ବଲାଙ୍ଗୀର, ୨୭/୦୨ : ବଲାଙ୍ଗୀରରେ ଅଭାବନୀୟ ଘଟଣା। ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସମ୍ମୁଖରର ଗାଡି ଭିତରେ ମୃତଦେହ ଛାଡି ଫେରାର ସମ୍ପର୍କୀୟ। ମିଳିଥିବା କାଗଜପତ୍ରରୁ ମୃତ ମହିଳାଙ୍କ ନା ମୁନି ଦୀପ ବୋଲି ଜଣାପଡିଛି।
ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ସମ୍ବଲପୁର ନମ୍ବର ଥିବା ବୋଲେରୋରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ଶବକୁ ନେଇ ବଙ୍ଗୋମୁଣ୍ଡା ଯାଉଥିଲେ। ବଲାଙ୍ଗୀରରେ ଡ୍ରାଇଭରକୁ ଭୀମଭୋଇ ମେଡିକାଲ ସମ୍ମୁଖରେ ଗାଡି ରଖିବାକୁ କହିବା ସହ ମାଲିକଠୁ କିଛି ଟଙ୍କା ଆଣିବାକୁ ଯିବି କହି ଅଟକାଇଥିଲେ। ଗାଡି ମେଡିକାଲ ସମ୍ମୁଖରେ ରଖିବା ପରେ ଡ୍ରାଇଭରକୁ ଟଙ୍କା ନେଇ ଆସୁଛି କହି ଗଲେ ଯେ ଏଯାଏଁ ଫେରିଲେ ନାହିଁ। ତେବେ କାହିଁକି କେଉଁ କାରଣରୁ ଉକ୍ତ ବ୍ୟକ୍ତି ଜଣଙ୍କ ମହିଳାଙ୍କ ଶବକୁ ଛାଡିକି ଗଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର୍ଙ୍କୁ ପଚରାଉଚୁରା କରୁଛି। ମୃତଦେହକୁ ଶବ ଗୃହରେ ରଖାଯାଇଛି।