ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାସକ ପାଇଁ ବଢିଲା ସେନା ମୁଖ୍ୟଙ୍କ କାର୍ଯ୍ୟକାଳ, ୩୧ ମଇରେ ନେଇଥାନ୍ତେ ଅବସର

ନୂଆଦିଲ୍ଲୀ,୨୬।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସେବାରେ ଏକ ମାସ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ୩୧ ମଇରେ ଅବସର ନେବାକୁ ଯାଉଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତି ଅନୁସାରେ, ରବିବାର (ମେ ୨୬)ରେ କ୍ୟାବିନେଟର ନିଯୁକ୍ତି କମିଟି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସେବାରେ ଏକ ମାସ ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ସେ ୩୧ ମେ ୨୦୨୪ ରେ ଅବସର ନେବାକୁ ସ୍ଥିର କରିଥିଲେ, କିନ୍ତୁ ବର୍ତ୍ତମାନ ଜେନେରାଲ ପାଣ୍ଡେ ୩୦ଜୁନ୍ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ସେ ୩୦ ଏପ୍ରିଲ୍ ୨୦୨୨ ରେ ନିଯୁକ୍ତ ହେବା ପରଠାରୁ ସେନା ମୁଖ୍ୟ ଭାବରେ କାର୍ଯ୍ୟ କରିଆସୁଛନ୍ତି।

"କ୍ୟାବିନେଟର ନିଯୁକ୍ତି କମିଟି ୨୯ ମଇ ୨୦୨୪ ରେ ସେନା  ନିୟମ ୧୬ଏ(୪) ଅନୁଯାୟୀ ଜେନେରାଲ ମନୋଜ ପାଣ୍ଡେଙ୍କ ସେବାରେ ତାଙ୍କର ସ୍ବାଭାବିକ ଅବସର ବୟସ ଏକ ମାସ ପାଇଁ ଅର୍ଥାତ ୩୦ ଜୁନ୍ ୨୦୨୪ ପର୍ଯ୍ୟନ୍ତ ବଢାଇବା ନେଇ ମଞ୍ଜୁରୀ ଦେଇଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.