ବ୍ରହ୍ମପୁର, ୦୮/୧୧ : INS ଚିଲିକାରେ ଥିବା ପାଣି ଟାଙ୍କି ପମ୍ପ ହାଉସ୍ ଭିତରୁ ଅହିରାଜ ସାପ ଉଦ୍ଧାର। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସାପଟିକୁ ଉଦ୍ଧାର କରିଛନ୍ତି। ଅହିରାଜ ସାପଟିର ଲମ୍ଵ ୭ ଫୁଟ ବୋଲି ସୂଚନା ମିଳିଛି।
ସୂଚନାନୁଯାୟୀ, ମଙ୍ଗଳବାର ରାତିରେ INS ଚିଲିକାରେ ଥିବା ପାଣି ଟାଙ୍କି ପମ୍ପ ହାଉସ୍ ଭିତରେ ଏକ ଅହିରାଜ ସାପ ପଶି ଯାଇଥିଲା। ଏନେଇ କର୍ତ୍ତୃପକ୍ଷ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସ୍ଵପ୍ନାଲୋକ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ୭ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରିଥିଲେ।
ପ୍ରକାଶ ଥାଉକି, ଅହିରାଜ ସାପ କାମୁଡ଼ିଲେ ଭାରତରେ ଆଣ୍ଟି ଭେନମ ମିଳେ ନାହିଁ । ସାପଟିକୁ ଆଜି ନାରାୟଣୀ ଫରେଷ୍ଟ ବିଟ୍ ବନ ଅଧିକାରୀଙ୍କ ଉପସ୍ଥିତିରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।