ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍ପୂର୍ଣ୍ଣ ମିଥ୍ୟା ଖବର; 'ପ୍ରମେୟ' ନାଁକୁ ବଦନାମ କରିବାକୁ ଅସାଧୁ ଲୋକଙ୍କ କୁତ୍ସିତ କାମ

ଭୁବେନଶ୍ବର,୦୫/୦୬: ୨୦୨୪ ନିର୍ବାଚନ ଫଳାଫଳରେ ଓଡ଼ିଶାର ବୌଦ୍ଧ ବିଧାନସଭାରୁ ହାରିଥିବା ବିଜେଡିର ପୂର୍ବତନ ବିଧାୟକ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବାର ଏକ ଗୁଜବ ଖବର ଭାଇରାଲ ହେବାରେ ଲାଗିଛି। ଉକ୍ତ ଖବରଟିକୁ କୌଣସି ଅସାଧୁ ବ୍ୟକ୍ତି ଓଡ଼ିଶାର ଅଗ୍ରଣୀ ଖବରକାଗଜ 'ପ୍ରମେୟ' ଲୋଗୋକୁ ବ୍ୟବହାର କରି ଏହାକୁ ସାମାଜିକ ଜଣମାଧ୍ୟମରେ ପୋଷ୍ଟ କରି‌ଥିଲେ। ଯାହାକି ସମ୍ପୁର୍ଣ୍ଣ ମିଥ୍ୟା ଖବର ଅଟେ। 

ଓଡ଼ିଶାର ଅଗ୍ରଣୀ ଖବରକାଗଜ 'ପ୍ରମେୟ' ଏହାର ସୁଦୃଢ଼ ଆଲେଖ୍ୟ ଓ ସଠିକ୍‌ ଖବର ପ୍ରତିପାଦନକୁ ନେଇ ଏହାର ପାଠକ ପାଠିକାଙ୍କ ପାଖରେ ଲୋକପ୍ରିୟତା ହାସଲ କରିଛି। ତେଣୁ ଏହାର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ପାଇଁ ଓ ବଦନାମ କରିବା ପାଇଁ ଅନେକ ଅସାଧୁ ଓ ଛଳ ପ୍ରକୃତିର ଲୋକ ଇର୍ଷାନ୍ବିତ ହୋଇ ଏପରି ଗୁଜବ ଖବର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି। ଆମେ ପୁଣିଥରେ କହିରଖୁଛୁ ଯେ, ଶ୍ରୀ ପ୍ରଦୀପ କୁମାର ଅମାତଙ୍କୁ ନେଇ ଯେଉଁ ଖବର ଭାଇରାଲ ହେଉଛି, ସେଥିରେ ପ୍ରମେୟର କୌଣସି ସମ୍ପୃକ୍ତି ନାହିଁ ଏବଂ ଏହା ଏକ ଗୁଜବ। । ଏହିଭଳି ଗୁଜବ ଖବର ଠାରୁ ଦୂରେଇ ରୁହନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.