ପ୍ରମୁଖ ଖବର
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମୃତଦେହ ନେଇ ଯାଉଥିବା ବେଳେ ଦୁର୍ଘଟଣାରେ ଓଲଟିଲା ଆମ୍ବୁଲାନ୍ସ, ୭ ଆହତ

ଖଲ୍ଲିକୋଟ , ୧୧।୪ -ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡୀ ଢ଼ାବା ନିକଟରେ ଗୋଟିଏ ଏକ୍ସ ଏଲ ଗାଡ଼ିକୁ ଧକ୍କା ଦେଇ ରାସ୍ତା କଡକୁ ଏକ ଆମ୍ବୁଲାନ୍ସ ଓଲଟି ପଡ଼ିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।

 ଦିଗପହଣ୍ଡିର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାରୁ ତାଙ୍କର ଅନ୍ତିମ ସଂସ୍କାର ପାଇଁ ମରଶରୀର କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ସମ୍ପର୍କୀୟମାନେ ପୁରୀ ସ୍ୱର୍ଗଦ୍ୱାର ନେଉଥିଲେ। କିନ୍ତୁ ଚଣ୍ଡୀଢ଼ାବା ନିକଟରେ ଟମାଟୋ ବୋଝେଇ କରି ବିକ୍ରି ପାଇଁ ଯାଉଥିବା ଏକ ଟିଭିଏସ ଏକ୍ସ ଏଲ ଗାଡି କୁ ଧକ୍କା ଦେଇ ଆମ୍ବୁଲାନ୍ସ ଟି ଓଲଟି ପଡିଥିଲା। ଫଳରେ ମୃତଦେହ ରାସ୍ତା ଉପରକୁ ଛିଟିକି ପଡିବା ସହ ସେଥିରେ ବସିଥିବା କୁନି ମହାଙ୍କୁଡ, ଝୁନୁ ଗୌଡ଼, ସବିତା କୁମାରୀ ଗୌଡ଼, ଦୁଖୀ ଗୌଡ଼, ସଞ୍ଜୟ ମହାଙ୍କୁଡ, ସୀମାଞ୍ଚଳ ଗୌଡ଼ ଆହତ ହୋଇଥିଲେ। ଅନ୍ୟପଟେ ଏକ୍ସ ଏଲ ଗାଡି ଚାଳକ ଡିଆଁଡେଇଁ ଗ୍ରାମ ର ଦୁତୀୟା ନାହାକ ମଧ୍ୟ ଆହତ ହୋଇଥିଲେ।ତୁରନ୍ତ ହାଇୱେ ପାଟ୍ରୋଲିଂ ପୋଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡ଼ିକାଲ କୁ ନେଇଥିଲେ । ସେଠାରେ ଆହତ ୭ ଜଣ ଙ୍କ ମଧ୍ୟରୁ ସଞ୍ଜୟ ମହାଙ୍କୁଡ ଏବଂ ଏକ୍ସ ଏଲ ଚାଳକ ଦୁତୀୟା ନାହାକ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଆମ୍ବୁଲାନ୍ସ ଟିକୁ ଜବତ କରି ଥାନାରେ ଅଟକ ରଖି ତଦନ୍ତ ଚଳାଇ ଥିବା ବେଳେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି  ।ଏଠାରୁ ଅନ୍ୟ ଏକ ଗାଡି ଯୋଗେ ମୃତଦେହ କୁ ଅନ୍ତିମ ସଂସ୍କାର ପାଇଁ ପୁରୀ ନିଆଯାଇଥିବା ଜଣାପଡ଼ିଛି।

ଆହୁରି ପଢନ୍ତୁ : ଧସିଲା ମାଟି ଅତଡା, ଚାପି ହୋଇ ଚାଲିଗଲା ନାବାଳକ ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.