ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାନ୍ସ ଫେଷ୍ଟିଭାଲ୍‌ରେ ଇତିହାସ ରଚିଲେ ଅନସୂୟା ସେନଗୁପ୍ତା, ସର୍ବଶ୍ରେଷ୍ଠ ପୁରଷ୍କାର ହାସଲ କରିଥିବା ପ୍ରଥମ ଭାରତୀୟ ଅଭିନେତ୍ରୀ

ନୂଆଦିଲ୍ଲୀ ୨୬/୦୫: ୭୭ତମ କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାସଲ କରିଛନ୍ତି କୋଲକାତାର ଅଭିନେତ୍ରୀ ଅନସୂୟା ସେନଗୁପ୍ତା । ଫିଲ୍ମ ‘ଦ ଶେମ୍‌ଲେସ୍‌’ରେ ନିଖୁଣ ପ୍ରଦର୍ଶନ ଲାଗି ସେ ଏହି ସମ୍ମାନର ଅଧିକାରିଣୀ ହୋଇଛନ୍ତି । ମହୋତ୍ସବର ଅନ୍‌ ସର୍ଟନ ରିଗାର୍ଡ ସେଗ୍‌ମେଣ୍ଟରେ ତାଙ୍କୁ ଏହି ପୁରସ୍କାର ମିଳିଛି । ଏହା ଜରିଆରେ କାନ୍‌ ଇତିହାସରେ ଏହି ପୁରସ୍କାର ଦ୍ୱାରା ସମ୍ମାନିତ ପ୍ରଥମ ଭାରତୀୟ ଅଭିନେତ୍ରୀ ହେବାର ଗୌରବ ମଣ୍ଡନ କରିଛନ୍ତି ଅନସୂୟା ।

ସେ ଏହି ସମ୍ମାନକୁ ସମଗ୍ର ବିଶ୍ୱର ସମଲିଙ୍ଗୀ ଓ ଅନ୍ୟ ସମୁଦାୟକୁ ସମର୍ପିତ କରିଛନ୍ତି । ପୁରସ୍କାର ଗ୍ରହଣ କରି ଅନସୂୟା ମଞ୍ଚରେ କହିଥିଲେ, ଏ ସମସ୍ତ ସମୁଦାୟ ସାହସର ସହ ଏଭଳି ଲଢ଼େଇ ଲଢୁଛନ୍ତି, ଯାହା ସେମାନଙ୍କୁ ଲଢ଼ିବା କଥା ନୁହେଁ । ସମାଜରେ ସମାନତାର ଅଧିକାର ପାଇବା ପାଇଁ ସେମାନଙ୍କୁ ଲଢ଼ିବାକୁ ପଡୁଛି । ‘ଦ ଶେମ୍‌ଲେସ୍‌’ର ନିର୍ଦ୍ଦେଶନା ଦେଇଛନ୍ତି ବୁଲଗେରିଆ ଫିଲ୍ମମେକର୍‌ କନ୍‌ଷ୍ଟାନ୍‌ଟିନ୍‌ ବୋଜାନୋଭ୍‌ । ଦୁଇଜଣ ଯୌନକର୍ମୀଙ୍କ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବସିତ । ତନ୍ମଧ୍ୟରେ ଜଣଙ୍କ ଦ୍ୱାରା ଜଣେ ପୁଲିସର ହତ୍ୟା ହୋଇଛି । ଅନସୂୟାଙ୍କ ସହିତ ଓମାରା ଶେଟ୍ଟୀ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଯେଉଁ ବିଭାଗରେ ଅନସୂୟା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି, ସେହି ବିଭାଗରେ ‘ଦ ଶେମ୍‌ଲେସ୍‌’କୁ ମଧ୍ୟ ନୋମିନେଟ୍‌ କରାଯାଇଥିଲା । କିନ୍ତୁ ତାହା ପୁରସ୍କାର ହାସଲ କରିପାରି ନାହିଁ ।

ଫିଲ୍ମର ନିର୍ଦ୍ଦେଶକ ବୋଜାନୋଭ୍‌ ୨୦୧୪ ମସିହାରେ ପ୍ରଥମ ଥର ଭାରତ ଆସିଥିଲେ । ସେତେବେଳେ ସେ ଏଠାରେ ୪ କାହାଣୀକୁ ମିଶାଇ ଏକ ବୃତ୍ତଚିତ୍ର (ଡକ୍ୟୁମେଣ୍ଟାରୀ) କରିବାକୁ ଚାହୁଁଥିଲେ । କିନ୍ତୁ ଆର୍ଥିକ ସମସ୍ୟା ଯୋଗୁ ଏହାକୁ ଆନିମେଟେଡ୍‌ ରୂପରେ ପ୍ରସ୍ତୁତ କରିବାକୁ ସ୍ଥିର କଲେ । କିନ୍ତୁ କ୍ୟାରେକ୍ଟର ଭିଜୁଆଲାଇଜର ଓ ପ୍ରଡକ୍ସନ୍‌ ଡିଜାଇନର ଅନସୂୟାଙ୍କ ସହ ସାକ୍ଷାତ ପରେ ସେ ନିଷ୍ପତ୍ତି ବଦଳାଇଲେ । ଫିଲ୍ମରେ ସେ ଅନସୂୟାଙ୍କୁ ଲିଡ୍‌ ରୋଲ୍‌ ପ୍ରଦାନ କଲେ । ଭାରତ ଓ ନେପାଳରେ ଫିଲ୍ମ ସୁଟିଂ ହେଲା । ଅନସୂୟା ୨୦୦୯ ମସିହାରେ ବଙ୍ଗଳା ନିର୍ଦ୍ଦେଶକ ଅଞ୍ଜନ ଦତ୍ତଙ୍କ ରକ୍‌ ମ୍ୟୁଜିକାଲ ଫିଲ୍ମ ‘ମ୍ୟାଡ୍‌ଲି ବଙ୍ଗାଲୀ’ରୁ ଅଭିନୟ ଆରମ୍ଭ କରିଥିଲେ । ସେହି ବର୍ଷ ସେ ମୁମ୍ବାଇ ଆସି ଭାଇ ଅଭିଷେକ ସେନଗୁପ୍ତାଙ୍କ ଫିଲ୍ମରେ କାମ କରୁଥିଲେ । ଅଧିକ ଅଭିନୟ ଅଫର୍‌ ନ ମିଳିବାରୁ ଫିଲ୍ମରେ ଆର୍ଟସ୍‌ ବିଭାଗ କାମ କରିବାକୁ ଲାଗିଲେ । ନେଟ୍‌ଫ୍ଲିକ୍ସ ଶୋ’ ‘ମସାବା ମସାବା’ ପାଇଁ ପ୍ରଡକ୍ସନ୍‌ ଡିଜାଇନର ଭାବେ ମଧ୍ୟ ସେ କାମ କରିଥିଲେ । କୋଲକାତାର ଜାଦବପୁର ବିଶ୍ୱବିଦ୍ୟାଳୟରୁ ଶିକ୍ଷା ହାସଲ କରିଥିବା ଅନସୂୟା ଏବେ ଗୋଆରେ ରହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.