ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ବ୍ରେକ୍‌ଅପ ପରେ ପୁଣି ଏକାଠି ହେଲେ ଅନନ୍ୟା-ଆଦିତ୍ୟ, ବିଜ୍ଞାପନରେ କଲେ ସ୍କ୍ରିନ୍‌ ଶେୟାର

ମୁମ୍ବାଇ ୩୧/୦୮: ନିକଟରେ ବଲିଉଡ୍‌ର ଲଭ୍‌ବର୍ଡ ଅନନ୍ୟା ପାଣ୍ଡେ ଓ ଅଭିନେତା ଆଦିତ୍ୟ ରୟ କପୁର ପରସ୍ପରଠୁ ଅଲଗା ହୋଇଥିଲେ । ଏହା ପରେ ପୂର୍ବତନ ମଡେଲ ୱାକର ବ୍ଲାନ୍‌କୋଙ୍କୁ ଅନନ୍ୟା ଡେଟିଂ କରୁଥିବା ଖବର ଗଣମାଧ୍ୟମରେ ସାମ୍ନାକୁ ଆସିଲା । ଏବେ ଅନନ୍ୟା ଓ ଆଦିତ୍ୟ ପୁଣି ଥରେ ଏକାଠି ହୋଇଛନ୍ତି । ରିୟଲ ଲାଇଫ୍‌ରେ ନୁହେଁ, ଏକ ବିଜ୍ଞାପନରେ ଉଭୟ ସ୍କ୍ରିନ୍‌ ଶେୟାର କରିଛନ୍ତି । ଉଭୟଙ୍କୁ ଏକାଠି ଦେଖିବା ପରେ ଫ୍ୟାନ୍‌ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି । 

ବ୍ରେକ୍‌ଅପ ସତ୍ତେ୍ୱ ବଲିଉଡ୍‌ କଳାକାରମାନେ ପରଦାରେ ପରସ୍ପର ସହ ସୁନ୍ଦର ତାଳମେଳ ରଖୁଥିବା ଦେଖିବାକୁ ମିଳୁଛି । ପରଦାରେ ଅନନ୍ୟା-ଆଦିତ୍ୟଙ୍କ ବାର୍ତ୍ତାଳାପ ଦେଖି ଫ୍ୟାନ୍‌ ଏହା କହୁଛନ୍ତି । ଏକ ଚଷମା ବ୍ରାଣ୍ଡ୍‌ର ବିଜ୍ଞାପନ ପାଇଁ ଉଭୟ ଏକାଠି ହୋଇଛନ୍ତି । ବିଜ୍ଞାପନରେ ଆଦିତ୍ୟଙ୍କୁ ଏକ ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ସେଠାରେ ପୂର୍ବରୁ ଅନନ୍ୟା ଅଛନ୍ତି । ତାଙ୍କୁ ଦେଖି ଆଦିତ୍ୟ ନିଜର ଚଷମା ଖୋଲି ପୁଣି ଷ୍ଟାଇଲ୍‌ରେ ପିନ୍ଧିଛନ୍ତି । ତା’ପରେ ଉଭୟଙ୍କ ମଧ୍ୟରେ ଆଖିରେ ଆଖିରେ ମଜାଦାର ବାର୍ତ୍ତାଳାପ ହୋଇଛି । ବିଜ୍ଞାପନ ଶେଷରେ ଦୁହେଁ ଏକାଠି ହସିଛନ୍ତି । ବିଜ୍ଞାପନରେ ଦୁହିଁଙ୍କୁ ଦେଖି ଫ୍ୟାନ୍‌ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.