ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫିଙ୍ଗୁଛନ୍ତି କି ଅଣ୍ଡା ଖୋଳପା? ଏପରି କରନ୍ତୁ ବ୍ୟବହାର,ମଜବୁତ ହେବ ହାଡ

ନୂଆଦିଲ୍ଲୀ ୦୭/୦୨ : ଅଣ୍ଡା ଅନେକ ପୋଷକ ତତ୍ତ୍ୱରେ ଭରପୂର । ଅଣ୍ଡାକୁ ସନ୍ତୁଳିତ ଖାଦ୍ୟର ଏକ ଅଂଶ ଭାବରେ ବିବେଚନା କରାଯାଏ । ଅଣ୍ଡା ଖାଇବା ପରେ ଆମେ ଏହାର ଖୋଳପାକୁ ଅଳିଆ ଭାବି ଫିଙ୍ଗିଦେଉ । କିନ୍ତୁ ଜାଣନ୍ତି କି ଅଣ୍ଡା ପରି ଏହାର ଖୋଳପା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ଏକ ଅଧ୍ୟୟନ ଅନୁଯାୟୀ, ଅଣ୍ଡାର ଖୋଳପାରେ କ୍ୟାଲସିୟମ୍ କାର୍ବୋନାଟ୍, ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ଜରୁରୀ ମିନେରାଲ୍ସ ରହିଥାଏ। ଗୋଟିଏ ଖୋଳପାରେ ପ୍ରାୟ ୪୦ ପ୍ରତିଶତ କ୍ୟାଲସିୟମ ରହିଥାଏ। 

ଅଣ୍ଡା ଖୋଳପାର ଫାଇଦା :

୧. ଅଣ୍ଡାର ଖୋଳପାରେ କ୍ୟାଲସିୟମ୍ କାର୍ବୋନାଟ୍ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଦ୍ୱାରା ହାଡ ସୁସ୍ଥ ଏବଂ ମଜବୁତ ରହିଥାଏ। 

୨. ଅଷ୍ଟିଓପୋରୋସିସ୍ ଏପରି ଏକ ରୋଗ, ଯେଉଁ କାରଣରୁ ହାଡ ଦୁର୍ବଳ ହୋଇଯାଏ। ଏହି ରୋଗ ଦ୍ୱାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି। କ୍ୟାଲସିୟମ ଅଭାବ ଏହି ରୋଗର କାରଣ ହୋଇଥାଏ ।  ଅଷ୍ଟିଓପୋରୋସିସ୍ ରୋଗରେ ପୀଡିତ ଲୋକମାନେ ସେମାନଙ୍କର ଖାଦ୍ୟରେ ଅଣ୍ଡାର ଖୋଳପା ଅନ୍ତର୍ଭୁକ୍ତ କରିପାରିବେ।  

୩. ଗଣ୍ଠି ଯନ୍ତ୍ରଣା ହେଲେ, ଅଣ୍ଡା ଖୋଳପାକୁ ପାଉଡର କରି ଏହାକୁ ଖାଇବା ଦ୍ୱାରା ଯନ୍ତ୍ରଣାରୁ ବହୁତ ଆରାମ ମିଳିଥାଏ ଏବଂ ଧୀରେ ଧୀରେ ଏହି ସମସ୍ୟା ଦୂର ହୁଏ।

କିପରି ଖାଇବେ ଅଣ୍ଡା ଖୋଳପା ?

ପ୍ରଥମେ ଅଣ୍ଡା ଖୋଳପାକୁ ଭଲଭାବରେ ଫୁଟାନ୍ତୁ। ତା’ପରେ ଏହାକୁ ଗ୍ରାଇଣ୍ଡ୍ କରି ଏକ ପାଉଡର ପ୍ରସ୍ତୁତ କରନ୍ତୁ। ଆପଣ ଏହାକୁ ଜୁସ୍‌, ପାଣି କିମ୍ବା କ୍ଷୀର ସହିତ ଖାଇ ପାରିବେ । ତଥାପି, ଏହାକୁ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.