ଆଗ୍ରା,୨୬।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଛନ୍ତି ଜାତୀୟ ଏକତାର ବାର୍ତ୍ତା। ଯୋଗୀ କହିଛନ୍ତି, ଯଦି ଆମେ ବିଭାଜିତ ହେବା, ତେବେ ଆମେ ଖଣ୍ଡ ଖଣ୍ଡ ହୋଇଯିବୁ, ଯଦି ଏକଜୁଟ ହୋଇ ରହିବା, ତେବେ ସୁରକ୍ଷିତ ରହିବୁ।’ ବାଂଲାଦେଶର ଉଦାହରଣ ଦେଇ ଆଗ୍ରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯୋଗୀ। ସେ କହିଛନ୍ତି, "ଦେଶଠାରୁ କିଛି ବଡ଼ ନୁହେଁ, ଯେତେବେଳେ ଆମେ ସମସ୍ତେ ଏକଜୁଟ ହେବା, ସେତେବେଳେ ରାଷ୍ଟ୍ର ଶକ୍ତିଶାଳୀ ହେବ। ଯଦି ଆମେ ଭାଗ ଭାଗ କରିବା ତେବେ ଆମେ ବିଭାଜିତ ହୋଇଯିବା। ବାଂଲାଦେଶରେ କଣ ହେଲା, ତାହା ଆମେ ସମସ୍ତେ ଦେଖିଲେ। ସେ ଭୁଲ ଏଠାରେ ହେବା ଉଚିତ ନୁହେଁ। ଆମକୁ ବିକଶିତ ଭାରତର ସଂକଳ୍ପକୁ ସାକାର କରିବାର କାର୍ଯ୍ୟ କରିବାକୁ ହେବ।
ଆଗ୍ରାରେ ଜନ୍ମାଷ୍ଟମୀ ଅବସରରେ ଦୁର୍ଗାଦାସ ରାଠୋରଙ୍କ ପ୍ରତିମା ଉନ୍ମୋଚନ କରିବା ବେଳେ କହିଛନ୍ତି, ଆଗ୍ରାମର କୋଣ କୋଣରେ କହ୍ନେୟା ବାସ କରନ୍ତି। ଏଠାରେ କଳା, ଆସ୍ଥା, ସମର୍ପଣ ଓ ବିଶ୍ବାସ ରହିଛି। ଏହା ରାଷ୍ଟ୍ରର ନିଷ୍ଠା ବଢାଇତାଏ। ସମାଜ, ଜାତି, ଭାଷାର ନାଁରେ ବାଣ୍ଟୁଥିବା ଶକ୍ତିଠାରୁ ସାବଧାନ ହୋଇ ରହିବାକୁ ହେବ।
ଯୋଗୀ କହିଛନ୍ତି, ଆମେ ସବୁ ରାଷ୍ଟ୍ରବୀର ଦୁର୍ଗାଦାସଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବାକୁ ଆସିଛୁ, ଯେତେବେଳେ ଭାରତୀୟ ସ୍ବାଧିନତା ସଂଗ୍ରାମ ଇତିହାସରେ ରେକର୍ଡ କାକୋରୀ ଟ୍ରେନ୍ ଆକ୍ସନର ଶତାବ୍ଦୀ ବର୍ଷ ପାଳନ କରାଯାଉଛି। ଦେଶ ସ୍ବାଧୀନ ହେବାରେ ୯ ଅଗଷ୍ଟ ୧୯୨୫ ରେ ଲକ୍ଷ୍ନୌରେ ପଣ୍ଡିତ ରାମପ୍ରସାଦ ବାସ୍ମିଲି, ଠାକୁର ରୋଶନ ସିଂହ, ଅଶଫାକ୍ ଉଲଖା ଖାନ୍, ଚନ୍ଦ୍ରଶେଖର ଆଜାଦଙ୍କ ଭଳି କ୍ରାନ୍ତିକାରୀ ଟ୍ରେନ୍ ଆକ୍ସନ ଘଟଣା ଘଟାଇ ସେତେବେଳେ ଇଂରେଜ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ୧୦ ବର୍ଷ ହେବ ତାଙ୍କ ପ୍ରତିମୂର୍ତ୍ତି ମୋର ଅପେକ୍ଷା କରୁଥିଲା। ଯେଉଁ ଦିନ କୃଷ୍ଣ ଆସିବେ ସେ ଦିନ ଲୋକାର୍ପଣ ହେଲା।