ  ୧୧/୯ :  ପୁରୀ ଜିଲ୍ଲାରେ ଥିବା ଟ୍ରାନସ୍ ଜେଣ୍ଡର ମାନଙ୍କ ଥଇଥାନ କରି ତାଙ୍କୁ ସମାଜର ମୁଖ୍ୟ ସ୍ରୋତ କୁ ଫେରାଇ ଆଣିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଆରମ୍ଭ କରାଯାଇଛି।ଏହି କ୍ରମରେ ସର୍ବୋଦୟ ନଗର ମୁନିସିପାଲ୍ଟି କୋଠାରେ  ଟ୍ରାନସ ଜେଣ୍ଡର ମାନଙ୍କ ପାଇଁ  ଏକ ତାଲିମ କେନ୍ଦ୍ର ଉଦଘାଟିତ ହୋଇଛି । ଏହି   ତାଲିମ କେନ୍ଦ୍ରକୁ ଉଦ୍ଘାଟନ କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ  ଟ୍ରାନସ୍ ଜେଣ୍ଡର୍ ମାନେ ଯେପରି ସାମାଜିକ ଅବହେଳାର ଶିକାର ନ ହେବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଇ ପାରିବେ ସେ ଦିଗରେ ଏହି ଟ୍ରେନିଂ ସେଣ୍ଟର ଉପୋଯୋଗୀ ହେବ ବୋଲି କହି ଥିଲେ । ଅନ୍ୟତମ୍ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ଏହି କାର୍ଯ୍ୟକ୍ରମ  ରାଜ୍ୟ ଭିନ୍ନକ୍ଷମ ସଶକ୍ତି କରଣ ଓ ସାମାଜିକ ସୁରକ୍ଷା ବିଭାଗ "ସ୍ବୀକୃତି" ଯୋଜନା ମାଧ୍ୟମରେ ଆର୍ଥିକ ଅନୁଦାନ ପ୍ରାପ୍ତ ଅଟେ ଏବଂ ଏହି ପ୍ରୋଜେକ୍ଟ ମାଧ୍ୟମରେ ପୁରୀ ଜିଲ୍ଲାର ଟ୍ରାନସ୍ ଜେଣ୍ଡର ମାନଙ୍କୁ ବିଭିନ୍ନ ପ୍ରକାର ଧନ୍ଦାମୂଳକ ପ୍ରଶିକ୍ଷଣ ଦେବା ସହିତ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଆରମ୍ଭ କରାଯିବ ବୋଲି କହିଥିଲେ। ସେହି ପରି ଅନ୍ୟତମ ଅତିଥି ଭାବେ ଯୋଗ ଦେଇ  ଏହି କାର୍ଯ୍ୟକ୍ରମ ପରାମର୍ଶ ଦାତା ସିଦ୍ଧାର୍ଥ ରାୟ ପୁରୀରେ ଓଡ଼ିଶାର ପ୍ରଥମ ଟ୍ରାନସ ଜେଣ୍ଡର ଆଶ୍ରୟ ଗୃହ ଖୋଲାଯିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରୟାସ ଆରମ୍ଭ କରାଯାଇଛି ବୋଲି କହିଥିଲେ । ଯାହା ଫଳରେ ପୁରୀ ସହରକୁ ଚାଲିଆସୁଥିବା ଟ୍ରାନସ୍ ଜେଣ୍ଡର ମାନଙ୍କୁ ଥଇଥାନ କରିବାରେ ସୁବିଧା ହେବ ବୋଲି କହିଥିଲେ।

ଏହି ଅବସରରେ ଦେବଦାସୀ ଟ୍ରାନସ ସୋୟଂସହାୟକ ଗୋଷ୍ଠୀ ଓ ଶ୍ରୀକ୍ଷେତ୍ର ଟ୍ରାନସ୍ ସୋୟଂସହାୟକ ଗୋଷ୍ଠୀ କୁ ୫୦ ହଜାର ଟଙ୍କା ଲେଖାଏଁ ସର୍ବମୋଟ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା।  ପୁରୀ ଜିଲ୍ଲା କିନ୍ନର ସଂଘର ପ୍ରୀୟାନ୍ସି ଦାସ ,ସନ୍ତୋଷ କୁମାର ଜେନା ଓ ଦେବକି  ସହିତ ଏକ ପ୍ରତିନିଧି ଦଳ ପୁରୀ ଜିଲ୍ଲାପାଳଙ୍କୁ ଭେଟି ସହାୟତା ପାଇଁ ଧନ୍ୟବାଦ୍ ଦେବା ସହିତ ଟ୍ରାନସ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।ଏହି କାର୍ଯକ୍ରମକୁ ସାଥୀ ଅନୁଷ୍ଠାନର ସହ ନିର୍ଦେଶକ ବିଶ୍ବଭୂଷଣ ପଟ୍ଟନାୟକ ,କ୍ଷେତ୍ର ସଂଯୋଜକ ରସ୍ମିତା ସାହୁ,ଜିଲ୍ଲା ସଂଯୋଜକ ରୋଜାଲିନ ସାହୁ ପରିଚାଳନା କରିଥିଲେ।

ଆହୁରି ପଢନ୍ତୁ : ଓଟିଇଟି ପରୀକ୍ଷା କରିବାକୁ ଦାବି, ମାଧ୍ୟମିକ ଶିକ୍ଷା ପରିଷଦ ସମ୍ମୁଖରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ

Copyright © 2022 - Summa Real Media Private Limited. All Rights Reserved.