ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଅଣଆଦିବାସୀ ବ୍ୟକ୍ତିଙ୍କୁ ଜମି ହସ୍ତାନର ନିଷ୍ପତ୍ତି ସ୍ଥଗିତ, ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି

ଭୁବନେଶ୍ଵର, ୧୭/୧୧ : ଅଣଆଦିବାସୀ ବ୍ୟକ୍ତିଙ୍କୁ ଜମି ହସ୍ତାନର ନିଷ୍ପତ୍ତି ସ୍ଥଗିତ। ବିବାଦ ପରେ ସରକାର ନିଷ୍ପତ୍ତି ସ୍ଥଗିତ ରଖିଥିବା ସୂଚନା ମିଳିଛି। ଏନେଇ ଏକ୍ସରେ ସୂଚନା ଜାରି କଲେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଅନୁସୂଚିତ ଜନଜାତିଙ୍କୁ ଏନେଇ ନଭେମ୍ଵର ୧୪ରେ ଜମି ହସ୍ତାନ୍ତର ନେଇ କ୍ୟାବିନେଟରେ ଅନୁମତି ମିଳିଥିଲା। 

କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଅଣଆଦିବାସୀ ବ୍ୟକ୍ତିଙ୍କୁ ଆଦିବାସୀ ଲୋକେ ନିଜ ଜମି ବିକି ପାରିବେ। ଅଣଆଦିବାସୀଙ୍କୁ ଜମି ବିକ୍ରି, ହସ୍ତାନ୍ତର ଓ ବନ୍ଧକ ରଖିବା ଉପରେ ରୋକ୍‌ ହଟାଯାଇଥିଲା। ହେଲେ ଏଥିପାଇଁ ଜମିର ମାଲିକ ଥିବା ଆଦିବାସୀ ବ୍ୟକ୍ତିଙ୍କୁ ଉପଜିଲ୍ଲାପାଳଙ୍କ ଅନୁମତି ଆଣିବାକୁ ପଡ଼ିବ। ଉପଜିଲ୍ଲାପାଳ ଅନୁମତି ନଦେଲେ, ଆଦିବାସୀ ଜମି ମାଲିକ ୬ ମାସ ଭିତରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ। ଏ ସଂକ୍ରାନ୍ତରେ ଜିଲ୍ଲାପାଳ ଯାହା ନିଷ୍ପତ୍ତି ନେବେ, ତାହା ହେବ ଚୂଡ଼ାନ୍ତ ନିଷ୍ପତ୍ତି। କୃଷି, ଆବାସିକ ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା, ଆତ୍ମ ନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ସର୍ବସାଧାରଣ ଅର୍ଥକାରୀ ସଂସ୍ଥାରେ ବନ୍ଧକ ମଧ୍ୟ ଋଣ ଆଣିପାରିବେ । ଏପରିକି ଜଣେ ଅଣଆଦିବାସୀ ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ। ଅନୁସୂଚିତ ଜନଜାତି (ଆଦିବାସୀ)ମାନଙ୍କର ବୃହତର ସ୍ୱାର୍ଥକୁ ବିଚାର କରି ରାଜ୍ୟ କ୍ୟାବିନେଟ ଆଇନରେ ଏଭଳି ସଂଶୋଧନ ଆଣିବାକୁ ଅନୁମୋଦନ ଦେଇଥିଲେ। ଏନେଇ କ୍ୟାବିନେଟ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ରାଜନୀତି ତେଜିଥିଲା। ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରାଯାଇଥିଲା। 

ପ୍ରକାଶ ଥାଉକି, ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨, ୧୯୫୬ ଆଇନ ପ୍ରଚଳନ ହୋଇ ଆସୁଛି। ୨୦୦୨ ମସିହାରେ ଏହି ଆଇନରେ କେତେକ ସଂଶୋଧନ ଅଣାଯାଇଥିଲା । ଏହି ଆଇନ ଅନୁସାରେ ଅନୁସୂଚିତ (ଆଦିବାସୀ) ବର୍ଗର ବ୍ୟକ୍ତି ତା’ର ସ୍ଥାବର ସମ୍ପତ୍ତିକୁ କେବଳ ସେହି ବର୍ଗର (ଆଦିବାସୀ) ବ୍ୟକ୍ତିଙ୍କୁ ହିଁ ହସ୍ତାନ୍ତର କରିପାରିବେ । ଏହି ଆଇନ ଅନୁଯାୟୀ ଜଣେ ଆଦିବାସୀ ବ୍ୟକ୍ତି କେବଳ କୃଷି ଉଦ୍ଦେଶ୍ୟରେ ନିଜ ଜମିକୁ ଯେ କୌଣସି ସର୍ବସାଧାରଣ ଅର୍ଥକାରୀ ସଂସ୍ଥାରେ ବନ୍ଧକ ରଖିପାରିବାକୁ ଅନୁମତି ଅଛି । ଏଭଳି ବ୍ୟବସ୍ଥା ଯୋଗୁ ଆଦିବାସୀ ବର୍ଗର ଶିକ୍ଷିତ ଯୁବକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । 

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.