ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କୋଲକାତା କାଣ୍ଡର ଅଭିଯୁକ୍ତକୁ ୧୪ ଦିନିଆ ହେପାଜତରେ ପଠାଗଲା, ଏବେ ସବୁ ରହସ୍ୟର ହେବ ଖୁଲାସା ?

କୋଲକାତା : କୋଲକାତାର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁକ୍ରବାର ସିୟାଲଦହ କୋର୍ଟରେ ହୋଇଛି ଶୁଣାଣି। କୋର୍ଟ ଅଭିଯୁକ୍ତ ସଞ୍ଜୟ ରାୟକୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇ ଦେଇଛନ୍ତି। କୁହାଯାଉଛି କି, ହେପାଜତ ବେଳେ ପଚରାପଚରିରେ ଅଭିଯୁକ୍ତ ଘଟଣାକୁ ନେଇ ଆଉ କିଛି ବି ରହସ୍ୟ ଖୋଲିପାରେ। ପଶ୍ଚିମବଙ୍ଗ ସରକାର ପକ୍ଷରୁ ପରିଚାଳିତ ଆରଜି କର୍‌ ମେଡିକାଲ କଲେଜ୍‌ ଆଣ୍ଡ ହସ୍ପିଟାଲର ସେମିନାର ହଲ୍‌ରେ ୯ ଅଗଷ୍ଟରେ ଜୁନିୟର ଡାକ୍ତରଙ୍କ ମୃତଦେହ ମିଳିଥିଲା। ଏହାର ଗୋଟିଏ ଦିନ ପରେ ହିଁ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇ ଥିଲା। 

ରିପୋର୍ଟ ମୁତାବିକ, ଏବେସୁଦ୍ଧା ଯାଞ୍ଚରେ ଏହା ସାମନାକୁ ଆସିଛି କି, ଅଭିଯୁକ୍ତ ଘଟଣା ସମୟରେ ନିଶାରେ ଚୁର ଥିଲା। ଘଟଣାର କିଛି ଘଣ୍ଟା ପୂର୍ବରୁ ସେ ରେଡ୍‌ ଲାଇଟ୍‌ ଏରିଆକୁ ନିଜର ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିଲା। ଏହା ବି ଜାଣିବାକୁ ଚେଷ୍ଟା କରାଯାଉଛି କି, ଏହି ମାମଲା ଆଉ କେତେ ଜଣ ଦୋଷୀ ଅଛନ୍ତି। 

ଯଦି ମାମଲାର ଯାଞ୍ଚ ଉପରେ ନଜର ପକାଯାଏ ତ, ସିବିଆଇକୁ ମେଡିକାଲ କଲେଜ୍‌ର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଓ ଆଉ ୪ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟର ଅନୁମତି ଦେଇ ସାରିଛନ୍ତି। ସିବିଆଇ ସନ୍ଦୀପ ଘୋଷ ଓ ୯ ଅଗଷ୍ଟରେ ଘଟଣା ଦିନ ଡ୍ୟୁଟିରେ ଥିବା ଅନ୍ୟ ଜୁନିୟର ଡାକ୍ତରଙ୍କୁ ବିଶେଷ ଅଦାଲତଙ୍କ ସମ୍ମୁଖରେ ହାଜର କରିଛି , ଏହାକି ତାଙ୍କର ପଲିଗ୍ରାଫ ଯାଞ୍ଚ କରାଇବାର ଅନୁମତି ମଗାଯାଇ ପାରେ। ଲାଇ ଡିଟେକ୍ଟର ଯାଞ୍ଚ କେବଳ ଅଦାଲତର ଅନୁମତି ଓ ସଦିଗ୍ଧର ସହମତି ପରେ ହିଁ କରାଯାଇ ପାରେ। ସିବିଆଇର ଆବେଦନକୁ ବିଶେଷ ଅଦାଲତ ସ୍ୱୀକାର କରି ନେଇଛନ୍ତି। ଏଜେନ୍ସି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟର ମଧ୍ୟ ପଲିଗ୍ରାଫ୍‌ ଯାଞ୍ଚ କରାଇବାକୁ ଅପିଲ କରିଛି।

କହି ରଖୁଛି କି, କୋଲକାତା ହାଇକୋର୍ଟ ୧୩ ଅଗଷ୍ଟରେ ଯାଞ୍ଚ ସିବିଆଇକୁ ପ୍ରଦାନ କରିଛନ୍ତି। ଏହାର ପରଦିନ କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ ଦାୟିତ୍ୱ କୋଲକାତା ପୁଲିସ ଠାରୁ ନିଜ ହାତକୁ ନେଇଛି। 

କୋଲକାତାରେ ଏହି ଦୁଷ୍କର୍ମ ଓ ହତ୍ୟା ମାମଲାର ବିରୋଧରେ ନନ୍‌-ଏମର୍ଜେନ୍ସି ସେବା ଗୁଡ଼ିକର ଜୁନିୟର ଡାକ୍ତରଙ୍କ ବିକ୍ଷୋଭ ଶୁକ୍ରବାର ୧୫ ତମ ଦିନରେ ପ୍ରବେଶ କରିଛି। ସୁପ୍ରିମକୋର୍ଟ ଗୁରୁବାର ଓ ମଙ୍ଗଳବାର ବିକ୍ଷୋଭ କରୁଥିବା ଡାକ୍ତରଙ୍କୁ ଅନୁରୋଧ କରିଥିଲେ କି, ସେ ନିଜର ଆନ୍ଦୋଳନକୁ ବନ୍ଦ କରନ୍ତୁ ଏବଂ ଡ୍ୟୁଟିକୁ ଫେରି ଯାଆନ୍ତୁ। ବିକ୍ଷୋଭରେ ପ୍ରଭାବିତ ସଙ୍କଟ ଗ୍ରସ୍ତ ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସିଆଇଏସଏଫକୁ ମୁତୟନ କରାଯାଇଛି।  

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.