ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଦୁନିଆରେ ପ୍ରଥମଥର ପାଇଁ ହେଲା ଆଖି ପ୍ରତିରୋପଣ, ୨୧ ଘଣ୍ଟା ଧରି ଚାଲିଥିଲା ଅପରେସନ୍

ନୂଆଦିଲ୍ଲୀ, ୧୦/୧୧: ପ୍ରଥମଥର ପାଇଁ ଦୁନିଆରେ ଆଖି ପ୍ରତିରୋପଣ କରାଯାଇଛି । ରିପୋର୍ଟ ଅନୁସାରେ, ଆମେରିକାର ନ୍ୟୁୟର୍କରେ ଡାକ୍ତର ପ୍ରଥମଥର ମୁହଁର ସର୍ଜରୀ ବେଳେ ଜଣେ ମଣିଷଙ୍କ ଆଖିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି । ଏହି ଅପରେସନ୍ ପ୍ରାୟ ୨୧ ଘଣ୍ଟା ଧରି ଚାଲିଥିଲା ।

୨୧ ଘଣ୍ଟାର ଲମ୍ବା ଅପରେସନରେ ୧୪୦ ଜଣ ଡାକ୍ତର ସାମିଲ୍ ହୋଇଥିଲେ । ପୂର୍ବରୁ ଡାକ୍ତର ଆଖିର ଗୋଟିଏ ପରସ୍ତ ପ୍ରତିରୋପଣ କରି ଆସୁଥିଲେ । ଏବେ ଡାକ୍ତର ଆଖି ପ୍ରତିରୋପଣ କରିବାକୁ ଚିକିତ୍ସା ବିଜ୍ଞାନରେ ସବୁଠୁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି । ତେବେ ଏବେ କୁହାଯାଇ ପାରିବ ନାହିଁ ରୋଗୀ ଜଣଙ୍କ ଦୃଷ୍ଟି ଶକ୍ତି ଫେରି ଆସିବ ବୋଲି ।

୨୦୨୬ ସୁଦ୍ଧା ଭାରତରେ ଆରମ୍ଭ ହୋଇପାରେ ଇ-ଏୟାର୍ ଟ୍ୟାକ୍ସି ସେବା, ୭ ମିନିଟରେ ସରିବ ୯୦ ମିନିଟର କାର୍ ଯାତ୍ରା

ଏହି ଅପରେସନର ନେତୃତ୍ୱ ନେଇଥିବା ଡାକ୍ତର କହିଛନ୍ତି, ପ୍ରତିରୋପଣ କରାଯାଇଥିବା ଆଖି ସୁସ୍ଥ ଅଛି । ରେଟିନା ହେଉଛି ଆଖିର ସେହି ଭାଗ ଯାହା ମସ୍ତିଷ୍କକୁ ଫଟୋ ପଠାଇ ଥାଏ । ଅପରେସନର ୬ ମାସ ପରେ ଆଖି ପ୍ରତିରୋପଣ କରାଗଲେ ଠିକ୍ ଭାବେ କାମ କରିବ ବୋଲି ଆଶା ରହିଛି । ତାହା ପରେ ହିଁ କୁହାଯାଇ ପାରିବ ରୋଗୀ ଦେଖି ପାରିବେ କି ନାହିଁ ।

ଆଖି ପ୍ରତିରୋପଣ କରାଯାଇଥିବା ବ୍ୟକ୍ତିଙ୍କ ନାଁ ହେଉଛି ଏରୋନ୍ ଜେମ୍ସ । ୨୦୨୧ରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ସଂସ୍ପର୍ଶରେ ସେ ଆସିଥିଲେ । ତାଙ୍କ ମୁହଁର ବାମ ପଟ ନାକ ଓ ଆଖି ପୂରା ଜଳି ଯାଇଥିଲା । ଡାକ୍ତରଙ୍କ ଅନୁସାରେ, ଜେମ୍ସଙ୍କୁ ୭୨୦୦ ଭୋଲ୍ଟର କରେଣ୍ଟ ଲାଗିଥିଲା । ଡାକ୍ତର କଠିନ ପରିଶ୍ରମ କରି ଜେମ୍ସଙ୍କ ମୁହଁର ସର୍ଜରୀ କରି ଅଧା ଚେହେରାକୁ ବଦଳାଇ ପାରିଛନ୍ତି । ଅପରେସନ୍ ସମୟରେ ବାମ ଆଖି ପ୍ରତିରୋପଣ ବି କରାଯାଇଛି । 

ବିଦ୍ୟୁତ୍ ଆଘାତରେ ଗଲା ୪ ଜୀବନ, ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ବାପାମାଆଙ୍କ ସହ ଆଖି ବୁଜିଲେ ଭାଇଭଉଣୀ

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.