ନୂଆଦିଲ୍ଲୀ,୧୬।୯: କିଏ ହେବେ ଦିଳ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ? ଅରବିନ୍ଦ କେଜ୍ରିଓ୍ବାଲଙ୍କ ପକ୍ଷରୁ ଇସ୍ତଫା ଘୋଷଣା କରାଯିବା ଯିବା ପରେ ରାଜଧାନୀ ଦିଲ୍ଲୀରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା। କେଜ୍ରିଓ୍ବାଲଙ୍କ ସରକାରରେ ସବୁଠୁ ଶକ୍ତିଶାଳୀ ମନ୍ତ୍ରୀ ଆତିଶି, କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା, ସୌରଭ ଭରଦ୍ବାଜ,କୈଳାଶ ଗୌତମ ସଓ ଗୋପାଳ ରାୟଙ୍କ ଭଳି ମନ୍ତ୍ରୀଙ୍କ ନାଁରେ ଚାଲିଛି ଖୁବ୍ ଚର୍ଚ୍ଚା। ତେବେ ପାର୍ଟି ସୁତ୍ରର କହିବା ଅନୁସାରେ, କେଜ୍ରିଓ୍ବାଲ କୌଣସି ଏଭଳି ଚେହେରାକୁ ସାମନାକୁ ଆଣିପାରନ୍ତି, ଯାହାଙ୍କ ନାଁ ମିଡିଆ କିମ୍ବା କର୍ମୀ ମଧ୍ୟରେ ଚର୍ଚ୍ଚାରେ ନାହିଁ।
ନୂଆ ଚେହେରା ଉପରେ ମନ୍ଥନ ପାଇଁ ସୋମବାର ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ଓ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆମୁଖ୍ୟମନ୍ତ୍ରୀ ପଦର ସମ୍ଭାବିତ ନାମ ଉପରେ କେଜ୍ରିଓ୍ବାଲଙ୍କ ସହ ଚର୍ଚ୍ଚା ପାଇଁ ତାଙ୍କ ବାସଭବନରେ ପହଁଞ୍ଚିଥିଲେ। ଦିନକ ପୂର୍ବରୁ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଘୋଷଣା କରିଥିଲେ। କୁହାଯାଉଛି ଯେ, ବିଧାୟକ ଦଳ ବୈଠକ ପୂର୍ବରୁ ଦଳର ବରିଷ୍ଠ ନେତା କିଛି ନେତାଙ୍କ ଉପରେ ଚର୍ଚ୍ଚା କରି ଜଣଙ୍କର ନାଁ ଫାଇନାଲ କରିବାକୁ ଚାହାନ୍ତି। ଶୀର୍ଷ ନେତା ବିଧାୟକ ଦଳର ବୈଠକରେ ତାଙ୍କର ନାଁ ରଖିବ।
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, କେଜ୍ରିଓ୍ବାଲ ଆତିଶି କିମ୍ବା ସୁନୀତା ନୁହେଁ ବଂର ରାକ୍ଷୀ ବିର୍ଲା କେଜ୍ରିଓ୍ବାଲଙ୍କ ଉତ୍ତରାଧିକାରୀ ହୋଇପାରନ୍ତି। କୁହାଯାଉଛି ଯେଳନିଜ ଉତ୍ତରାଧିକାରୀ ରୂପରେ ଚୟନ କରିପାରନ୍ତି। କେବଳ ସେତିକି ନୁହେଁ ମହିଳା ମୁଖ୍ୟମନ୍ତ୍ରୀ ଚୟନ କରି ଲୋକଙ୍କୁ ବାର୍ତ୍ତା ଦେଇପାରନ୍ତି। ସେଭଳି ଆଉ ଗୋଟିଏ ପଟେ ଦଳିତ କାର୍ଡ ମଧ୍ୟ ଖେଳିପାରନ୍ତି। ରାକ୍ଷୀ ବିର୍ଲା ଆପ୍ ସହ ଆନ୍ନା ଆନ୍ଦୋଳନ ସମୟରୁ ରହିଛନ୍ତି। ସେ ମଙ୍ଗୋଲପୁରୀ ଆସନରୁ ବିଧାୟକ ଥିବା ବେଳେ ଏବେ ବିଧାନସଭାରେ ଡେପୁଟି ସ୍ପିକର ମଧ୍ୟ ଅଛନ୍ତି। ୨୦୧୩ ରେ ଆପ୍ର ପ୍ରଥମ ସରକାର ସମୟରେ ସେ କେଜ୍ରିଓାଲଙ୍କ କ୍ୟାବିନେଟ୍ରେ ସ୍ଥାନ ପାଇଥିଲେ।