ପ୍ରମୂଖ ଖବର
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ପୃଥିବୀ ସହ ମାଡ଼ ହୋଇପାରେ ବିମାନ ଆକାରର ଆଷ୍ଟ୍ରୋଏଡ୍: ବେଗ ଘଣ୍ଟାକୁ ୩୦ ହଜାର କିଲୋମିଟର, ନାସାର ଚେତାବନୀ

ନୂଆଦିଲ୍ଲୀ,୧୧।୬: ବିମାନ ଆକାରର ଏକ ଆଷ୍ଟ୍ରୋଏଡ୍ ଆଜି ପୃଥିବୀ ସହ ମାଡ ହୋଇପାରେ। ଆମେରିକାର ମହାକାଶ ଏଜେନ୍ସି ନାସା ପକ୍ଷରୁ ଆର୍ଲଟ ଜାରି କରାଯାଇଛି। ନାସାର ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ଆଷ୍ଟ୍ରୋଏଡ୍ ଆକାର ପ୍ରାୟ ୯୯ ଫୁଟ। ଚେତାବନୀ ଜାରି କରି ୧୧ ଜୁନ୍‌ ସନ୍ଧ୍ୟା ସାଢେ ୪ଟା ବେଳେ ଏହି ଆଷ୍ଟ୍ରୋଏଡ୍ ପୃଥିବୀର ଖୁବ୍ ନିକଟ ଦେଇ ଗତି କରିବ। ଏହି ଆଷ୍ଟ୍ରୋଏଡ୍ ପ୍ରାୟ ୩୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡକୁ ବଢୁଛି। ନାସାର ଟିମ୍‌ ଏହି ଆଷ୍ଟ୍ରୋଏଡ୍ଖୁ ୨୦୨୪ CRC ନାଁ ଦେଇଛି।

ଆମେରିକାର ମହାକାଶ ଏଜେନ୍ସି ନାସାର କହିବା ଅନୁସାରେ, ଏଭଳି ଘଟଣା ୫୨ ହଜାର ବର୍ଷ ପୂର୍ବେ ହୋଇଥିଲା। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏଭଳି ଆକାରର ଆଷ୍ଟ୍ରଏଡ୍ ଆମ ପୃଥିବୀ ସହ ମାଡ ହୋଇଥିଲା। ସେତେବେଳେ ଧ୍ବଂସ ହୋଇଥିଲା। ଯଦି ଏଭଳି ଘଟଣା ପୁଣି ହୁଏ ତେବେ ପୃଥିବୀରେ ୨.୨ କିଲୋମିଟର ଲମ୍ବା ଓ ୪୬୭ ମିଟର ଗଭୀର ଖାଲ ତିଆରି ହୋଇଯାଇଥାଏ। ତେବେ ନାସାର ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହା ପୃଥିବୀ ସହ ମାଡ ହେବାର ସମ୍ଭାବନା ଖୁବ୍ କମ୍। ଅଧିକାଂଶ ଏହି ଆଷ୍ଟ୍ରୋଏଡ୍ ପୃଥିବୀ ନିକଟ ଦେଇ ଗତି କରିବାର ସମ୍ଭାବନା ରହିଛି।

ନାସା ଏହା ମଧ୍ୟ କହିଛି ଯେ, ୭.୪ ମିଲିୟନ ଦୂରତ୍ବ ବେଗରେ ପୃଥିବୀ ଆଡଗୁ ଗତି କରୁଛି। ଏହି ଆଷ୍ଟ୍ରୋଏଡ୍‌ର ଆକାର ୩୩୦ ମିଟର ଚଉଡା ଓ ୭୫୦ ମିଟର ଲମ୍ବା। ଯଦି ଏହି ଆଷ୍ଟ୍ରୋଏଡ୍ ପୃଥିବୀ ସହ ମାଡ ହୁଏ ତେବେ  ପୃଥିବୀ ଉପରେ ୪୨୪ ମେଗାଟନ୍ ସମାନ ଶକ୍ତି ବାହାର କରିବ। ଏହାଦ୍ବାରା ଧ୍ବଂସ ହୋଇପାରେ ଓ ଆଖପାଖର ସବୁ ଅଞ୍ଚଳ ନଷ୍ଟ ହୋଇପାରେ। ଆଖପାଖର ବିଲ୍ଡିଂ ମଧ୍ୟ ଧ୍ବଂସ ହୋଇପାରେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.