ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ରାଜନୀତିରେ ଏଣ୍ଟ୍ରି ପରେ ‘ଲକ୍ ଅପ୍ ୨’ ହୋଷ୍ଟ କରିବେନି କଙ୍ଗନା! ଏକତା କହିଲେ ସତ

ନୂଆଦିଲ୍ଲୀ ୨୬/୦୩ : ଅଭିନେତ୍ରୀ କଙ୍ଗନା ରାଣାୱତ ଏବେ ଚର୍ଚ୍ଚାରେ। ଅଭିନେତ୍ରୀ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ଏବଂ ଚଳିତ ବର୍ଷ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି। ହିମାଚଳ ପ୍ରଦେଶର ମାଣ୍ଡିରୁ କଙ୍ଗନାଙ୍କୁ ଟିକେଟ୍ ଦିଆଯାଇଛି। ଗୋଟିଏ ପଟେ କଙ୍ଗନା ରାଜନୀତିରେ ପ୍ରବେଶ କରିଥିବାବେଳେ ଅନ୍ୟ ପଟେ ଅଭିନେତ୍ରୀଙ୍କ ଶୋ’ ଲକ୍ ଅପ୍ ସିଜନ୍-୨ ମଧ୍ୟ ଖୁବ ଶୀଘ୍ର ଆସିବାର ଖବର ରହିଛି। କିନ୍ତୁ କଙ୍ଗନା ଏଥର ଶୋ’କୁ ହୋଷ୍ଟ କରିବେ ନାହିଁ ଏକତା କପୁର ସ୍ପଷ୍ଟ କରିଛନ୍ତି।

ଏକତା କପୁରଙ୍କ ଶୋ’ ଲକଅପ୍ ସିଜନ୍-୧ କୁ କଙ୍ଗନା ହୋଷ୍ଟ କରିଥିଲେ । ଏହି ଶୋ’କୁ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ମିଳିଥିଲା। ଏଥି ସହିତ ଶୋ’ ର ଦ୍ୱିତୀୟ ସିଜିନ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ଅଙ୍କିତା ଲୋଖଣ୍ଡେ ଏବଂ ବିକି ଜୈନଙ୍କ ହୋଲି ପାର୍ଟୀରେ ଯୋଗ ଦେଇଥିବା ଏକତା କପୁର ଏହି ଶୋ’ ବିଷୟରେ ଆଲୋଚନା କରିଛନ୍ତି।




ପାପାରାଜି ଏକତା କପୁରଙ୍କୁ କଙ୍ଗନାଙ୍କ ରାଜନୀତିରେ ପ୍ରବେଶ ବିଷୟରେ ପଚାରିଥିଲେ। କିନ୍ତୁ ଏକତା ଏହି ପ୍ରଶ୍ନର ଏକ ଠୋସ୍ ଉତ୍ତର ଦେଇ କହିଲେ-‘ମୁଁ ଆଶା କରୁଛି ସେ ମୋର ଲକଅପ୍ ର ପରବର୍ତ୍ତୀ ସିଜନ୍ ଆୟୋଜନ କରିବେ।’ ଏହା ପରେ ଏକତା ସେଠାରୁ ହସି ହସି ଚାଲିଗଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.