ଭୁବନେଶ୍ୱର,୨୩/୦୯: ଭରତପୁର ଥାନାରେ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ। ଭୁବନେଶ୍ବର ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବା ନେଇ ସୂଚନା । ବୈଠକରେ ପୋଲିସ ଡିଜି ଓ ଗୃହ ସଚିବ ଉପସ୍ଥିତ ରହିଛନ୍ତି । ସୂଚନା ଲୋକସମ୍ପର୍କ ସଚିବଙ୍କ ସହ କ୍ରାଇମବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର, ଆଇଜି ସଫିନ ମହମ୍ମଦ ମଧ୍ୟ ଉପସ୍ଥିତ ଥିଲେ।୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିଲା।
ଭୁବନେଶ୍ବରରେ ବସିଥିବା ବିଚାର ବିଭାଗୀୟ ତଦନ୍ତ ବୈଠକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମଙ୍ଗଳବାର ସତ୍ୟ ପାଠ ଦାଖଲ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତ ୨୧ ଦିନ ଯାଏ ସତ୍ୟ ପାଠ ଗ୍ରହଣ କରାଯିବ। ଘଟଣା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ସମସ୍ତ ପକ୍ଷ ସତ୍ୟ ପାଠ ଜରିଆରେ ପକ୍ଷ ରଖିବେ। ସତ୍ୟ ପାଠ ଯାଞ୍ଚ ପରେ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେବେ କମିଶନ ।ସତ୍ୟ ପାଠ ଦାଖଲ କରିଥିବା ପକ୍ଷ ମାନଙ୍କୁ ଶୁଣାଣି କରିବେ କମିଶନ।
ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୫ ତାରିଖ ରାତିରେ ଭରତପୁର ଥାନାକୁ ସେନାଧିକାରୀ ଓ ତାଙ୍କ ବାନ୍ଧବୀ (ସେନାର ଜନୈକ ବ୍ରିଗେଡିୟରଙ୍କ ଝିଅ) କିଛି ଅସାମାଜିକଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ତାଙ୍କ ଅଭିଯୋଗ ରଖାଯାଇନଥିଲା । ବରଂ ନିର୍ଯାତନା ଓ ଅସଦାଚରଣ କରାଯାଇଥିଲା । ସେନାକୁ କୌଣସି ସୂଚନା ନ ଦେଇ ସେନାଧିକାରୀଙ୍କୁ ୧୪ ଘଣ୍ଟା ହାଜତରେ ରଖାଯାଇଥିଲା । ସେନାର ହସ୍ତକ୍ଷେପ ପରେ ସେ ହାଜତରୁ ମୁକୁଳିଥିଲେ । ପୁଲିସର ଏଭଳି କାମ ସେନାର ମର୍ଯ୍ୟାଦା ଉପରେ ଅଞ୍ଚ ଆଣିଛି । ମହିଳାଙ୍କୁ ବିନା ଦୋଷରେ ଜେଲ ପଠାଯାଇଥିଲା । ପୁଲିସ ନିର୍ଯାତନାରେ ସେ ଆହତ ହୋଇଥିଲେ ମଧ୍ୟ ଏବଂ ଜେଲ୍ ଡାକ୍ତର ଚିକିତ୍ସା ପାଇଁ ପରାମର୍ଶ ଦେବା ସତ୍ତେ୍ୱ ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷ ଚିକିତ୍ସା ସୁବିଧା ନ ଦେଇ ଅମାନବିକତା ଦେଖାଇଛନ୍ତି । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମହିଳାଙ୍କୁ ଜାମିନ ମିଳିଥିଲା ।