ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡିସେମ୍ବର ୧୫ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଅଯୋଧ୍ୟା ଅନ୍ତର୍ଜାତୀୟ ଏୟାରପୋର୍ଟ, ଶ୍ରୀରାମଙ୍କ ନାମରେ ହେବ ନାମିତ

Image Courtesy: NDTV

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସାର୍ବଜନୀନ ଦର୍ଶନ ଲାଗି ଖୋଲିବାର ମାସକ ପୂର୍ବରୁ ସହରରେ ନିର୍ମାଣଧୀନ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ସୂଚନା ଦେଇଛନ୍ତି ଯେ, ଅଯୋଧ୍ୟାରେ ନିର୍ମାଣ ହେଉଥିବା ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟ ଡିସେମ୍ବର ୧୫ ସୁଦ୍ଧା ଶେଷ ହେବ । ଏହି ଏୟାରପୋର୍ଟର ନାଁ ରହିବ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ । ଏଠାରେ ବୋଇଂ ୭୩୭, ଏୟାର ବସ୍‌ ୩୧୯ ଏବଂ ଏୟାର ବସ୍‌ ୩୨ହ ଭଳି ବିମାନ ଅବତରଣ କରିପାରିବ ।

ଶନିବାର ଏୟାରପୋର୍ଟ କାର୍ଯ୍ୟର ସମୀକ୍ଷା କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିକେ ସିଂହଙ୍କ ସହ ଯାଇଥିବା ଯୋଗୀ ଆଦିତ୍ୟନାଥ କହିଛନ୍ତି, ନୂଆ ଭାରତର ପ୍ରତୀକ ହେବ ଅଯୋଧ୍ୟା । ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ, ପୂର୍ବରୁ ଅଯୋଧ୍ୟା ମାତ୍ର ୧୭୮ ଏକର ପରିବ୍ୟାପ୍ତ ଏକ ଛୋଟ ବିମାନ ବନ୍ଦର ଥିଲା । କିନ୍ତୁ ଏବେ ଏହାକୁ ବହୁତ ବଡ଼ କରିବାକୁ ଯୋଜନା ହୋଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାର ୮୨୧ ଏକର ଜମି ଦେଇଛନ୍ତି । ଅଯୋଧ୍ୟାର ବିକାଶ କରିବା ଲାଗି ତାଙ୍କ ସରକାରଙ୍କ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।

 ଅଯୋଧ୍ୟାର ସାଂସ୍କୃତିକ ଦୃଶ୍ୟପଟକୁ ଦେଖାଇବା ଲାଗି ପ୍ରଚେଷ୍ଟା ଜାରି ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ୬୫ ହଜାର ବର୍ଗ ଫୁଟର ଏହି ଏୟାରପୋର୍ଟର ନିର୍ମାଣ କାର୍ଯ୍ୟ ପ୍ରଥମ ଚରଣରେ ଥିବା ବେଳେ ଏଠାରେ ଘଣ୍ଟାକୁ ୨-୩ଟି ବିମାନ ଅବତରଣ କରିପାରିବ । ୨୨ ଶହ ମିଟରର ରନଓ୍ବେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏଥିରେ ବୋଇଂ ୭୩୭, ଏୟାର ବସ୍‌ ୩୧୯ ଏବଂ ୩୨୦ ଭଳି ବିମାନ ଲ୍ୟାଣ୍ଡ କରିପାରିବ ବୋଲି ସେ କହିଛନ୍ତି ।

ସେପଟେ ଦ୍ବିତୀୟ ପର୍ଯ୍ୟାୟରେ ରନ୍ଓ୍ବେର ଲମ୍ବ ୩୭୦୦ ମିଟରକୁ ବୃଦ୍ଧି କରାଯିବ । ଫଳରେ ଏଠାରେ ବିଶାଳକାୟ ଏୟାରକ୍ରାଫ୍ଟ ବୋଇଂ ୭୮୭ ଡ୍ରିମ ଲାଇନର ଏବଂ ବୋଇଂ ୭୭୭ ଭଳି ବିମାନ ଅବତରଣ କରିପାରିବ । ସେହିଭଳି ବିମାନ ବନ୍ଦରର ପରିଧି ୫ ଲକ୍ଷ ବର୍ଗ ଫୁଟ କରିବାର ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ।

  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.