ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ହମାସ୍ ବିପକ୍ଷରେ ଇସ୍ରାଏଲର ଯୁଦ୍ଧ ସରିଲେ ଗାଜାରେ କିଏ କରିବ ଶାସନ ? ନେତନ୍ୟାହୁ କହିଲେ ଏମିତି…

ଜେରୁଜେଲମ୍, ୧୨/୧୧: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍-ହମାସ୍ ଯୁଦ୍ଧ ପାଞ୍ଚ ସପ୍ତାହ ହେଲା ଚାଲିଛି । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ହମାସ୍ ବିରୋଧରେ ଇସ୍ରାଏଲର ଯୁଦ୍ଧ ଶେଷ ହେଲେ କିଏ ଗାଜାରେ ଶାସନ କରିବ ? ଲଢ଼େଇକୁ ଜୋରଦାର କରିବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିବା ସହ ଅସ୍ତ୍ରବିରତି ପାଇଁ ମନା କରୁଛନ୍ତି ।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି, ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଉତ୍ତମ ଭାବେ ଲଢ଼ୁଛି । ଏଥିସହ ନେତନ୍ୟାହୁ କହିଛନ୍ତି ଯୁଦ୍ଧ ସରିଲେ ଫିଲିସ୍ତିନରେ କିଏ କରିବ କ୍ଷମତା ଦଖଲ । ନେତନ୍ୟାହୁ କହିଛନ୍ତି ଗାଜାକୁ ପୁଣି ଥରେ ଅକ୍ତିଆର କରିବା ନେଇ କୌଣସି ଯୋଜନା ନାହିଁ । ସେ ଆହୁରି କହିଛନ୍ତି, ହମାସ୍ ସହ ଯୁଦ୍ଧ ବିରାମ ହେଉଛି ଆତ୍ମସମର୍ପଣ ସହ ସମାନ ।

ଆସନ୍ତା ୧୪ରେ ଲଘୁଚାପ, ୧୬ରେ ଅବପାତ: ପ୍ରଥମେ ଦକ୍ଷିଣ ଉପକୂଳ, ତା’ପରେ ଉତ୍ତରରେ ବର୍ଷିବ

ନେତନ୍ୟାହୁ କହିଛନ୍ତି, ସୈନ୍ୟ ଆକ୍ରମଣ ପାଇଁ ତାଙ୍କ ପାଖେ କୌଣସି ଟାଇମ୍ ଟେବୁଲ୍ ନଥିଲା । ମୋତେ ଲାଗୁଛି ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଉତ୍ତମ ପ୍ରଦର୍ଶନ କରୁଛି । ଆମେ ହମାସକୁ ଶେଷ କରିବୁ । ଯେତେ ବି ସମୟ ଲାଗୁ, ଆମେ ଏହା ନିଶ୍ଚିତ କରି ଦେଖାଇବୁ ।

କରିବୁନି ଗାଜା ଅକ୍ତିଆର୍

ତେବେ ଯୁଦ୍ଧ ପରେ ଦୀର୍ଘ ଅବଧି ଧରି ଗାଜାରେ ରହିବା ନେଇ ଇସ୍ରାଏଲର କୌଣସି ଯୋଜନା ନାହିଁ । ନେତନ୍ୟାହୁ କହିଛନ୍ତି, ଗାଜାରେ ଶାସନ କରିବାକୁ ଇସ୍ରାଏଲ୍ ଚାହୁଁ ନାହିଁ । ଆମେ ଗାଜାକୁ କବଜା କରିବାକୁ ଚାହୁଁ ନାହୁଁ । ବରଂ ଗାଜାର ଆଗାମୀ ଭବିଷ୍ୟତ ଉତ୍ତମ ହେଉ । ସେ ଆହୁରି କହିଛନ୍ତି, ଇସ୍ରାଏଲ୍ କାହାକୁ ବିସ୍ଥାପିତ କରିବାକୁ ଚାହୁଁ ନାହିଁ ।

ବର୍ଷୀୟାନ ତେଲୁଗୁ ଅଭିନେତା ଚନ୍ଦ୍ରମୋହନଙ୍କ ପରଲୋକ, ୮୦ ବର୍ଷରେ ଦୁନିଆକୁ ଦେଲେ ବିଦାୟ

ଗାଜାର ଭବିଷ୍ୟତ ଉପରେ ଜୋର୍ ଦେଇ ନେତନ୍ୟାହୁ କହିଛନ୍ତି, ଗରିବ ଓ ନାକାବନ୍ଦୀ ଅଞ୍ଚଳକୁ ଆତଙ୍କବାଦ ଠାରୁ ସ୍ୱାଧୀନ କରିବାକୁ ଚାହୁଁଛୁ । ଉକ୍ତ କ୍ଷେତ୍ରର ପୁନଃନିର୍ମାଣ ଆବଶ୍ୟକ । ଆମକୁ ଏକ ସରକାର ବାଛିବାକୁ ପଡ଼ିବ । ଯାହାକି ଜନତା ବାଛିବେ । ପୁଣି ଥରେ ଇସ୍ରାଏଲ୍ ସେନା ଗାଜାରେ ପଶି ଆତଙ୍କବାଦୀଙ୍କୁ ହତ୍ୟା କରିବା ଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ । ଏଭଳି କଲେ ହମାସ୍ ଭଳି ସମୂହ ପୁଣି ଥରେ ମୁଣ୍ଡ ଟେକି ପାରିବେ ନାହିଁ ।

Copyright © 2022 - Summa Real Media Private Limited. All Rights Reserved.