ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆପ୍ପଲ ଆଉ ତିଆରି କରିବନି ଏହି ଡିଭାଇସ , ପ୍ରୋଜେକ୍ଟ ବନ୍ଦ ...ବାହାର କରି ଦେଲା କର୍ମଚାରୀଙ୍କୁ

ନୂଆଦିଲ୍ଲୀ : ଅନେକ ଦିନରୁ ଏହା ଶୁଣିବାକୁ ମିଳୁଛି କି ଆପ୍ପଲ ନିଜର ଫ୍ଲାଗଶିପ୍‌ ୱାଚ୍‌ ଅଲଟ୍ରା ସ୍ମାର୍ଟୱାଚ୍‌ ପାଇଁ ମାଇକ୍ରୋଏଲଇଡି ଡିସପ୍ଲେ ଉପରେ କାମ କରୁଛି। ଗତ ମାସରେ , ରିପୋର୍ଟରେ କୁହାଯାଇ ଥିଲା ଯେ, ଆପ୍ପଲ ସପ୍ଲାଇ ଚେନ୍‌ର ସମସ୍ୟା କାରଣରୁ ମାଇକ୍ରୋଏଲଇଡି ଡିସପ୍ଲେ ସହ ଆପ୍ପଲ ୱାଚ୍‌ ଅଲଟ୍ରାର ଲଞ୍ଚକୁ ୨୦୨୬ରୁ ଆଗକୁ ବଢାଇ ଦିଆଯାଇ ଥିଲା। ଏବେ କୁହାଯାଉଛି କି ଆଇଫୋନ୍‌ ନିର୍ମାତା ଏହି ପ୍ରୋଜେକ୍ଟକୁ ସଂପୂର୍ଣ୍ଣ ରୂପେ ରଦ୍ଦ କରି ଦେଇଛି। ଏକ ବିଶ୍ୱସନୀୟ ଆନାଲିଷ୍ଟ ଅନୁସାରେ , ଆପ୍ପଲ ଏହି ପ୍ରୋଜେକ୍ଟକୁ ଛାଡ଼ି ଦେଇଛି , କାରଣ ତାକୁ ପ୍ରଡକ୍ଟକୁ ଆର୍ଥିକ ଭାବେ ବ୍ୟବହାର ଯୋଗ୍ୟ କରିବାକୁ ଅନେକ ସଂଘର୍ଷ କରିବାକୁ ପଡ଼ୁଥିଲା ଏବଂ ସେ ଡେଭଲପମେଣ୍ଟ ଟିମ୍‌ରୁ ଅନେକ ଲୋକଙ୍କୁ ବାହାର କରି ଦେଇଛି।  

ଉକ୍ତ ସୂଚନା ଟିଏଫ୍‌ ସିକ୍ୟୁରିଟିଜ୍‌ର ଆନାଲିଷ୍ଟ ମିଙ୍ଗ-ଚି କୁଓଙ୍କ ଠାରୁ ମିଳିଛି, ଯିଏକି ଶୁକ୍ରବାର ବିଳମ୍ୱିତ ରାତିରେ ଏକ୍ସରେ ଏକ ପୋଷ୍ଟରେ ଦାବି କରିଥିଲେ । ଆପ୍ପଲ ମାଇକ୍ରୋଏଲଇଡି ଆପ୍ପଲ ୱାଚ୍‌ ଅଲଟ୍ରା ପ୍ରୋଜେକ୍ଟକୁ ରଦ୍ଦ କରି ଦେଇଛି। କୁଓ କହିଛନ୍ତି ଆପ୍ପଲ ଏହା ଦେଖିବାକୁ ସଂଘର୍ଷ କରୁଥିଲା କି, ହାଇ-ଏଣ୍ଡ ଡିସପ୍ଲେର ୱାଚ୍‌ରେ କେମିତି ଭାଲ୍ୟୁ  ଆଣିବ , କାରଣ ପ୍ରୋଜେକ୍ଟ ଉପରେ ପ୍ରଡକ୍ସନ ମୂଲ୍ୟ ବଢି ଚାଲିଛି। ଆନାଲିଷ୍ଟ ଦାବି କରିଛନ୍ତି , ଆପ୍ପଲକୁ ଲାଗୁଛି କି ମାଇକ୍ରୋଏଲଇଡି ପ୍ରୋଜେକ୍ଟରେ ମହତ୍ତ୍ୱପୂର୍ଣ୍ଣ ଭାଲ୍ୟୁ ଯୋଡ଼ି ପାରିବ ନାହିଁ।  ଏହାକୁ ଆର୍ଥିକ ଭାବେ ବ୍ୟବହାରିକ କରିବା ପାଇଁ ପ୍ରଡକ୍ସନ ମୂଲ୍ୟ ବହୁତ ଅଧିକ ହେବ।

କୁଓ ଏହା ବି କହିଛନ୍ତି କି, ଆପ୍ପଲ ମାଇକ୍ରୋଏଲଇଡି ଡେଭଲପମେଣ୍ଟ ଟିମରୁ ଅନେକ ଲୋକଙ୍କୁ ବାହାର କରି ଦେଇଛି। ଆପ୍ପଲ ଏହି ବିଷୟରେ ଅଫିସିଆଲି ଭାବେ କୌଣସି ସ୍ପଷ୍ଟ କରିନାହିଁ ଏବଂ ଏହା ବି ସ୍ପଷ୍ଟ କରି ନାହିଁକି କମ୍ପାନୀ କେତେ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି। କୁଓ କହିଛନ୍ତି ,ବର୍ତ୍ତମାନ ସମୟରେ ମାଇକ୍ରୋ ଏଲଇଡି ସମ୍ୱନ୍ଧିତ କୌଣସି ବି ପ୍ରୋଜେକ୍ଟ ଉପରେ କୌଣସି ଭିଜିବିଲିଟି ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.