ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ୧୯ ରାଶିଫଳ: ଆର୍ଥିକସ୍ଥିତିରେ ଉନ୍ନତି ଆସିବ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ : ଅପରାହ୍ଣ ୧ଟା ୩୭ ମିନିଟ୍‌ ପର୍ଯ୍ୟନ୍ତ ତୃତୀୟଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମଧ୍ୟମ ଆୟ ଏବଂ କର୍ମରେ ଆଶାଜନକ ସଫଳତା ମିଳିବ ।ଏହାପରେ ଚତୁର୍ଥ ଚନ୍ଦ୍ରଯୋଗୁ ମନରେ ଅସ୍ଥିରତା, ପରିବାରରେ ମତାନ୍ତର, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଏବଂ କର୍ମରେ ନାନାବିଧ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ଅଶ୍ୱିନୀ ମେଷ, ସେମାନେ ସତର୍କହେବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା : ୧୧, ଆରାଧନା : ମା’ ବଗଳାମୁଖୀ ।

ବୃଷ : ଦ୍ୱିତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗହେଉ ଥିବାରୁ ଧନ, ସମ୍ପଦ  ବୃଦ୍ଧିପାଇବ ଏବଂ ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟକରିବେ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ପଡ଼ୋଶୀ ଓ ଭାଇଭଉଣୀଙ୍କ ସହ ସମ୍ପର୍କ ନିବିଡ଼ ହେବ ଏବଂ ତାଙ୍କର ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ଆର୍ଥିକସ୍ଥିତିରେ ସୁଧାର ଆସିବ । କର୍ମରେ ସଫଳତା ଏବଂ ସମସ୍ତକର୍ମରେ ଆପଣଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ ।ଯେଉଁମାନଙ୍କର ରୋହିଣୀ ବୃଷ, ସେମାନେ ସୁଫଳ ପାଇବେ ।ଶୁଭରଙ୍ଗ : ଧଳା, ସଂଖ୍ୟା : ୨, ଆରାଧନା : ମା’ ଗାୟତ୍ରୀ ।

ମିଥୁନ : ଶ୍ରୀଚନ୍ଦ୍ର ଓ ଦ୍ୱିତୀୟଚନ୍ଦ୍ର ଯୋଗୁ ଆର୍ଥିକସ୍ଥିତିରେ ଉନ୍ନତି ଏବଂ   ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । ଧନ ଓ ଆୟପ୍ରତି ଅଧିକ ଧ୍ୟାନ ଦେବେ ଏବଂଖର୍ଚ୍ଚ ଅପେକ୍ଷା ସଞ୍ଚୟରେ ଅଧିକ ଆଗ୍ରହ ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବେ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ମେରୁନ୍‌, ସଂଖ୍ୟା : ୪, ଆରାଧନା : ମା’ ଷୋଡ଼ଶୀ ।

 କର୍କଟ: ଅପରାହ୍ଣ ୧ଟା ୩୭ ମିନିଟ୍‌ପର୍ଯ୍ୟନ୍ତ ଅପବ୍ୟୟ, ଅପବାଦ ଏବଂ ଅପଯଶର ଶିକାର ହେବେ ଏବଂ ମନରେ ହତୋତ୍ସାହ ଭାବପ୍ରକାଶ ପାଇବ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷାବ୍ୟୟ ଅଧିକହେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗିରହିବ । ଏ ସମୟ ପରେ ଶ୍ରୀଚନ୍ଦ୍ର ଓ ମଙ୍ଗଳବାର ଏବଂ ବୃହସ୍ପତିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ବାଣିଜ୍ୟ ଓ କର୍ମରେ ଆଶାଜନକ ସଫଳତା ମିଳିବ । ଯେଉଁମାନଙ୍କର ପୁଷ୍ୟା ଓ ଅଶ୍ଳେଷା କର୍କଟ, ସେମାନେ ଉପକୃତ ହେବେ ।ଶୁଭରଙ୍ଗ : ଧଳା, ସଂଖ୍ୟା : ୫, ଆରାଧନା : ଭଗବାନ ଶିବ ।

ସିଂହ : ଏକାଦଶଚନ୍ଦ୍ର ଅପରାହ୍ଣ ୧ଟା ୩୭ ମିନିଟ୍‌ ପର୍ଯ୍ୟନ୍ତ ରହୁଥିବାରୁ ସେସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟରେମଧ୍ୟମ ଆୟ ଓ କର୍ମରେସଫଳତାମିଳିବ ।ଏହାପରେ ଦ୍ୱାଦଶଚନ୍ଦ୍ରଯୋଗୁ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ବୃଦ୍ଧିପାଇବ ଏବଂ ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା ଲାଗିରହିବ । କର୍ମରେ ବିଫଳତା ଓ କର୍ମପ୍ରତି ଆଳସ୍ୟତା ଭାବପ୍ରକାଶ ପାଇବ । ଯେଉଁମାନଙ୍କର ମଘା ସିଂହ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଲାଲ୍‌, ସଂଖ୍ୟା : ୬, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା : ଅପରାହ୍ଣ ୧ଟା ୩୭ ମିନିଟ୍‌ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ କର୍ମରେ ବହୁବିଧ ସମସ୍ୟା ଓ ବାଧାବିଘ୍ନ ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ ସମସ୍ତକର୍ମରେ ବିଘ୍ନ ଦେଖାଦେବ । ଏହାପରେ ଏକାଦଶ ଚନ୍ଦ୍ର ଯୋଗୁ ସ୍ଥିତିରେ ଆକସ୍ମିକ ପରିବର୍ତ୍ତନ ଆସିବ ଏବଂ ସମସ୍ତ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ସମସ୍ତ ସୁବିଧା ସୁଯୋଗ ହାତ ପାଆନ୍ତାରେ ଉପଲବ୍ଧ ହେବ ଏବଂ ବାଣିଜ୍ୟ, ବ୍ୟବସାୟ ଓ କର୍ମରେ ଅସମ୍ଭବ ସଫଳତା ମିଳିବ । ଯେଉଁମାନଙ୍କର ହସ୍ତାକନ୍ୟା, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଚକୋଲେଟ୍‌, ସଂଖ୍ୟା : ୧୨, ଆରାଧନା : ଭଗବାନ ବିଷ୍ଣୁ ।

ତୁଳା : ନବମ ଓ ଦଶମଚନ୍ଦ୍ର, ଦଶମୀତିଥି ଯୋଗୁଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେଉନ୍ନତି ଆସିବ । ଯଶ, ସମ୍ମାନ, ସାମାଜିକପ୍ରତିଷ୍ଠାବୃଦ୍ଧିପାଇବଏବଂକୌଣସିସଭାକିମ୍ବାସଙ୍ଗଠନରନେତୃତ୍ୱନେବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମହେବଏବଂକର୍ମରେସଫଳତା ଓ ପ୍ରମୋଶନ ମିଳିପାରେ ।ଯେଉଁମାନଙ୍କରସ୍ୱାତୀତୁଳା, ସେମାନେ ସୁଫଳପାଇବେ ।ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା : ୮, ଆରାଧନା : ମା’ ସମଲେଶ୍ୱରୀ ।

ବିଛା : ଅପରାହ୍ଣ ୧ଟା ୩୭ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମଚନ୍ଦ୍ର, ଘାତତିଥି ଯୋଗୁ ସେସମୟ ପର୍ଯ୍ୟନ୍ତ ମନରେ ଅସ୍ଥିରତା, ପରିବାରରେ ମତାନ୍ତର, ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗିରହିବ ।ଏହାପରେ ନବମ ଚନ୍ଦ୍ର, ମଙ୍ଗଳବାର ଏବଂ ବୃହସ୍ପତିଙ୍କ ନକ୍ଷତ୍ର ଯୋଗୁ ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଲାଲ୍‌, ସଂଖ୍ୟା : ୧୧, ଆରାଧନା : ମା’ ଗାୟତ୍ରୀ ।

ଧନୁ : ସପ୍ତମଚନ୍ଦ୍ର, ମଙ୍ଗଳବାର ଏବଂ ବୃହସ୍ପତିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉତ୍ତମ ଆୟ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଅପରାହ୍ଣ ୧ଟା ୩୭ ମିନିଟ୍‌ ପରେ ଅଷ୍ଟମଚନ୍ଦ୍ର ଯୋଗୁ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ ଏବଂ ସମସ୍ତକର୍ମରେ ବିଘ୍ନ ଓ ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା ଲାଗି ରହିବ । ଯେଉଁମାନଙ୍କର ମୂଳା ଧନୁ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୨, ଆରାଧନା : ପ୍ରଭୁ ଗଜାନନ ।

ମକର : ଘାତବାର ଏବଂ ଷଷ୍ଠ ଓ ସପ୍ତମଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧିପାଇବ ।ମୂଲ୍ୟବାନ ଧାତୁ, ଭୂମି ଓ ଯାନବାହନ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ଆର୍ଥିକସ୍ଥିତିରେ ସୁଧାର ଆସିବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂରହେବ । ଯେଉଁମାନଙ୍କର ଶ୍ରବଣା ମକର, ସେମାନେ ସୁଫଳ ପାଇବେ ।ଶୁଭରଙ୍ଗ :   ଇନ୍ଦ୍ରନୀଳ, ସଂଖ୍ୟା : ୬, ଆରାଧନା : ମା’ ଦୁର୍ଗା ।

କୁମ୍ଭ : ପଞ୍ଚମ ଓ ଷଷ୍ଠଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ, ଆର୍ଥିକ ସ୍ଥିତିରେ ଉନ୍ନତି, ବିଦେଶ ଯାତ୍ରା ଏବଂ ସମସ୍ତ ସୁବିଧା ସୁଯୋଗ ପ୍ରାପ୍ତ ହେବ । ରୋଗ, ଋଣ ଓ ଶତ୍ରରୁ ମୁକ୍ତି ମିଳିବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ଅତିଉତ୍ତମ ହେବ । କର୍ମରେ ସଫଳତା, ସମ୍ମାନ ଏବଂ ସମସ୍ତଙ୍କର ଶ୍ରଦ୍ଧାରପାତ୍ର ହେବେ । ଯେଉଁମାନଙ୍କର ଶତଭିଷା କୁମ୍ଭ, ସେମାନେ ସୁଫଳ ପାଇବେ ।ଶୁଭରଙ୍ଗ : ମାଟିଆ, ସଂଖ୍ୟା : ୧୧, ଆରାଧନା : ମା’ ଭୈରବୀ ।

ମୀନ : ଅପରାହ୍ଣ ୧ଟା ୩୭ ମିନିଟ୍‌, ଚତୁର୍ଥ ଚନ୍ଦ୍ରଯୋଗୁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟରେ କ୍ଷତି, ପରିବାରରେ ମନୋମାଳିନ୍ୟ, ଯାନବାହନରେ ଖର୍ଚ୍ଚାନ୍ତ, କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗିରହିବ । ଏହାପରେ ପଞ୍ଚମ ଚନ୍ଦ୍ରଯୋଗୁ ପାଞ୍ଚଟି କର୍ମରେ ଅତିଶୁଭ ଫଳ ମିଳିବ । ବିଦ୍ୟାରେ ସଫଳତା, ସନ୍ତାନମାନଙ୍କ କୃତଜ୍ଞତା, ପିତାମାତାଙ୍କ କୃପା, କର୍ମରେ ସଫଳତା ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟମଧ୍ୟମ ହେବ । ଯେଉଁମାନଙ୍କର ଉତ୍ତର ଭାଦ୍ର ମୀନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗୋଲାପୀ, ସଂଖ୍ୟା : ୭, ଆରାଧନା :   ମା’ ତାରା ।

ଜ୍ୟୋତିର୍ବିଦ୍‌: କୈଳାସ ଦାଶ

ଫୋନ୍‌୯୪୩୭୧୩୩୪୭୩

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.