ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତାଇୱାନ ଉପରେ ଆକ୍ରମଣ ଲାଗି ଚୀନ୍‌ର ଧମକ, ଯୁଦ୍ଧାଭ୍ୟାସ ଆରମ୍ଭ କଲା ଡ୍ରାଗନ୍ ସେନା

Image source: Aaj tak

ବେଜିଂ,୨୬/୦୫: ତାଇୱାନକୁ ପୁଣି ଆକ୍ରମଣ ଧମକ ଦେଇଛି ଚୀନ୍‌ । ଯେ ପର୍ଯ୍ୟନ୍ତ ତାଇୱାନ ଚୀନ୍‌ର ନ ହୋଇଛି ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କୁହାଯାଇଛି । ତେବେ ଏଥିଲାଗି ଡ୍ରାଗନ୍‌ ସେନା ଯୁଦ୍ଧାଭ୍ୟାସ ବି କରିଛି । ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ  ଏଭଳି ଧମକ ଦେବା ପରେ ତାଇୱାନ ସତର୍କ ହୋଇଯାଇଛି । ଚୀନ୍‌ ଦୁଇଦିନ ଧରି ତାଇୱାନକୁ ଘେରି ଯୁଦ୍ଧାଭ୍ୟାସ କରିଥିଲା ।  ଶୁକ୍ରବାର ଏହା ଶେଷ ହୋଇଥିଲା । ଏଥିରେ ଦେଶର  ତିନି ସେନା ସାମିଲ ହୋଇଥିଲେ । ତାଇୱାନକୁ ଦଣ୍ଡ  ଦେବା ଉଦ୍ଦେଶ୍ୟରେ ଏହାକୁ ଆରମ୍ଭ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ତାଇୱାନରେ ରାଷ୍ଟ୍ରପତି  ନିର୍ବାଚନ ହୋଇଥିଲା । ଏଥିରେ ଚୀନ୍‌ ବିରୋଧୀ ନେତା  ୱିଲିୟମ ଲାଇ ଚିଙ୍ଗ୍‌ ବିଜୟୀ ହୋଇଥିଲେ । ଏହାକୁ  ନେଇ ଚୀନ୍‌ ଆହୁରି କ୍ରୋଧାନ୍ୱିତ ହୋଇଯାଇଛି । ଏବେ ବିଭିନ୍ନ ସମୟରେ ତାଇୱାନକୁ ଯୁଦ୍ଧ ଧମକ ଦେବାରେ ଲାଗିଛି । ଗତ ୨୦ ତାରିଖରେ ତାଇୱାନର  ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିଥିଲେ । ଏହାର ଦୁଇଦିନ ପରେ ଚୀନ୍‌ ସମରାଭ୍ୟାସ ଆରମ୍ଭ କରିଥିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.