ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

କରାଇ ନାହାନ୍ତି କି KYC ? ଫେବ୍ରୁଆରୀ ପହିଲାରୁ କାମ କରିବନି FASTag

Published By : Sushanta Sahu | January 31, 2024 5:14 PM

ନୂଆଦିଲ୍ଲୀ, ୩୧/୦୧: ଆପଣଙ୍କ ଗାଡ଼ିରେ ଫାସଟ୍ୟାଗ୍ ଲାଗିଛି କି ? ଯଦି ହଁ ଜାତୀୟ ରାଜପଥକୁ ଯିବା ପୂର୍ବରୁ ଫାସଟ୍ୟାଗର କେୱାଇସି କରାଇ ନିଅନ୍ତି । ଫାସଟ୍ୟାଗର କେୱାଇସି ଲାଗି ଜାନୁଆରୀ ୩୧ ଆଜି ହେଉଛି ଶେଷ ତାରିଖ । ଫାସଟ୍ୟାଗର କେୱାଇସି ନକଲେ ତାହା ଫେବ୍ରୁଆର ୧ରୁ କାମ କରିବ ନାହିଁ ।

ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜା ଗୁଡ଼ିକରେ ନିର୍ବିଘ୍ନରେ ଯାଆସ ଲାଗି ୪ ଚକିଆ ଓ ଅନ୍ୟ ଯାନରେ ଫାସଟ୍ୟାଗ୍ ଲାଗିଛି । ଯାହା ମାଧ୍ୟମରେ ଆପଣ ଟୋଲ୍ ପ୍ଲାଜାରେ ନ ଅଟକି ଚାଲି ଯାଉଥିବା ବେଳେ ଆକାଉଣ୍ଟରୁ ଦେୟ କଟୁଛି ।

ବୈଦ୍ୟୁତିକ ଟୋଲ୍ ଆଦାୟକୁ ଅଧିକ ସୁରକ୍ଷିତ କରିବା ଲାଗି କେୱାଇସି ଯାଞ୍ଚର ବୁଧବାର ହେଉଛି ଶେଷ ତାରିଖ । ଗୋଟିଏ ନିର୍ଦ୍ଧିଷ୍ଟ ଗାଡ଼ି ଲାଗି ଏକାଧିକ ଫାସଟ୍ୟାଗ୍ ଜାରି କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାକି ଆରବିଆଇ ନିୟମର ଉଲ୍ଲଂଘନ । ଏହା ପରେ NHAI ପକ୍ଷରୁ ଫାସଟ୍ୟାଗର କେୱାଇସି ଯାଞ୍ଚ କରାଯାଉଛି ।

NHAI ନୋଟିସ୍ ଅନୁସାରେ ଫାସଟ୍ୟାଗର କେୱାଇସି ପାଇଁ ଅନ୍ତିମ ତାରିଖ ଥିଲା ୨୦୨୩ ଡିସେମ୍ବର ୩୧ । କେୱାଇସି ଅବଧିକୁ ୨୦୨୪ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିଲା । ଯଦି ଆପଣ ଫାସଟ୍ୟାଗର କେୱାଇସି କରାଇ ନାହାନ୍ତି ତାହେଲେ କଣ କରିବେ ଆସନ୍ତୁ ଜାଣିବା ।

  • ଅପରାହ୍ଣ ୪ଟାରେ ଅଧିକାଂଶ ବ୍ୟାଙ୍କ ଶାଖା ବନ୍ଦ ହୋଇ ଯାଉଥିବାରୁ ଆପଣ ଅନଲାଇନ୍ ବ୍ୟବସ୍ଥାର ଉପଯୋଗ କରନ୍ତୁ ।

  • ଆପଣଙ୍କ ବ୍ୟାଙ୍କ ୱେବସାଇଟର ଫାସଟ୍ୟାଗ୍ ପେଜକୁ ଯାଆନ୍ତୁ ।

  • ଆପଣଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର ଦେଇ ଓଟିପି ସାହାଯ୍ୟରେ ଲଗଇନ୍ କରନ୍ତୁ ।

  • ଏହା ପରେ ମାଇଁ ପ୍ରୋଫାଇଲ୍ ସେକ୍ସନକୁ ଯାଇ କେୱାଇସରେ କ୍ଲିକ୍ କରନ୍ତୁ ।

  • ଏହା ପରେ ଆବଶ୍ୟକ ତଥ୍ୟ ଯେଭଳି ବାସସ୍ଥାନ ପ୍ରମାଣପତ୍ର ଦେଇ ସମ୍ବିଟ୍ କରନ୍ତୁ ।

  • କେୱାଇସି ଲାଗି ଗାଡ଼ିର ପଞ୍ଜିକରଣ ପତ୍ର (RC), ଆପଣଙ୍କ ପରିଚୟ ପତ୍ର, ବାସସ୍ଥାନ ପ୍ରମାଣପତ୍ର ଓ ପାସପୋର୍ଟ ସାଇଜ୍ ଫଟୋ ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.