ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବିପଦ ସଙ୍କୁଳ ଅବସ୍ଥାରେ ବଣ୍ଡା ଘାଟି ମୁଦୁଲିପଡ଼ାର ଝୁଲା ସେତୁ

ମାଲକାନଗିରି,୨୫/୬ : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡା ଘାଟି ମୁଦୁଲିପଡା ଝୁଲା ସେତୁ କାର୍ଯ୍ୟ ନିର୍ମାଣ ନିମ୍ନମାନର ହୋଇଥିବାରୁ ଏହା ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ବଣ୍ଡା ଘାଟିରେ ୩୩ରୁ ଊର୍ଦ୍ଧ୍ବ ଗାଁରେ ଆଦିମ ଜନଜାତି ପୁରାତନ ବଣ୍ଡା ସମ୍ପ୍ରଦାୟର ଲୋକ ବସବାସ କରି ରହିଥ‌ିବାବେଳେ ଗମନା ଗମନ ପାଇଁ ସବୁ ଗାଁକୁ ସଡ଼କପଥରେ ସଂଯୋଗ କରାଯାଇଛି । 

ଖଇରପୁଟରୁ ବଣ୍ଡାଘଟିର ମୁଦୁଲିପଡ଼ା ୧୩କିଲୋ ମିଟର ରାସ୍ତା ହୋଇଥିବାବେଳେ ଏହି ରାସ୍ତା ଦେଇ ପ୍ରତିଦିନ ସହସହ ଗାଡ଼ି ଯାତାୟତ କରିଥାନ୍ତି । ବସ୍ ସହ, ଭାରିଯାନର ଚଳାଚଳ ମଧ୍ୟ ରହିଛି । ମୁଡ଼ିଲିପଡ଼ା ଯିବା ରାସ୍ତାରେ ଦୁଇଟି ବଡ଼ ନାଳରେ ଦୁଇଟି ଲୁହା ଝୁଲା ପୋଲ ନିର୍ମାଣ କରାଯାଇଛି । ନିମ୍ମ ମାନର ନିର୍ମାଣ କାମ ହୋଇଥିବାରୁ ଏହି ପୋଲଗୁଡ଼ିକ ବିମ୍ ଜଙ୍କ ଲାଗି ଭାଙ୍ଗିଲାଣି ତ ପୋଲର ଲୁହା ପ୍ଲେଟରୁ ନଟ ବୋଲ୍ଟ ସବୁ ବାହାରି ପଡ଼ି ଲୁଜ ହୋଇଗଲାଣି । ଯାନବାହାନ ଚଳାଚଳ ହେଲା ବେଳକୁ ପ୍ଲେଟ ଗୁଡ଼ିକ ହଲିଯାଉଛି । ଏହି ଝୁଲା ସେତୁ ଟିକୁ ଗତ ୨୦୧୮ମସିହାରେ ତତ୍କାଳୀନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସୀସା ଉଦଘାଟନ କରିଥିଲେ।

ପ୍ରତିଦିନ ସରକାରୀ ବାବୁଙ୍କ ପାଦ ମଧ୍ଯ ଏହି ବଣ୍ଡାଘାଟିରେ ପଡ଼ୁଛି । ମାତ୍ର ଦୁର୍ଭାଗ୍ୟର କଥା କାହାର ବି ନଜର ଏହି ପୋଲ ଉପରେ ପଡୁନାହିଁ । ଏହି ପୋଲର ଗୋଟିଏ ପାର୍ଶ୍ବରେ ଲାଗିଥିବା ଲୁହାର ନଟ ବୋଲ୍ଟ ସବୁ ଖସି ପଡ଼ିଲାଣି ତ କଉଠି ହୁଗୁଳୀ ଯାଇ ଫାଙ୍କ ସୃଷ୍ଟି କଲାଣି । ତେଣୁ ଏହା କେତେବେଳେ ମରଣ ଯନ୍ତା ପାଲଟିବ ତାହା କହି ହେବନାହିଁ। ଏଣୁ ଏଠାରେ ପ୍ରଶାସନକୁ ଅନୁରୋଧ ଏହି ଦୁଇ ପୋଲର ମରାମତି ତୁରନ୍ତ କରାଗଲେ ଆଗାମୀ ଦିନରେ ଦୁର୍ଘଟଣାରୁ ବର୍ତ୍ତି ଯାଇପାରିବା ଓ ତା ସହିତ ଲୋକମାନଙ୍କ ଗମନାଗମନ ପାଇଁ ସୁବିଧା ହେବ ବୋଲି ବଣ୍ଡା ଘାଟିର ଶିକ୍ଷିତ ଯୁବକ ମାନେ କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.