ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ପ୍ରମେୟ-ନ୍ୟୁଜ୍‌୭କୁ ଟାଇମ୍ସ ବିଜିନେସ୍‌ ଆୱାର୍ଡ, ବଲିଉଡ ଅଭିନେତା ବୋମନ ଇରାନୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର ୦୯/୧୧: ପ୍ରମେୟ-ନ୍ୟୁଜ ୭କୁ ମିଳିଛି ଟାଇମ୍ସ ବିଜ୍‌ନେସ ଆୱାର୍ଡ ୨୦୨୩ । ପ୍ରମେୟ-ନ୍ୟୁଜ୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଉପସ୍ଥିତ ରହି ବଲିଉଡ ଅଭିନେତା ବୋମନ ଇରାନୀଙ୍କଠାରୁ ଏହି ଆୱାର୍ଡ ଗ୍ରହଣ କରିଛନ୍ତି । ଖବର ଉପସ୍ଥାପନାରେ ସ୍ୱତନ୍ତ୍ର ଶୈଳୀ, ଖୁବ କମ୍‌ ଦିନରେ ଅଗ୍ରଣୀ ସ୍ଥାନ ହାସଲ କରିବା ସହ ପାଠକ ଓ ଦର୍ଶକଙ୍କ ଦ୍ୱାରା ପ୍ରମେୟ-ନ୍ୟୁଜ୭ ବେଶ ଆଦୃତ ହୋଇପାରିଛି । ରାଜ୍ୟର ସ୍ୱାର୍ଥ ସହ ଲୋକଙ୍କ ସ୍ୱର ଭାବେ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ମିଳିଛି ଏହି ଆୱାର୍ଡ । 

ଟାଇମ୍ସ ଗ୍ରୁପ ପକ୍ଷରୁ ଟାଟା ମୋଟର୍ସ ସହଯୋଗରେ ସ୍ଥାନୀୟ ଏକ ତାରକା ହୋଟେଲରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଟାଇମ୍ସ ବିଜ୍‌ନେସ ଓଡ଼ିଶା ଆୱାର୍ଡ ୨୦୨୩ର ୪ର୍ଥ ସଂସ୍କରଣକୁ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଷ୍ଟାର୍ଟଅପ୍‌ ଓଡ଼ିଶାର ଅଧ୍ୟକ୍ଷ ଓମ୍‌କାର ରାୟ, ବେଦାନ୍ତ ଲିମିଟେଡ୍‌ର ସଭାପତି ଟି କେ ଚାନ୍ଦ, ଟାଇମ୍ସ ଗ୍ରୁପର ପୂର୍ବାଞ୍ଚଳ ମୁଖ୍ୟ ବିମାନ ଦତ୍ତ ଏବଂ ଫ୍ରାନ୍ସ ବାଣିଜ୍ୟଦୂତ ନାକୋଲାସ ଫାସିନୋ ଉପସ୍ଥିତ ଥିଲେ । ଓଡ଼ିଶାର ଶିଳ୍ପ ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ମୋଟ ୩୯ ଉଦ୍ୟୋଗୀଙ୍କୁ ଏଥିରେ ପୁରସ୍କୃତ କରାଯାଇଛି ।

Copyright © 2022 - Summa Real Media Private Limited. All Rights Reserved.