ପାଟନା,୭।୧୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ମଙ୍ଗଳବାର ତଦନ୍ତକାରୀ ସଂସ୍ଥାକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରି କହିଛନ୍ତି, ‘...ସେମାନେ ଆସନ୍ତୁ ଓ ନିହାତି ଆସନ୍ତୁ ଓ ଆମ ଘରେ ଚଢାଉ କରନ୍ତୁ, ମୁଁ ନିଜେ ଠିଆ ହୋଇ ତାଙ୍କୁ କହିବି ଆପଣ ଆସନ୍ତୁ ଓ ଆମ ଘରେ ଚଢାଉ କରନ୍ତୁ, ବାହାର କର କ’ଣ ପାଇଛ? ଯଦି ସାହାସ ଅଛି ତେବେ ଆମ ଘରେ ଚଢଉ କର ଓ ଆମ ବିରୋଧରେ ପ୍ରମାଣ ବାହାର କର...।’
ଉଲ୍ଲେଖନୀୟ ଯେ, ବିହାର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି ଏବଂ ପ୍ରଥମ ଦିନରେ ଗୃହରେ ଯୋରଦାର ହଙ୍ଗାମା ଦେଖିବାକୁ ମିଳିଥିଲା। ହଙ୍ଗାମା ପରେ ରାବ୍ରି କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ରାବ୍ରି ଦେବୀ ଜାତିଗତ ଜନଗଣନା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଓ କହିଛନ୍ତି, କେନ୍ଦ୍ର ସରକାର ପୁରା ଦେଶରେ କାହିଁକି ଜାତିଗତ ଜନଗଣନା କରୁନାହାଁନ୍ତି?
ଉଲ୍ଲେଖନୀୟ ଯେ, ବିହାରର ଉଭୟ ଗୃହରେ ବିଜେପି ଏହି ପ୍ରସଙ୍ଗକୁ ଉଠାଇଛି ଓ ହଙ୍ଗାମା କରିଛି। ଏହା ଉପରେ ରାବ୍ରୀ ଦେବା କହିଛନ୍ତି, ଯାହାଙ୍କ ପାଖରେ କୌଣସି କାମ ନାହିଁ ସେ ଏଭଳି କରନ୍ତି। ଅମିତ ଶାହ ରାଲି ବେଳେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଓ କହିଥିଲେ ସେ କେବଳ ତୁଷ୍ଟିକରଣ ରାଜନୀତି କରୁଛନ୍ତି। ଜାତିଗତ ସର୍ଭେରେ ପଛୁଆ ଓ ଅତି ପଛୁଆଙ୍କ ସହିତ ଅନ୍ୟାୟ କରାଯାଇଛି, ତାଙ୍କର ସଂଖ୍ୟାକୁ କମ୍ କରିକି ଦେଖାଯାଇଛି।