ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡିଶାରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟିଂ, ସକାଳ ୯ଟା ସୁଦ୍ଧା ୭.୪୩% ମତଦାନ

ଭୁବନେଶ୍ୱର ୨୫।୦୫ :ରାଜ୍ୟରେ ଶାନ୍ତି ଶୃଙ୍ଖଳାର ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ । ଏହିକ୍ରମରେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ୱରରେ ୬.୬୫ ପ୍ରତିଶତ,କଟକରେ ୭.୩୨ ପ୍ରତିଶତ, ଢେଙ୍କାନାଳରେ ୭.୯୫ ପ୍ରତିଶତ, କେନ୍ଦୁଝରରେ ୮.୭୪ ପ୍ରତିଶତ, ସମ୍ବଲପୁରରେ ୭.୦୯ ପ୍ରତିଶତ,  ପୁରୀରେ ୬.୮୭ ପ୍ରତିଶତ ରେକର୍ଡ ହୋଇଛି । ସକାଳ ୯ଟା ସୁଦ୍ଧା ରାଜ୍ୟରେ ହାରାହାରି ୭.୪୩ ମତଦାନ ହୋଇଛି । 

ତେବେ ଶନିବାର ଦେଶରେ ଷଷ୍ଠ ପର୍ଯ୍ୟାୟ, ଓଡ଼ିଶାରେ ହେଉଛି ତୃତୀୟ ପର୍ଯ୍ୟାୟ ଭୋଟ। ସକାଳ ୭ଟାରୁ ଚାଲିଛି ଭୋଟ ଗ୍ରହଣ। ଓଡ଼ିଶାର ୬ ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ହେଉଛି ମତଦାନ। କଡ଼ା ସୁରକ୍ଷା ମଧ୍ୟରେ ମତଦାନ ଜାରି ରହିଛି। ଶନିବାର ଭୁବନେଶ୍ବର,କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଏବଂ କେନ୍ଦୁଝର ଲୋକସଭା ଆସନରେ ମତଦାନ ହେଉଛି। ଭୁବନେଶ୍ବର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର,ଏକାମ୍ର ଭୁବନେଶ୍ବର, ଜଟଣୀ, ଖୋର୍ଦ୍ଧା, ବେଗୁନିଆ ଆସନରେ ହେଉଛି ଭୋଟ ଗ୍ରହଣ। 

ସେହିପରି କଟକ ଲୋକସଭା ଆସନ ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ବଡ଼ମ୍ବା, ବାଙ୍କୀ, ଆଠଗଡ଼, କଟକ- ବାରବାଟୀ, କଟକ ଚୌଦ୍ବାର, କଟକ ସଦର, ଖଣ୍ଡପଡ଼ାରେ ହେଉଛି ମତଦାନ। ପୁରୀ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ରେ ନିଆଯାଉଛି ଭୋଟ। ସେହିପରି ଢେଙ୍କାନାଳ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୁଳରେ ହେଉଛି ଭୋଟ ଗ୍ରହଣ। ଅନ୍ୟପଟେ ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ କୁଚିଣ୍ଡା, ରେଙ୍ଗାଳି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକରେ ମତଦାନ ଜାର ରହିଛି। ସେହିପରି କେନ୍ଦୁଝର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆରେ ମଧ୍ୟ ହେଉଛି ଭୋଟ ଗ୍ରହଣ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.