ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଇନ୍‌ସୁଲିନ୍‌ ବଢାଏ ହ୍ୱାଇଟ୍‌ ଟି’, ଜାଣନ୍ତୁ ଶରୀର ପାଇଁ କେତେ ଲାଭଦାୟକ

Published By : Prameya | February 23, 2024 9:13 AM

ଭୁବନେଶ୍ୱର ୨୩/୦୨ : ଚା’ କାହାକୁ ଭଲ ନ ଲାଗେ । କିନ୍ତୁ ଆଜିକାଲି ପ୍ରାୟ ଲୋକ ଦୁଗ୍ଧ ଚା’ଠାରୁ ଦୂରେଇ ଭିନ୍ନ ଭିନ୍ନ ଚା’ ପିଇବାକୁ ପସନ୍ଦ କରୁଛନ୍ତି । ଗ୍ୟାସ୍‌ ତଥା ଅନ୍ୟାନ୍ୟ କେତେକ ସମସ୍ୟାଠାରୁ ଦୂରେଇ ରହିବା ପାଇଁ ଲୋକଙ୍କ ପସନ୍ଦ ବଦଳିଛି । ଆଜିକାଲିର ଯୁବପିଢିଙ୍କ ଭିତରେ ଗ୍ରୀନ୍‌ ଟି’, ବ୍ଲାକ୍‌ ଟି’ ଓ ହ୍ୱାଇଟ୍‌ ଟି’ ଚାହିଦା ବଢିବାରେ ଲାଗିଛି । ହ୍ୱାଇଟ୍‌ ଟି’ ବା ଧଳା ଚା’ କ୍ୟାମେଲିଆ ସିନେସିସ୍‌ ଗଛରୁ ପ୍ରସ୍ତୁତ ହୋଇଥାଏ । ଏହି ଗଛର ପତ୍ରଗୁଡିକୁ ପୂରା ଖୋଲିବା ପୂର୍ବରୁ ଏହାକୁ ସଂଗ୍ରହ କରାଯାଏ । ଯେତେବେଳେ ଏହି ପତ୍ରଗୁଡିକ ସୂକ୍ଷ୍ମ ଧଳା କେଶ ଦ୍ୱାରା ଆଚ୍ଛାଦିତ ହୋଇଥାଏ । ଏହି ଧଳା କେଶ ଯୋଗୁ ଏହାକୁ ଧଳା ଚା’ କୁହାଯାଏ ।

ଗ୍ରୀନ୍‌ ଓ ବ୍ଲାକ୍‌ ଟି’ ମଧ୍ୟ କ୍ୟାମେଲିଆ ସିନେସିସ୍‌ ଗଛରୁ ସଂଗ୍ରହ କରାଯାଇଥାଏ ।ଭିନ୍ନ ଭିନ୍ନ ପ୍ରକ୍ରିୟାକରଣ ପଦ୍ଧତି ଯୋଗୁ ଏହାର ସ୍ୱାଦ ଓ ସୁଗନ୍ଧ ସ୍ୱତନ୍ତ୍ର ହୋଇଥାଏ । ଧଳା ଚା’ ୩ଟି ଚା’ର ସର୍ବନିମ୍ନ ପ୍ରକ୍ରିୟାକରଣ । ସେଥିପାଇଁ ଏହା ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରଖିଥାଏ । ଗବେଷଣାରୁ ଜଣାପଡିଛି ଯେ ଏହା ଶରୀରର ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସମର୍ଥ । ଯେମିତିକି ଇନ୍‌ସୁଲିନ୍‌ ପ୍ରତିରୋଧ, ହୃଦ୍‌ରୋଗ ଆଶଙ୍କା ଓ ଓଜନ ହ୍ରାସ, ଚର୍ମର ବାର୍ଦ୍ଧକ୍ୟକୁ ମୁକାବଲା ମଧ୍ୟ କରିଥାଏ । ଧଳା ଚା’ କ୍ୟାଟେଚିନ୍‌ ନାମକ ପଲିଫେନୋଲ୍‌ ତତ୍ତ୍ୱରେ ଭରା । ଫ୍ରି-ରେଡିକଲ୍ସ ନାମକ ଯୌଗିକ ଦ୍ୱାରା ନଷ୍ଟ ହେଉଥିବା କୋଷଗୁଡିକୁ ଆଣ୍ଟିଅକ୍ସିଡାଣ୍ଟ ସୁରକ୍ଷା ଦେଇଥାଏ । ସେହିପରି ଧଳା ଚା’ରେ ଥିବା ପଲିଫିନୋଲଗୁଡିକ ବିଭିନ୍ନ ଉପାୟରେ ହୃଦ୍‌ରୋଗ ଆଶଙ୍କାକୁ କମ୍‌ କରିଥାଏ । 

ପଲିଫିନୋଲ୍‌ ରକ୍ତନଳୀକୁ ଆରାମ ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ସେହିପରି ଖରାପ କୋଲେଷ୍ଟେରୋଲ୍‌କୁ ଅକ୍ସିଡାଇଜ୍‌ଡ୍‌ ନ ହେବାରେ ସାହାଯ୍ୟ କରେ, ଯାହା ହୃଦ୍‌ରୋଗର ଆଶଙ୍କା କମ୍‌ କରେ । ଏହି ଚା’ରେ ସମାନ ସ୍ତରର କ୍ୟାଫିନ୍‌ ଓ କ୍ୟାଟେଚିନ୍ସ ପରି ଏପିଗାଲୋକାଟେସିନ୍‌ ଗାଲେଟ୍‌ ପରି ଏକ ଯୌଗିକ ରହିଥାଏ, ଯାହା ଗ୍ରୀନ୍‌ ଟି’ ପରି ଚର୍ବିକୁ ଜାଳିଥାଏ । ଆଉ ମେଟାବୋଲିଜିମ୍‌ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହି ଚା’ ଫ୍ଲୋରାଇଡ୍‌, କ୍ୟାଟେଟିନ୍‌ ଓ ଟେନିନ୍‌ର ଏକ ଉତ୍ତମ ଉତ୍ସ । ଅଣୁମାନଙ୍କର ମିଶ୍ରଣ ଜୀବାଣୁ ଓ ଚିନି ସହ ଲଢି ଦାନ୍ତକୁ ମଜଭୁତ କରିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.