ପ୍ରମୂଖ ଖବର

ବଡ଼ଘାଟିରେ ୨୦୦ଫୁଟ ତଳକୁ ଓଲଟିଲା ପେପର ରୋଲ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଖଲ୍ଲିକୋଟ,୨୯/୪ :  ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁଇ ଶହ ଫୁଟ ତଳକୁ ଓଲଟିଲା  ପେପର ରୋଲ ବୋଝେଇ ଟ୍ରକ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପର । 

ସୂଚନା ଅନୁଯାୟୀ, ସୋମବାର ଭୋର ୪ଟା ସମୟରେ ତେଲେଙ୍ଗାନାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଏକ ପେପର ରୋଲ ବୋଝେଇ ଟ୍ରକ ନମ୍ବର ଟିଏସ ୨୯ ଟି ୧୪୧୮ହଠାତ ୧୬ନମ୍ବର ଜାତୀୟ ରାଜପଥର ବଡ଼ଘାଟି ଉପରେ ବ୍ରେକ ଫେଲ ହୋଇଯାଇଥିଲା । ଫଳରେ ଭାରସାମ୍ୟ ହରାଇ ଟ୍ରକଟି ଦୁଇ ଶହ ଫୁଟ ତଳକୁ ଓଲଟି ପଡ଼ିଥିଲା । ମାତ୍ର ଟ୍ରକ ଭିତରେ ଥିବା ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଥିବାବେଳେ ଦୁହେଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ ହାଇୱେ ପାଟ୍ରୋଲିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖଲ୍ଲିକୋଟ ଥାନା ପୋଲିସକୁ ଖବର ଦେଇଥିଲେ । ତୁରନ୍ତ ଥାନା ଏଏସଆଇ ହୃଷୀକେଶ ସାମଲ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.