ପ୍ରମୂଖ ଖବର
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

କାମରେ ଲାଗୁନି ବାୟୋ ଫ୍ଲୋକ ମାଛଚାଷ କେନ୍ଦ୍ର , ଖତ ଖାଇବାକୁ ବସିଲାଣି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ

ଫିରିଙ୍ଗିଆ,୨୪।୬ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟରେ ଥିବା ଘାଟି ସାହି ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷରେ ତିନି ଲକ୍ଷ ପଚାଶ ହଜାର ବ୍ୟୟ ଅଟକଳରେ ପରୀକ୍ଷା ମୂଳକ ଭାବରେ ବାୟୋ ଫ୍ଲୋକ ପଦ୍ଧତି ଜରିଆରେ କୁଣ୍ଡ କରି ମାଛ ଚାଷ ପାଇଁ ଏକ ପ୍ରକଳ୍ପ ନିର୍ମାଣ କରାଯାଇଥିଲା I ସେତେବେଳେ ମହିଳା ମାନେ ମାଛ ଚାଷ କରିବା ପାଇଁ ତାଲିମ ମଧ୍ୟ୍ ଦିଆଯାଇଥିଲା I ଏହି ମାଛ ଚାଷ ପ୍ରକଳ୍ପ ଟି ଫିରିଙ୍ଗିଆ ଗ୍ରାମ ପଞ୍ଚାୟତ ସଂଘ ର ସହାୟତାର ବ୍ଲକ ମିଶନ ଶକ୍ତି ଦ୍ୱରା କରାଯାଇଥିଲା I ଅନ୍ୟପଟେ ଏହି ମାଛ ଚାଷ ପାଇଁ ଲକ୍ଷାଧିକ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ୍ୟ କିଣାଯାଇଥିଲା I ପ୍ରଥମେ ପ୍ରଥମେ କେବଳ ଥରେ ମାତ୍ର ଏହି ପ୍ରକଳ୍ପ ରେ ମାଛ ଚାଷ ହୋଇଥିଲା ତାହା ପୁଣି ମହିଳା ମାନେ ମାଛ ଚାଷ କରି ବହୁ କ୍ଷତି ମଧ୍ୟ୍ ସହିଥିଲେ I 

ସେତେବେଳେ ସମ୍ବଲପୁରର ଏକ ମାଛ ଜାଆଁଲା କମ୍ପାନୀ ମାଛ ଜାଆଁଳା ଯୋଗାଇ ଦେବା ନାଁରେ ମହିଳା ମାନଙ୍କୁ ଠକି ଦେଇଥିଲା I ଯାହାଫଳରେ ମାଛ ଗୁଡିକ ବଢ଼ି ପାରିନଥିଲେ ଅମଳ ସମୟରେ ବହୁ କ୍ଷତି ସହିବାକୁ ପଡିଥିଲା I ପ୍ରଥମ ଥରରେ ହିଁ ମହିଳା ଙ୍କୁ କ୍ଷତି ସହିବାକୁ ପଡ଼ିଥିବା ରୁ ମହିଳା ମାନେ ଆଉ ମାଛ ଚାଷ କରିନଥିଲେ I ଯାହାଦ୍ୱାରା ଏହି ପ୍ରକଳ୍ପ ଟି ଏବେ ବନ୍ଦ ହୋଇ ପଡିରହିଥିବା ବେଳେ ପ୍ରକଳ୍ପ ରେ ବ୍ୟବହାର ହୋଇଥିବା ଯନ୍ତ୍ରପାଟି ଗୁଡିକ ମଧ୍ୟ୍ୟ ନଷ୍ଟ ହେବାକୁ ବସିଲାଣି I ସେପଟେ ରକ୍ଷଣା ବେକ୍ଷଣା ଅଭାବରୁ ଏହି ପ୍ରକଳ୍ପ ଗୁଡିକର ପଲିଥିନ ସବୁ ଛିଣ୍ଡି ଯାଇଥିବା ବେଳେ ଛପର ମଧ୍ୟ୍ ଭାଙ୍ଗିରୁଜି ଯାଇ ଜରାଜୀର୍ଣ ଅବସ୍ଥାରେ ପଡ଼ିରହିଛି I ତେବେ ପ୍ରକଳ୍ପଟିକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ପ୍ରଶାସନ ପାଖରେ ଦାବି ଜଣାଇଥିବା ବେଳେ ଏହି ପ୍ରକଳ୍ପ ଟି ଚାଲିଲେ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମଧ୍ୟ୍ୟ ମତ ପ୍ରକାଶ ପାଇଛି I ସେପଟେ ପ୍ରକଳ୍ପର ଏହି  ଅବ୍ୟବସ୍ଥା ବିଷୟରେ ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କୁ ପଚାରିବାରୁ ପ୍ରକଳ୍ପ ଟିକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ପାଇଁ ଚେଷ୍ଟା କରାଯାଉଛି ଓ ଖୁବ ଶୀଘ୍ର ପ୍ରକଳ୍ପ ଟି କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.