ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ମୋରମ ଚୋରା ଚାଲାଣ ବେଳେ ଟ୍ରକ ଜବତ

ନୀଳଗିରି,୩୧/୧: ନୀଳଗିରିରେ ଏବେ ଚୋରା ମୋରମ କାରବାରର ପେଣ୍ଠସ୍ଥଳ ପାଲଟିଛି। କିଛିଦିନ ଧରି ଦିନରାତି ମୋରମ ବିଭିନ୍ନ ସ୍ଥାନରୁ ଚୋରି ହୋଇ ବାହାରକୁ ଚାଲାଣ ହେଉଛି।ରାଜସ୍ୱ ବିଭାଗ ଉପରେ ଅଞ୍ଚଳବାସୀ ପ୍ରଶ୍ନ ଉଠାଉଥିବା ବେଳେ ଦୀର୍ଘଦିନର ନୀରବତା ପରେ ଆଜି ତହସିଲଦାର ଚଢ଼ାଉ କରିଛନ୍ତି।  

ସୂଚନାଯୋଗ୍ୟ ନୀଳଗିରି ବଣପାହାଡ଼ ଘେରା ଅଞ୍ଚଳରେ ପ୍ରଚୁର ପରିମାଣରେ ଲଘୁ ଖଣିଜ ଯାତ ଦ୍ରବ୍ୟ ଭରି ରହିଛି।ସରକାରୀ ଆଇନ ପାଇଁ ଅନେକ ସ୍ଥାନରେ ଖଣିଖାଦାନ ବନ୍ଦ  ପଡିଛି।ତା ଉପରେ ଏବେ ଲୋଲୁପ ଦୃଷ୍ଟି ପଡିଛି କଳାବେପାରୀ ମାନଙ୍କର।ଚାରିଆଡେ ଏବେ ମୋରମ ଓ ପଥର ଚାଲାଣ ହେଉଥିବା ବେଳେ ରାଜସ୍ୱ ବିଭାଗ ସେଭଳି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ଉଠିଛି।ଫଳରେ କଳା କାରବାର କରୁଥିବା ବେପାରୀ ମାନେ ପ୍ରତ୍ସାହନ ପାଇ ଚୋରା ବେପାର ଦ୍ବିଗୁଣିତ କରିଛନ୍ତି। ଆଜି ତହସିଲଦାର ଅଚାନକ ଚଢ଼ାଉ କରି ଏକ ଦଶଚକିଆ ଟ୍ରକରେ ମୋରମ ବୋଝେଇ ହୋଇ ଯାଉଥିବା ବେଳେ ଏହାକୁ ଜବତ କରିଥିଲେ। ଗାଡିଟି କେଉଁଠାରୁ ମୋରମ ଆଣୁଛି ଆଉ କାଗଜପତ୍ର ମାରିବାରୁ ସନ୍ତୋଷ ଜନକ ଉତ୍ତର ନପାଇ ଶେଷରେ ତହସିଲଦାର ଦୀପ୍ତିମୟୀ ବେହେରା ଗାଡିଟିକୁ ଜବତ କରି ନୀଳଗିରି ତହସିଲ ଅଫିସ ପରିସରକୁ ଆଣିଥିଲେ।ଗାଡିଟିର ପରିବହନ ପାଇଁ କାଗଜପତ୍ର ସଠିକ ନଥିବା ବେଳେ ଇନ୍ସୁରାନ୍ସ ମଧ୍ୟ ସରିଯାଇଥିବା ଜଣାପଡିଛି।ଯଦି ବାଟରେ କୌଣସି ଦୁର୍ଘଟଣାରେ ପ୍ରାଣହାନି ହୁଏ ତାହେଲେ ଏଥିପ୍ରତି କିଏ ଦାୟୀହେବ ବୋଲି ପ୍ରଶ୍ନ ଉଠିଛି।ତେବେ ତହସିଲଦାର ଏନେଇ ତଦନ୍ତ କରୁଛନ୍ତି।

ଆହୁରି ପଢନ୍ତୁ : ୧୬ରେ ମାଘ ବୁଡ଼କୁ ନେଇ ସମନ୍ବୟ ବୈଠକ : ୨ ଦିନ ସୂର୍ଯ୍ୟମନ୍ଦିର ଭିତରକୁ ମାଗଣା ପ୍ରବେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.