ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଟାଇମ୍ ମାଗାଜିନର କଭର ପେଜ୍‌ରେ ନଜର ଆସିବେ ବାଂଲାଦେଶ ପିଏମ ଶେଖ ହସିନା, କହିଲେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମୋତେ କ୍ଷମତାରୁ ହଟାଇବା କଷ୍ଟ...

ନୂଆଦିଲ୍ଲୀ: ଟାଇମ୍ ମାଗାଜିନର ପରବର୍ତ୍ତୀ ସଂଖ୍ୟାର କଭର ପେଜ୍‌ରେ ନଜର ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ନିକଟରେ ଟାଇମ୍ ମାଗାଜିନକୁ ଏକ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନା । ଏହି ସମୟରେ ସେ କହିଛନ୍ତି ଯେ, ଗଣତାନ୍ତ୍ରିକ ଉପାୟରେ ତାଙ୍କ ସରକାରକୁ କ୍ଷମତାରୁ ହଟାଇବା ଅତ୍ୟନ୍ତ କଷ୍ଟକର । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ମୋର ଲୋକମାନେ ମୋ ସହ ଅଛନ୍ତି । ତାହା ମୋର ଶକ୍ତି । ଗଣତାନ୍ତ୍ରିକ ଉପାୟରେ ମୋତେ କ୍ଷମତାରୁ ହଟାଇବା ସହଜ ନୁହେଁ । ମୋତେ ହଟାଇବା ପାଇଁ ଏକମାତ୍ର ବିକଳ୍ପ ହେଉଛି ମୋତେ କ୍ଷମତାରୁ ହଟାଇବା ଏବଂ ମୁଁ ମୋ ଲୋକଙ୍କ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ । 

ଟାଇମ୍ ମାଗାଜିନ୍‌ର ନଭେମ୍ବର ମାସର କଭର ପେଜରେ ଶେଖ ହସିନା ନଜର ଆସିବେ । ଶେଖ୍ ହସିନା ୨୦୦୯ ମସିହାରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି । ଏହାପୂର୍ବରୁ ସେ ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଶେଖ ହସିନା ହେଉଛନ୍ତି ପ୍ରଧାନମନ୍ତ୍ରୀ ଭାବେ ଦୀର୍ଘ ସମୟ ଧରି ରହିଥିବା ଜଣେ ମହିଳା । ବାଂଲାଦେଶରେ କଠୋରପନ୍ଥିଙ୍କ ବୃଦ୍ଧିକୁ ବନ୍ଦ କରିବା ଏବଂ ସେନାକୁ ରାଜନୈତିକ ହସ୍ତକ୍ଷେପରୁ ଦୂରେଇ ରଖିବା ହେଉଛି ଶେଖ ହସିନାଙ୍କ ସଫଳତା । ଟାଇମ୍ ମାଗାଜିନ ପାଇଁ ଶେଖ ହାସିନାଙ୍କର ସାକ୍ଷାତକାର ନେଇଥିବା ଚାର୍ଲି କ୍ୟାମ୍ପବେଲ ଲେଖିଛନ୍ତି ଯେ ସେ ମାର୍ଗେଟ ଥାଚର କିମ୍ବା ଇନ୍ଦିରା ଗାନ୍ଧୀଙ୍କ ଅପେକ୍ଷା ଅଧିକ ଥର ନିର୍ବାଚନରେ ଜିତିଛନ୍ତି ଏବଂ ବର୍ତ୍ତମାନ ସେ ଜାନୁଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି । 

 କଭର୍ ଷ୍ଟୋରି ଅନୁଯାୟୀ, ଶେଖ ହସିନାଙ୍କ ଉପରେ ୧୯ ମାରଣାନ୍ତକ ଆକ୍ରମଣ ହୋଇଛି ଏବଂ ନିକଟରେ ଶେଖ ହସିନାଙ୍କ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସମର୍ଥକ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି ।  ଏଥିରେ ଶହ ଶହ ଲୋକଙ୍କୁ ଗିରଫ କରାଯାଇଛି । ଏହି ହିଂସାତ୍ମକ ସଂଘର୍ଷରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ବିଏନପି ଦାବି କରିଛି ଯେ ଶେଖ ହସିନା କାର୍ଯ୍ୟନିର୍ବାହୀ ସରକାରଙ୍କୁ ଶାସନ କ୍ଷମତା ଦେଇ ନିରପେକ୍ଷ ନିର୍ବାଚନ କରାନ୍ତୁ । ହେଲେ ଶେଖ ହସିନା ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି । ୧୭ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶକୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ କରିବାରେ ଶେଖ ହସିନାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ବିବେଚନା କରାଯାଏ । 

 


 

 

Copyright © 2022 - Summa Real Media Private Limited. All Rights Reserved.