ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝିଅର ପୋଷ୍ଟମର୍ଟମ ରିପୋର୍ଟରେ ଅସନ୍ତୁଷ୍ଟ ହୋଇ ଡ଼ାକ୍ତରଙ୍କୁ ମାଡ଼ ମାରିଥିଲେ, ଗିରଫ କଲା ପୋଲିସ

ଗଜପତି, ୦୨/୦୧ : ଡ଼ାକ୍ତରଙ୍କୁ ମାଡ଼ ମାରି ଗିରଫ। ପାରଳାଖେମୁଣ୍ଡିର ମୃତ ନବୋଦୟ ଛାତ୍ରୀଙ୍କ ମା ସୁଜ୍ଞାନୀ ରୋଇତ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୋତାରେ ମାଡ଼ ମାରିଥିଲେ। ଏହି ଘଟଣାରେ ଆଜି ପାରଳାଖେମୁଣ୍ଡି ପୋଲିସ ସୁଜ୍ଞାନୀଙ୍କୁ ଗିରଫ କରିଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁଯାୟୀ, ଗତବର୍ଷ ଫେବୃଆରୀ ୧୭ରେ ନବୋଦୟ ବିଦ୍ୟାଳୟରେ ସୁଜ୍ଞାନୀଙ୍କ ଝିଅ ଆତ୍ମହତ୍ୟା କରିଥିବା ଖବର ମିଳିଥିଲା । ମୃତ ନାବାଳିକାଙ୍କ ମା ସୁଜ୍ଞାନୀ ଆତ୍ମହତ୍ୟା କଥାକୁ ଅସ୍ବୀକାର କରିଥିଲେ । ଝିଅର ପୋଷ୍ଟମର୍ଟମ ରିପୋର୍ଟରେ ଡ଼ାକ୍ତର ଆତ୍ମହତ୍ୟା ଲେଖିଥିବା ନେଇ ଅସନ୍ତୁଷ୍ଟ ଥିଲେ ସୁଜ୍ଞାନୀ। ଜାନୁଆରୀ ୩୦ ତାରିଖ ଦିନ ମୃତ ଛାତ୍ରୀଙ୍କ ମା ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଯାଇ ରିପୋର୍ଟ ଦେଇଥିବା ଡାକ୍ତରଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହ ସମସ୍ତ କର୍ମଚାରୀଙ୍କ ଆଗରେ ତାଙ୍କୁ ଜୋତାରେ ମାଡ଼ ମାରିଥିଲେ । ଏଇ ଘଟଣାରେ ସୁଜ୍ଞାନୀଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.